Categories: ଖେଳ

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…

ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ କୋହଲି ଏବେ ଏହି ପ୍ରସଙ୍ଗରେ କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମ୍ୟାଚ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଇସ୍ତଫା ଦେବା ନିଷ୍ପତ୍ତି ନେଇ ବିରାଟ କୋହଲି କୌଣସି ବିତର୍କ କରିବାକୁ ମନା କରି ଦେଇଛନ୍ତି।
ସେପ୍ଟେମ୍ବରରେ ବିରାଟ କୋହଲି ତାଙ୍କ ନିଷ୍ପତ୍ତି ଘୋଷଣା କରିଥିଲେ, ଯାହା ପରେ ବହୁ ଆଲୋଚନା ଆରମ୍ଭ ହୋଇଥିଲା। କିନ୍ତୁ ଖବରଦାତା ସମ୍ମିଳନୀ ପୁଣି ଅଧିନାୟକ ପଦ ଛାଡିବା ଉପରେ ପ୍ରଶ୍ନ ହେବାରୁ କୋହଲି ରାଗିଯାଇ କହିଛନ୍ତି, ଏହି ପ୍ରସଙ୍ଗରେ ବିବାଦ ଆଶା କରୁଥିବା ଲୋକଙ୍କୁ ସେ କୌଣସି ‘ମସଲା’ ଦେବେ ନାହିଁ। ସେ ଏହି ପ୍ରସଙ୍ଗରେ ପୂର୍ବରୁ ଅନେକ କଥା କହିଛନ୍ତି ଏବଂ ଏବେ ସେ ଏହି ବିଷୟରେ କୌଣସି ବିବାଦ ସୃଷ୍ଟି କରିବାକୁ ମନୋବୃତ୍ତିରେ ନାହାଁନ୍ତି। ଏହି ସମୟରେ ବିଶ୍ୱକପ୍‌ରେ ଭଲ ପ୍ରଦର୍ଶନ କରିବା ଉପରେ ଆମର ଧ୍ୟାନ ରହିଛି ବୋଲି ସେ କହିଛନ୍ତି।

Share