Categories: ଫୁରସତ

ରାସ୍ତାକଡ଼ରେ ମକା ବିକୁଛନ୍ତି କୋହଲି!

ସାଧାରଣତଃ ଆମେମାନେ ମୁହଁ ଦେଖି ଲୋକ ଚିହ୍ନି ପାରୁ। ମାତ୍ର ଯେତେବେଳେ ଦୁଇଜଣଙ୍କ ସମାନ ଚେହେରା ଦେଖିବାକୁ ମିଳେ ସେତେବେଳେ ଚକିତ ହେବା ସହ ଦ୍ୱନ୍ଦ୍ୱରେ ପଡ଼ିଥାଉ। ନିଶ୍ଚିତ ଭାବରେ ସୋସିଆଲ ମିଡିଆରେ ନାମୀଦାମୀ ସେଲିବ୍ରିଟିଙ୍କ ଫଟୋ ଦେଖିଥିବେ। ଯାହା ଅନେକ ଚର୍ଚ୍ଚାରେ ରହିଥାଏ। ଆଜିକାଲି ସୋସିଆଲ ମିଡିଆରେ ସେମିତି ଜଣେ ବ୍ୟକ୍ତିଙ୍କ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହାଙ୍କ ଚେହେରା ଭାରତୀୟ ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ସହ ମିଶୁଛି। ସେହି ବ୍ୟକ୍ତି ଜଣକ ରାସ୍ତାକଡ଼ରେ ଠିଆ ହୋଇ ମକା ବିକୁଥିବା ଦେଖିବାକୁ ମିଳିଛି। ଯିଏ ଯାଉଛି ଘଡ଼ିଏ ତାଙ୍କ ପାଖରେ ଅଟକି ନିରେଖି ଦେଖୁଛି। ସତରେ ଇଏ କୋହଲି ନା ଆଉ କିଏ?

ଫଟୋଟି ସୋସିଆଲ ମିଡିଆରେ ଶେୟାର ହେବା ମାତ୍ରେ ଲୋକମାନେ ଭିନ୍ନ କମେଣ୍ଟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ, ମୁଁ ଏହି ବ୍ୟକ୍ତିଙ୍କୁ କୋହଲି ପରି ଠିକ୍‌ ଦେଖୁଛି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ଫଟୋ ଦେଖିବା ପରେ ପ୍ରକୃତ କୋହଲି କି ନୁହଁ ବହୁତ ଚିହ୍ନିବା କଷ୍ଟକର।

ଲୋକମାନେ ମଧ୍ୟ ଏହି ଫଟୋକୁ ନିଜ ନିଜ ଆକାଉଣ୍ଟରେ ଶେୟାର କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ୨୫୦୦ ଲୋକ ଫଟୋକୁ ପସନ୍ଦ କରିଥିବା ବେଳେ ଅନେକ ୟୁଜର ନିଜର ସୁନ୍ଦର ମତାମତ ଦେଇଛନ୍ତି।

Share