Posted inଖେଳ

ସଚିନ-ଧୋନୀଙ୍କ କ୍ଲବ୍‌ରେ ସାମିଲ ହେଲେ କୋହଲି

ଇନ୍ଦୋର,୧।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍‌ ହୋଇଯାଇଛି। ତେବେ ବିରାଟ କୋହଲି ଏହି ମ୍ୟାଚରେ ପଡ଼ିଆକୁ ଆସିବା ମାତ୍ରେ ତାଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ତିନୋଟି ଫର୍ମାଟକୁ ମିଶାଇ ଘରୋଇ ପଡିଆରେ ୨୦୦ ମ୍ୟାଚ ଖେଳିବା ପାଇଁ ଭାରତର ତୃତୀୟ ଖେଳାଳି ଏବଂ ବିଶ୍ୱର ୧୩ତମ ଖେଳାଳି ହୋଇଥିଲେ।
ଏହି ପରିପ୍ରେକ୍ଷୀରେ କୋହଲି ମହେନ୍ଦ୍ର ସିଂ ଧୋନୀ ଏବଂ ସଚିନ ତେନ୍ଦୁଲକରଙ୍କ କ୍ଲବରେ ଯୋଗ ଦେଇଥିଲେ। ସଚିନ ଘରୋଇ ପଡିଆରେ ଟେଷ୍ଟ, ଦିନିକିଆ ଏବଂ ଟି-୨୦ ସମେତ ୨୫୮ଟି ମ୍ୟାଚ ଖେଳିଥିଲେ। ଏହା ସହିତ ଧୋନୀ ଘରୋଇ ଗ୍ରାଉଣ୍ଡରେ ୩ଟି ଫର୍ମାଟକୁ ମିଶାଇ ୨୦୨ ମ୍ୟାଚ ଖେଳିଥିଲେ। ସାମଗ୍ରିକ ଘରୋଇ ଗ୍ରାଉଣ୍ଡରେ ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ରେକର୍ଡ ଅଷ୍ଟ୍ରେଲିଆର ମହାନ କ୍ରିକେଟର ଆଲାନ ବର୍ଡରଙ୍କ ନାମରେ ଅଛି। ସେ ଘରୋଇ ପଡିଆରେ ୨୬୩ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲା। ଏଥିରେ ସେ ୯୮୧୧ ରନ ସ୍କୋର କରିଥିଲେ। ଏଥି ସହିତ ତେନ୍ଦୁଲକର ଦ୍ୱିତୀୟ ସ୍ଥାନରେ ଅଛନ୍ତି। ୨୫୮ ଘରୋଇ ମ୍ୟାଚରେ ତେନ୍ଦୁଲକର ୧୪୧୯୨ ରନ ସ୍କୋର କରିଥିଲେ। ଘରୋଇ ପଡିଆରେ ଶ୍ରୀଲଙ୍କାର ମାହେଲା ଜୟୱର୍ଦ୍ଧନେ ଏବଂ ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୨୪୯ଟି ଲେଖାଏ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଜୟୱର୍ଦ୍ଧନେ ୨୪୯ ମ୍ୟାଚରେ ୧୧୬୭୯ ରନ ଏବଂ ପଣ୍ଟିଂ ୧୩୧୧୭ ରନ ସ୍କୋର କରିଥିଲେ। ଘରୋଇ ଗ୍ରାଉଣ୍ଡରେ ୨୪୨ ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ଷ୍ଟିଭ ୱ ୮୮୭୫ ରନ ସଂଗ୍ରହ କରିଥିଲେ।
ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୨୩୫ ମ୍ୟାଚ (୧୨୦୪୩ ରନ), ଦକ୍ଷିଣ ଆଫ୍ରିକାର ଜ୍ୟାକ କଲିସ ୨୩୪ ମ୍ୟାଚ (୧୨୩୦୫ ରନ), ମାର୍କ ବାାଉଚର୍‌ ୨୧୯ ମ୍ୟାଚ (୫୨୫୩ ରନ), ବାଂଲାଦେଶର ମୁଶଫିକୁର ରହିମ ୨୧୨ ମ୍ୟାଚ (୭୨୩୩ ରନ), ନ୍ୟୁଜିଲାଣ୍ଡର ରସ ଟେଲର ୨୧୦ ମ୍ୟାଚ (୮୮୯୦ ରନ) ), ୱେଷ୍ଟଇଣ୍ଡିଜ କ୍ରିସ ଗେଲ ୨୦୪ ମ୍ୟାଚ (୮୧୬୮ ରନ) ଏବଂ ଧୋନୀ ୨୦୨ ମ୍ୟାଚ (୭୪୦୧ ରନ) ୨୦୦ ମ୍ୟାଚ୍‌ରେ କୋହଲି ୧୦୮୪୮ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri