Categories: ଖେଳ

କୋହଲିଙ୍କ ‘ବିରାଟ’ ଶତକ: ଦକ୍ଷିଣ ଆଫ୍ରିକାକୁ ୩୨୭ ରନ୍‌ର ଟାର୍ଗେଟ୍‌

କୋଲକାତା,୫।୧୧: ବିଶ୍ୱକପ୍‌ର ଏକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାକୁ ୩୨୭ ରନ୍‌ର ଟାର୍ଗେଟ୍‌ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ଉଇକେଟ୍‌ ହରାଇ ୩୨୬ ରନ୍‌ କରିଛି। ଭାରତ ପକ୍ଷରୁ ବିରାଟ କୋହଲି ଚମତ୍କାର ଶତକ ହାସଲ କରି ସଚିନ ତେନ୍ଦୁକରଙ୍କ ଦିନିକିଆ ୪୯ତମ ଶତକ ସହ ସମକକ୍ଷ ହୋଇଥିଲେ। ଏହାଛଡା ଶେୟାସ ଆୟର ୭୭, ରୋହିତ ଶର୍ମା ୪୦, ଶୁଭମନ ଗିଲ ୨୩, କେଏଲ ରାହୁଲ ୮, ସୂର୍ଯ୍ୟକୁମାର ଯାଦବ ୨୨ ରନ୍‌ ସ୍କୋର କରିଥିଲେ। କୋହଲି ୧୨୧ ବଲ୍‌ରେ ୧୦୧ ରନ୍‌ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନଗିଡି, ମାର୍‌କୋ ଜାନସେନ୍‌, କାଗିସୋ ରାବାଡା, କେଶବ ମହାରାଜା, ତାବ୍ରେଜ୍‌ ଶାମ୍‌ସି ଗୋଟିଏ ଲେଖାଏ ଉଇକେଟ୍‌ ନେଇଥିଲେ।

Share