Posted inଖେଳ

ନେତୃତ୍ୱ ଛାଡିବା ପଛର କାରଣ କହିଲେ

ଦୁବାଇ, ୯।୧୧: ଚଳିତ ଟି୨୦ କ୍ରିକେଟ ବିଶ୍ୱକପରେ ନାମ୍ବିଆ ବିପକ୍ଷରେ ବିଜୟ ସହ ଭାରତର ଅଭିଯାନ ଶେଷ ହୋଇଛି। ଏଥିସହ ଅଧିନାୟକ ଭାବେ ବିରାଟ କୋହଲି ମଧ୍ୟ ଶେଷ ମ୍ୟାଚ ଖେଳିଛନ୍ତି। ”ଟି୨୦ ଅଧିନାୟକ ପଦ ଛାଡ଼ି ମୁଁ ଆଶ୍ୱସ୍ତ। ଏହା ଏକ ସମ୍ମାନ ହୋଇଥିଲେ ହେଁ ମୁଁ କାର୍ଯ୍ୟଭାର ହାଲ୍‌କା କରିବାକୁ ଚାହୁଁଥିଲି। ମୁଁ ଗତ ୬-୭ ବର୍ଷ ଧରି ଅତ୍ୟଧିକ କାର୍ଯ୍ୟଭାର ବହନ ସହ ଚାପରେ ଥିଲି। ଏଠାରେ ଆମେ ଭଲ ଫଳ ପାଇଲୁ ନାହିଁ ସତ, ମାତ୍ର ପିଲାମାନେ ଭଲ ପ୍ରଦର୍ଶନ କରିଥିଲେ। ସେମାନେ ମୋ କାର୍ଯ୍ୟକୁ ସହଜ କରି ଦେଇଥିଲେ। ଆମେ ଶେଷ ୩ଟି ମ୍ୟାଚ ଯେପରି ଖେଳିଲୁ ସେପରି ଆଗରୁ ଖେଳିବାର ଥିଲା, ଏହା ହିଁ ଟି୨୦ କ୍ରିକେଟ। ପ୍ରଥମ ୨ଟି ଗେମ୍‌ରେ ଆମେ ଆରମ୍ଭରୁ ଆକ୍ରମଣାତ୍ମକ ଖେଳିପାରିଲୁ ନାହିଁ। ସେଥିରେ ଆମର ସାହସ ପର୍ଯ୍ୟାପ୍ତ ନ ଥିଲା। କୋଚ୍‌ ରବି ଶାସ୍ତ୍ରୀ ଓ ଅନ୍ୟ ସପୋର୍ଟ ଷ୍ଟାଫ୍‌ଙ୍କୁ ଧନ୍ୟବାଦ। ଗତ କିଛି ବର୍ଷ ଧରି ସେମାନେ ନିଜ ଦାୟିତ୍ୱକୁ ଉତ୍ତମଭାବେ ସମ୍ପାଦନ କରି ଆସିଥିଲେ। ଭଲ ବାତାବରଣ ମଧ୍ୟ ସୃଷ୍ଟି କରିଥିଲେ। ମୁଁ ସବୁବେଳେ ଦଳପାଇଁ କିଛି କରିବାକୁ ଚାହେଁ, ମାତ୍ର ସୂର୍ଯ୍ୟକୁମାରଙ୍କୁ ସ୍ମରଣୀୟ ଅନୁଭୂତିର ସହ ବିଶ୍ୱକପ୍‌ ଶେଷ କରିବା ସୁଯୋଗ ଦେବା ଲକ୍ଷ୍ୟରେ ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସି ନ ଥିଲି“ ବୋଲି ମ୍ୟାଚ ପରେ ବିରାଟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri