Categories: ଖେଳ

ଆର୍‌ସିବି ପରାଜୟ ପରେ ଟ୍ରେଣ୍ଡ କରୁଛି ‘ଚୋକଲି’

ନୂଆଦିଲ୍ଲୀ,୨୮।୫: ପୁଣି ଥରେ ଆଇପିଏଲ୍‌ ଖେଳିବାରୁ ବଞ୍ଚିତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି)। ଶୁକ୍ରବାର ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳାଯାଇଥିବା କ୍ୱାଲିଫାୟାର-୨ ମୁକାବିଲାରେ ପରାଜିତ ହୋଇଛି ଦଳ। ଏଣୁ ଆର୍‌ସିବି ତୃତୀୟ ଥର ଲାଗି ତୃତୀୟସ୍ଥାନରେ ସନ୍ତୁଷ୍ଟ ହୋଇଛି। ସେହିଭଳି ଆଇପିଏଲ୍‌ ଆରମ୍ଭରୁ ଦଳର ଟାଇଟଲ ଜିତିବାର ଆଶା ଆଶାରେ ରହିଯାଇଛି। ସେହିଭଳି ବିରାଟ ପୁଣିଥରେ ନିରାଶ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସକମାନେ କୋହଲିଙ୍କୁ ଟ୍ରୋଲ କରୁଛନ୍ତି। ଏପରିକି ତାଙ୍କୁ ନୂଆ ନାମ ‘ଚୋକଲି’ ବୋଲି ଦିଆଯାଇଛି।

Share