Categories: ଖେଳ

ଏତିକି ଟଙ୍କାର ଘଣ୍ଟା ପିନ୍ଧି ଅଷ୍ଟ୍ରେଲିଆ ଗଲେ କୋହଲି, କିଣି ହୋଇଯିବ ବଡ଼ ଫ୍ଲାଟ୍‌

ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ବିସିସିଆଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ ଖେଳାଳି ନଜର ଆସିଛନ୍ତି।
ଭାରତର ପୂର୍ବତନ ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଅଷ୍ଟ୍ରେଲିଆ ଯିବା ପୂର୍ବରୁ ମୁମ୍ବାଇ ବିମାନବନ୍ଦରରେ ସାଥୀ ଖେଳାଳିଙ୍କ ସହ ଏକ ଫଟୋ ଶେୟାର କରିଥିଲେ। ଏହି ଫଟୋରେ ତାଙ୍କ ସହ ୟୁଜବେନ୍ଦ୍ର ଚହଲ ଏବଂ ପେସର୍‌ ହର୍ଷଲ ପଟେଲ ମଧ୍ୟ ନଜର ଆସିଛନ୍ତି। ବିରାଟ ଏହାର କ୍ୟାପସନରେ ଲେଖିଛନ୍ତି, ’ଅଷ୍ଟ୍ରେଲିଆ ଅଭିମୁଖେ…। ଆଗାମୀ ଦିନଗୁଡିକ ଚମତ୍କାର ହେବ।
ବିରାଟ କୋହଲିଙ୍କ ଏହି ଫଟୋରେ ତାଙ୍କ ଘଣ୍ଟା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଲୋକମାନେ ଏହାର ମୂଲ୍ୟ ଜାଣିବାକୁ ମଧ୍ୟ ଚାହୁଁଥିଲେ। ଏହି ଘଣ୍ଟା ରୋଲକ୍ସ କମ୍ପାନୀର ଅଟେ। ରୋଲକ୍ସର ୱେବସାଇଟରେ ଏହା ଦେଖିବାକୁ ମିଳିଥିଲା ଯେ ଏହି ଡେଟନ ମଡେଲର ଘଣ୍ଟାର ମୂଲ୍ୟ ପ୍ରାୟ ୨୮ ଲକ୍ଷ ଟଙ୍କା। ଏତିକି ଟଙ୍କାରେ ଏକ ଫ୍ଲାଟ୍‌ ମଧ୍ୟ କିଣି ହୋଇଯିବ। ବିରାଟ ମହଙ୍ଗା ଘଣ୍ଟାକୁ ଭଲ ପାଆନ୍ତି। ତାଙ୍କର ଅନେକ ଦାମୀ କାର ମଧ୍ୟ ଅଛି।
ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷ ମ୍ୟାଚ ସହିତ ଟି-୨୦ ବିଶ୍ୱକପରେ ନିଜର ଅଭିଯାନ ଆରମ୍ଭ କରିବ ଭାରତ। ଏହା ପୂର୍ବରୁ ଦଳ ପର୍ଥରେ ଏକ ପ୍ରଶିକ୍ଷଣ ଶିବିରରେ ଅଂଶଗ୍ରହଣ କରିବ।

Share