Categories: ଖେଳ

ଏହି କ୍ରିକେଟର୍‌ଙ୍କୁ ଭାବପ୍ରବଣ ମେସେଜ୍‌ କଲେ କୋହଲି

ଅହମଦାବାଦ,୨୨।୨: ପ୍ରତ୍ୟେକ ଯୁବ କ୍ରିକେଟର ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଏକ ଆଦର୍ଶ ଭାବରେ ଦେଖନ୍ତି ଏବଂ ତାଙ୍କ ସହ କ୍ରିକେଟ ଖେଳିବାକୁ ଚାହାଁନ୍ତି। ମାତ୍ର ଅଳ୍ପ ସଂଖ୍ୟକ ଖେଳାଳି ଏଭଳି ସୁଯୋଗ ପାଆନ୍ତି। କିନ୍ତୁ ଯେଉଁମାନେ ଏହି ସୁଯୋଗ ପାଆନ୍ତି, ଏହା ଏକ ସ୍ବପ୍ନ ସାକାର ହେବା ପରି ଲାଗେ। କେରଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ଅଜହରୁଦ୍ଦିନଙ୍କ ସହ ଏହା ଘଟିଛି। ପାଞ୍ଚ ଦିନ ପୂର୍ବରୁ ଆୟୋଜିତ ହୋଇଥିବା ଆଇପିଏଲ ନିଲାମରେ ତାଙ୍କୁ ବିରାଟଙ୍କ ନେତୃତ୍ୱାଧୀନ ଦଳ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ୨୦ ଲକ୍ଷ ଟଙ୍କାରେ କିଣିଥିଲା। ମହମ୍ମଦ ଅଜହରୁଦ୍ଦିନ ବେଙ୍ଗାଲୁରୁର ଏକ ହୋଟେଲରେ ବସିଥିବା ବେଳେ ଆଇପିଏଲ ନିଲାମ ଦେଖୁଥିଲେ। ତା’ପରେ ସେ ସୂଚନା ପାଇଲେ ଯେ କୋହଲିଙ୍କ ସହ ଖେଳିବାର ସ୍ବପ୍ନ ସାକାର ହେବାକୁ ଯାଉଛି। ଏହା ବ୍ୟତୀତ ସେ ଖୁସି ହେବାର ଆଉ ଏକ କାରଣ ହେଉଛି ଆରସିବିରେ ଦଳରେ ସାମିଲ ହେବାର ଦୁଇ ମିନିଟ ପରେ, ଆଜାରୁଦ୍ଦିନଙ୍କୁ ଫୋନରେ ଏକ ଅଜ୍ଞାତ ନମ୍ବରରୁ ମେସେଜ୍‌ ଆସିଥିଲା, ଯେଉଁଥିରେ ତାଙ୍କୁ ଆରସିବିରେ ମନୋନୀତ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ ଆଉ କେହି ନ ଥିଲେ ଆରସିବି ଅଧିନାୟକ ବିରାଟ କୋହଲି ହିଁ ଥିଲେ। ମେସେଜ୍‌ରେ ଲେଖା ଥିଲା ଆରସିବିକୁ ସ୍ବାଗତ, ଅଲ୍‌ ଦ ବେଷ୍ଟ, ମୁଁ ବିରାଟ। ଏହି ମେସେଜ ମୋତେ ବହୁତ ଭାବପ୍ରବଣ କରିଥିଲା ବୋଳି ସେ କହିଛନ୍ତି। ମୁଁ କଦାପି ଭାବି ନ ଥିଲି ଯେ ସେ ମୋତେ ମେସେଜ୍‌ ଦେବେ। ଏହା ମୋ ପାଇଁ ବହୁତ ଖୁସିର ମୂହୁର୍ତ୍ତ ଥିଲା ସେ କହିଛନ୍ତି।

Share