Categories: ଖେଳ

କୋହଲିଙ୍କ ଜବରଦସ୍ତ ଶତକ: ଭାରତ ୫୭୧ ରନ୍‌ରେ ଅଲଆଉଟ୍‌

ଅହମ୍ମଦାବାଦ୍‌,୧୨।୩: ଭାରତର ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟରେ ବିରାଟ କୋହଲି ଜବରଦସ୍ତ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଆଧରରେ ଭାରତ ପ୍ରଥମ ଇନିଂସରେ ୫୭୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହା ସହ ଟିମ ଇଣ୍ଡିଆ ୯୧ ରନର ଅଗ୍ରଣୀ ହାସଲ କରିଛି। ବିରାଟ କୋହଲି ଭାରତ ପାଇଁ ସର୍ବାଧିକ ୧୮୬ ରନ ସଂଗ୍ରହ କରିଥିଲେ। ଏଥିସହିତ ଶୁବମାନ ଗିଲ ୧୨୮ ରନର ଇନିଂସ ଖେଳିଥିଲେ। ଅକ୍ଷର ପଟେଲ ମଧ୍ୟ ୭୯ ରନ ସଂଗ୍ରହ କରିଥିଲେ। ନାଥନ ଲିଅନ ଏବଂ ଟଡ ମର୍ଫି ଅଷ୍ଟ୍ରେଲିଆ ପାଇଁ ତିନୋଟି ଲେଖାଏ ଉଇକେଟ ନେଇଥିଲେ। ଏହି ଇନିଂସରେ ଶ୍ରେୟାସ ଆୟର ଆହତ କାରଣରୁ ବ୍ୟାଟିଂ କରିବାକୁ ଆସିପାରି ନ ଥିଲେ। ଫଳରେ ଭାରତର ୯ ଉଇକେଟ ହରାଇ ଇନିଂସ ସମାପ୍ତ କରିଥିଲା।

Share