ନୂଆଦିଲ୍ଲୀ,୧୧।୫: ଆଜିକାଲି ବିରାଟ କୋହଲି IPL ୨୦୨୬ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପାଇଁ ଖେଳୁଥିବାର ଦେଖାଯାଉଛି। ପୂରା ସିଜିନରେ କୋହଲି ଦମଦାର ଫର୍ମରେ ଅଛନ୍ତି। ଏହା ମଧ୍ୟରେ,ସୋସିଆଲ ମିଡିଆରେ ଏକ ଫଟୋ ସାମ୍ନାକୁ ଆସିଛି। ଏଥିରେ କୋହଲି ପର୍ନ ଷ୍ଟାର କେନ୍ଦ୍ରା ଲଷ୍ଟଙ୍କ ସହ ନଜର ଆସିଛନ୍ତି। ‘କିଙ୍ଗ କୋହଲି’ଙ୍କ ଏହି ଫଟୋ ଇଣ୍ଟରନେଟରେ ନିଆଁ ପରି ବ୍ୟାପିଛି।
ସୂଚନାଯୋଗ୍ୟ ଯେ, କେନ୍ଦ୍ରା ଲଷ୍ଟ ନିଜେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ କୋହଲିଙ୍କ ଫଟୋ ଶେୟାର କରିଛନ୍ତି। ଫଟୋରେ କୋହଲିଙ୍କୁ ଏକ କାଫେ ଭିତରେ ଲଷ୍ଟଙ୍କ ପାଖରେ ବସିଥିବାର ଦେଖାଯାଉଛି।
ଏବେ ପ୍ରଶ୍ନ ଉଠୁଛି କୋହଲି ଏବଂ କେନ୍ଦ୍ରା ଲଷ୍ଟଙ୍କ ଏହି ଫଟୋ ପଛରେ ପ୍ରକୃତ ବାସ୍ତବତା କ’ଣ? ବର୍ତ୍ତମାନ ପାଇଁ ଏହା ଏକ AI-ଜେନେରେଟେଡ ଇମେଜ ପରି ମନେ ହେଉଛି। କାରଣ କୋହଲିଙ୍କ ଏପରି କୌଣସି ସାକ୍ଷାତକାର ହୋଇଥିବା କୌଣସି ଖବର ରିପୋର୍ଟ ନାହିଁ।
କେନ୍ଦ୍ରା ଲଷ୍ଟ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ତାଙ୍କର ଇନଷ୍ଟାଗ୍ରାମରେ ୮.୩ ନିୟୁତ ଲୋକ ଫଲୋଅର୍ସ ଅଛନ୍ତି ଏବଂ ସେ ପ୍ରାୟତଃ ଭିଡିଓ ଏବଂ ଫଟୋ ଶେୟାର କରନ୍ତି।
ଏହି ସିଜନରେ କୋହଲି ଶକ୍ତିଶାଳୀ ପ୍ରଦର୍ଶନ କରି ଆସୁଛନ୍ତି। ୧୦ ମ୍ୟାଚରେ ୧୦ ଇନିଂସରେ ବ୍ୟାଟିଂ କରି, ସେ ୪୭.୩୮ ହାରରେ ଏବଂ ୧୬୪.୯୭ ଷ୍ଟ୍ରାଇକ ରେଟ ସହିତ ୩୭୯ ରନ କରିଛନ୍ତି। ସେ ୩ ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ସର୍ବାଧିକ ସ୍କୋର ୮୧ ରନ।