Posted inଖେଳ

ଧୋନୀଙ୍କ ରେକର୍ଡ ଭାଙ୍ଗିବା ନେଇ ଏମିତି କହିଲେ କୋହଲି

ଅହମଦାବାଦ,୨୪।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ଚାରି ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଫେବୃୟାରୀ ୨୪ଠାରୁ ଅହମ୍ମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳାଯିବ। ଏହି ଟେଷ୍ଟ ଦୁଇ ଦଳ ମଧ୍ୟରେ ପିଙ୍କ୍‌ ବଲରେ ଖେଳାଯିବ। ଅଧିନାୟକ ବିରାଟ କୋହଲିଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ କୋହଲି ଅଧିନାୟକ ତଥା ବ୍ୟାଟ୍ସମ୍ୟାନ ଭାବରେ ଅନେକ ରେକର୍ଡ ସୃଷ୍ଟି କରିବାର ସମ୍ଭାବନା ରହିଛି। ଯଦି ଟିମ ଇଣ୍ଡିଆ ମୋଟେରା ଟେଷ୍ଟରେ ଜିତେ। କୋହଲିଙ୍କ ଅଧିନାୟକତ୍ୱରେ ନିଜ ମାଟିରେ ଭାରତର ୨୨ତମ ଟେଷ୍ଟ ବିଜୟ ହେବ। ଏହିପରି, ବିରାଟ ଅଧିନାୟକ ଭାବରେ ଘରୋଇ ପଡିଆରେ ସର୍ବାଧିକ ଟେଷ୍ଟ ଜିତିବାର ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିବେ। ଏନେଇ କୋହଲିଙ୍କୁ ପଚରାଯିବାରୁ ସେ କହିଥିଲେ, ଏହି ରେକର୍ଡ ମୋ ପାଇଁ କିଛି ନୁହେଁ, ଆମେ ରେକର୍ଡ ପାଇଁ ଖେଳୁନାହୁଁ ବୋଲି ସେ କହିଛନ୍ତି। ଆମେ କେବଳ ମ୍ୟାଚ୍‌ ଜିତିବା ପାଇଁ ଖେଳୁଛୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଧିନାୟକ ଭାବରେ ଦେଶରେ ୨୧-୨୧ ଟେଷ୍ଟ ଜିତି ବିରାଟ ଏବଂ ଧୋନୀ ଏବେ ସମାନ ସ୍ଥାନରେ ଅଛନ୍ତି। ଚେନ୍ନାଇରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ଜିତିବା ପରେ ବିରାଟ ଧୋନୀଙ୍କ ରେକର୍ଡ ସହ ସମାନ ହୋଇଥିଲେ। ପୂର୍ବତନ ଅଧିନାୟକ ମହମ୍ମଦ ଅଜହରୁଦ୍ଦିନ (୧୩ ଟେଷ୍ଟ ବିଜୟ), ସୌରଭ ଗାଙ୍ଗୁଲି (୧୦ ଟେଷ୍ଟ ବିଜୟ) ଏବଂ ସୁନୀଲ ଗାଭାସ୍କର (୭ ଟେଷ୍ଟ ବିଜୟ) ମଧ୍ୟ ଏହି ତାଲିକାରେ ଅଛନ୍ତି। ଏଭଳି ପରିସ୍ଥିତିରେ ଧୋନୀଙ୍କୁ ପଛରେ ପକାଇ ଦେଶର ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହେବାର ସୁଯୋଗ ପାଇବେ କୋହଲି। ଏଥି ସହିତ, ଯଦି ସାମଗ୍ରିକ ରେକର୍ଡ ବିଷୟରେ କଥାବାର୍ତ୍ତା ହୁଏ, ତେବେ କୋହଲି ସବୁଠାରୁ ସଫଳ ଟେଷ୍ଟ ଅଧିନାୟକ ହୋଇସାରିଛନ୍ତି ।ତାଙ୍କ ଅଧିନାୟକତ୍ୱରେ ଭାରତ ୫୮ ଟି ଟେଷ୍ଟ ମଧ୍ୟରୁ ୩୪ଟି ଜିତିଛି। ୧୪ଟି ମ୍ୟାଚ ହାରିଛି ଏବଂ ୧୦ଟି ଡ୍ର ରହିଛି । ଅନ୍ୟପକ୍ଷରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୬୦ଟି ଟେଷ୍ଟ ଖେଳିଥିଲା। ଏଥିରେ ଦଳ ୨୭ ଟି ଜିତି ୧୮ଟି ହାରିଛି। ଯେତେବେଳେ କି ୧୫ଟି ମ୍ୟାଚ ଡ୍ର ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୧ା୧୨: ସ୍ଥାନୀୟ ଆଡିଲେଡ୍‌ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ପୋଷ୍ଟରରେ ନିଜ ଫଟୋ ନଥିବାରୁ ଗର୍ଜିଲେ ପ୍ରଦୀପ ପୁରୋହିତ, ମନଦୁଃଖ କରନ୍ତୁ ନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ

ଝାରସୁଗୁଡା, ୨୧/୧୨(ଆଶିଷ ରଞ୍ଜନ ଦାଶ ): ଝାରସୁଗୁଡା ଜିଲା କୋଲାବିରା ବ୍ଳକ ଠାରେ ରବିବାର ଚାଲିଥିବା କୃଷକ ସମାବେଶରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ବ୍ୟାନରରେ...

IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ

ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri