ଦୋଷୀଙ୍କୁ ଦିନରେ ୫ ଥର ନମାଜ ପାଠ କରିବାକୁ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୧।୩ : ମହାରାଷ୍ଟ୍ରର ନାଶିକ ଜିଲା କୋର୍ଟର ଏକ ନିଆରା ନିଷ୍ପତ୍ତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆକ୍ରମଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଜେଲକୁ ପଠାଇବା ପରିବର୍ତ୍ତେ କୋର୍ଟ ଏକ ନିଆରା ଦଣ୍ଡାଦେଶ କରିଛନ୍ତି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୨୧ ଦିନ ପାଇଁ ପ୍ରତିଦିନ ଦୁଇଟି ଗଛ ଲଗାଇବା ଏବଂ ଦିନକୁ ପାଞ୍ଚଥର ନମାଜ ପାଠ କରିବା ପାଇଁ ଦୋଷୀଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆକ୍ରମଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ଯୁବକ ଜଣେ ମୁସଲମାନ। ଏହି କାରଣରୁ ତାଙ୍କୁ ଦିନକୁ ପାଞ୍ଚ ଥର ନମାଜ ପାଠ କରିବାକୁ ମଧ୍ୟ କୁହାଯାଇଛି।

ଫେବୃଆରୀ ୨୭ ରେ ପାସ ହୋଇଥିବା ଏକ ଆଦେଶରେ ମାଜିଷ୍ଟ୍ରେଟ ତେଜୱନ୍ତ ସିଂ ସାନ୍ଧୁ ଉଲ୍ଲେଖ କରିଛନ୍ତି ଯେ ପ୍ରୋବେଶନ ଅଫ ଅଫେଣ୍ଡର୍ସ ଆକ୍ଟର ନିୟମାବଳୀ ଜଣେ ମାଜିଷ୍ଟ୍ରେଟଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ ଦୋଷୀଙ୍କୁ ଅପରାଧ ନ କରିବା ପାଇଁ ଚେତାବନୀ ଦେବାର କ୍ଷମତା ପ୍ରଦାନ କରିଥାଏ। କୋର୍ଟ କହିଛନ୍ତି ଯେ ବର୍ତ୍ତମାନ ମାମଲାରେ କେବଳ ଚେତାବନୀ ଯଥେଷ୍ଟ ହେବ। ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଯେପରି ଏହାର ପୁନରାବୃତ୍ତି ନ କରନ୍ତି ତାହା ଗୁରୁତ୍ୱପୂର୍ଣ୍ଣ।

୨୦୧୦ ମସିହାରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିବା ଏବଂ ସଡ଼କ ଦୁର୍ଘଟଣା ପରେ ବିବାଦରେ ତାଙ୍କୁ ଗୁରୁତର ଆହତ କରିଥିବା ଅଭିଯୋଗରେ ୩୦ ବର୍ଷିୟ ରଉଫ ଖାନଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଶୁଣାଣି ସମୟରେ ଖାନ କହିଥିଲେ ଯେ ସେ ନିୟମିତ ଭାବେ ନମାଜ ପାଠ କରନ୍ତି ନାହିଁ। ଏହାକୁ ଦୃଷ୍ଟିରେ ରଖି ଫେବୃଆରୀ ୨୮ ରୁ ୨୧ ଦିନ ପାଇଁ ଦିନକୁ ପାଞ୍ଚଥର ନମାଜ ପାଠ କରିବା, ସୋନାପୁରା ମସଜିଦ ପରିସରରେ ଦୁଇଟି ଗଛ ଲଗାଇବା ଏବଂ ଗଛର ଯତ୍ନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଖାନଙ୍କୁ ଆଇପିସି ଧାରା ୩୨୩ (ସ୍ବେଚ୍ଛାକୃତ ଭାବରେ ଆଘାତ ଦେବା), ୩୨୫(ସ୍ବେଚ୍ଛାକୃତ ଭାବରେ ଗୁରୁତର ଆଘାତ), ୫୦୪(ଶାନ୍ତି ଉଲ୍ଲଂଘନ ପାଇଁ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ (ଅପରାଧିକ ଭୟ) ଅନୁଯାୟୀ ବୁକ କରାଯାଇଥିଲା। କୋର୍ଟ ଆଇପିସିର ଧାରା ୩୨୩ ଅନୁଯାୟୀ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ତାଙ୍କୁ ଅନ୍ୟ ଦୋଷରୁ ମୁକ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲେ ନେତାନ୍ୟାହୁ, ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୮: ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରିଥିଲେ। ସେମାନେ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ କରାଯାଉ

ଛତ୍ରପୁର,୬ା୮(ଦିଲୀପି ସାମଲ): ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘିବା ଘଟଣାର ସ୍ଥାୟୀ ସମାଧାନ ଓ ବିସ୍ଥାପିତ ନୀତିକୁ କାର୍ଯ୍ୟକାରୀ କରିବା ପାଇଁ ଦକ୍ଷିଣାଞ୍ଚଳ ବ୍ରହ୍ମପୁର ଆରଡ଼ିସି ଓ ଛତ୍ରପୁର…

Gen Zକୁ ନେଇ ବଡ଼ ବୟାନଦେଲେ ମୋହନ ଭାଗବତ, ରାଜନୈତିକ ମହଲରେ ଉଠିଲାଣି ବିରାଟ ଝଡ଼!

ନୂଆଦିଲ୍ଲୀ,୬।୮: Gen Zଙ୍କ ସହ ଜଡିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ମୁଖ୍ୟ ଡକ୍ଟର ମୋହନ ଭାଗବତ କହିଥିଲେ ଯେ ଯଦି ସ୍ବର…

ଝାଡ଼ାବାନ୍ତିରେ ୩୩ ଛାତ୍ରୀ ଆକ୍ରାନ୍ତ

କପ୍ତିପଦା,୬ା୮(ବିଷ୍ଣୁଚରଣ ପୁଥାଳ): ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ବଡ଼ସିମୁଳିଆ କନ୍ୟାଶ୍ରମର ୩୩ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କପ୍ତିପଦା ଡାକ୍ତରଖାନାରେ ଭର୍ତ୍ତି…

ଭାଜପା ନେତାଙ୍କ ଶେଷକୃତ୍ୟ ସମ୍ପନ୍ନ: ୪ଜଣଙ୍କ ନାମରେ ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

ମ. ରାମପୁର,୬।୮(ଶଶି ଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ରାମପୁର ବ୍ଲକ ଡମ୍ବ କରଲାଖୁଣ୍ଟା ପଞ୍ଚାୟତ ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ବାମୀ ତଥା ଭାଜପା ମଣ୍ଡଳ ଉପସଭାପତି ଫକିର…

ଛେଳି ଚରାଇବାକୁ ଯାଇଥିବା ବେଳେ କାମୁଡ଼ି ଦେଲା ସାପ, ତାପରେ….

ଛତ୍ରପୁର,୬।୮(ଦିଲ୍ଲୀପି ସାମଲ /ଦ୍ଵାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳିଙ୍କ ମୃତ୍ୟୁ ହୋଇଛି । ମୃତକ…

ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଗୃହ ନିର୍ମାଣ ଦାବି

କୋରାପୁଟ,୬ା୮(ଅମିତାଭ ବେହେରା): କୋରାପୁଟ ଜିଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ମାଳିବେଲଗାଁ ପଞ୍ଚାୟତର ଛେଲିଆମୁଣ୍ଡା ଗ୍ରାମରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ କରିବା ପାଇଁ…

ଅମିତ ଶାହାଙ୍କୁ ଭେଟି ବଡ଼ ଦାବି କଲେଣି ତିନି ବିଦ୍ରୋହୀ ମୁସଲିମ ଟିଏମସି ଏମପି

ନୂଆଦିଲ୍ଲୀ,୬।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ (TMC) ବିରୋଧରେ ବିଦ୍ରୋହ କରିଥିବା ତିନି ଜଣ ଏମପି ଆବୁ ତାହିର ଖାନ, ୟୁସୁଫ ପଠାନ ଏବଂ ଖଲିଲୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri