Categories: ଖେଳ

ଝିଅ ଫଟୋ ଭାଇରାଲ ହେବା ପରେ ମୁହଁ ଖୋଲିଲେ କୋହଲି

କେପ୍‌ଟାଉନ୍‌,୨୪।୧: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ବିରାଟ କୋହଲିଙ୍କ ଝିଅ ଭାମିକାଙ୍କ ପ୍ରଥମ ଝଲକ ଦେଖିବାକୁ ମିଳିଥିଲା। ଏହା ପରେ ବିରାଟ କୋହଲିଙ୍କ ପ୍ରଥମ ବିବୃତ୍ତି ଆସିଛି। କୋହଲି ସୋମବାର ଇନଷ୍ଟାଗ୍ରାମରେ ଏହି ଷ୍ଟାଟସ୍‌ ଶେୟାର କରି କହିଛନ୍ତି, ଗତକାଲି ଷ୍ଟାଡିୟମରେ ଆମ ଝିଅର ଫଟୋ କ୍ଲିକ କରାଯାଇଥିଲା ଏବଂ ଏହା ଭାଇରାଲ ହେବାରେ ଲାଗିଛି। ଆମେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ କ୍ୟାମେରାର ଆମ ଉପରେ ଅଛି ବୋଲି ଆମେ ଜାଣି ନ ଥିଲୁ। ଝିଅର ଫଟୋକୁ ନେଇ ଆମର ମନୋଭାବ ଏବଂ ଅନୁରୋଧ ପୂର୍ବ ପରି ସମାନ। ଯଦି ଆପଣ ଭାମିକାଙ୍କ ଫଟୋ କ୍ଲିକ କିମ୍ବା ପ୍ରକାଶନ ନ କରନ୍ତି ତେବେ ଆମେ ଆପଣଙ୍କୁ ପ୍ରଶଂସା କରିବୁ । ଏହା ପଛର କାରଣ ପୂର୍ବରୁ କୁହାଯାଇଛି। ଧନ୍ୟବାଦ। କୋହଲିଙ୍କ ବ୍ୟତୀତ ଅନୁଷ୍କା ଶର୍ମା ମଧ୍ୟ ସମାନ ବିବୃତ୍ତି ଦେଇଛନ୍ତି।
ତୃତୀୟ ଦିନିକିଆରେ ଅନୁଷ୍କା ଝିଅ ଭାମିକାଙ୍କ ସହ ଷ୍ଟାଡିୟମରେ ଉପସ୍ଥିତ ଥିଲେ। କୋହଲି ଅର୍ଦ୍ଧଶତକ ହାସଲ କରିବା ପରେ ଷ୍ଟାଣ୍ଡରେ ଉପସ୍ଥିତ ଥିବା ଅନୁଷ୍କା ତାଙ୍କ ଝିଅ ସହିତ କରତାଳି ଦେଇ କୋହଲିଙ୍କୁ ଉତ୍ସାହିତ କରିଥିଲେ। ସେହି ସମୟରେ କ୍ୟାମେରାର ତାଙ୍କ ଉପରେ ଥିଲା। ଏହି ସମୟରେ ଭାମିକାଙ୍କର ପ୍ରଥମ ଝଲକ ମଧ୍ୟ ସାମ୍ନାକୁ ଆସିଥିଲା। ବିରୁଷ୍କା ପୂର୍ବରୁ ଝିଅର ଫଟୋ ଭାଇରାଲ ନ କରିବାକୁ ସମସ୍ତଙ୍କୁ ନିବେଦନ କରିଥିଲେ।

Share