Posted inଖେଳ

କୋହଲି ସବୁଠୁ ଲୋକପ୍ରିୟ କ୍ରିକେଟର

ନୂଆଦିଲ୍ଲୀ, ୧୦।୮- କରୋନା ଭାଇରସ ସଂକ୍ରମଣ ଯୋଗୁ ଭାରତୀୟ କ୍ରିକେଟ ଦଳ ଖେଳିବା ତ ଦୂରର କଥା ଏପର୍ଯ୍ୟନ୍ତ ଅଭ୍ୟାସ ମଧ୍ୟ ଆରମ୍ଭ କରି ପାରିନାହିଁ। ମାତ୍ର ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଏବେ ମଧ୍ୟ ଦର୍ଶକଙ୍କ ପସନ୍ଦର କ୍ରିକେଟର ରହିଛନ୍ତି। ୩୧ ବର୍ଷୀୟ କୋହଲି ବିଶ୍ୱର ସବୁଠାରୁ ଲୋକପ୍ରିୟ କ୍ରିକେଟର ବୋଲି ଏକ ଅନୁଧ୍ୟାନରୁ ଜଣା ଯାଇଛି। ସେହିପରି ‘ମେନ୍‌ ଇନ୍‌ ବ୍ଲୁ’ ସବୁଠାରୁ ଲୋକପ୍ରିୟ କ୍ରିକେଟର ଦଳ ତାଲିକାର ଶୀର୍ଷରେ ରହିଛି। ବୋଷ୍ଟନ ଭିତ୍ତିକ ଏକ ସଫ୍ଟଓ୍ବେର ସର୍ଭିସ କମ୍ପାନୀ ସେମ୍‌ରଶ ପକ୍ଷରୁ କରାଯାଇଥିବା ଷ୍ଟଡି ଅନୁସାରେ ଚଳିତ ବର୍ଷ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ପ୍ରଶଂସକମାନେ ପ୍ରତି ମାସରେ ହାରାହାରି ୧୬.୨ ଲକ୍ଷ ଥର କୋହଲିଙ୍କୁ ଅନ୍‌ଲାଇନ୍‌ରେ ସର୍ଚ୍ଚ କରିଛନ୍ତି। ଏହି ସମୟ ମଧ୍ୟରେ ଭାରତୀୟ କ୍ରିକେଟ ଦଳକୁ ପ୍ରତି ମାସରେ ହାରାହାରି ୨.୪ ଲକ୍ଷ ଥର ସର୍ଚ୍ଚ କରାଯାଇଛି। ଏହି ତାଲିକାର ଟପ୍‌-୧୦ରେ ଥିବା ଅନ୍ୟ କ୍ରିକେଟରମାନେ ହେଲେ ରୋହିତ ଶର୍ମା, ମହେନ୍ଦ୍ର ସିଂ ଧୋନୀ, ଜର୍ଜ ମ୍ୟାକକେ, ଜୋଶ୍‌ ରିଚାଡର୍‌ସ, ହାର୍ଦ୍ଦିକ ପାଣ୍ଡ୍ୟା, ସଚିନ ତେନ୍ଦୁଲକର, କ୍ରିସ୍‌ ମାଥ୍ୟୁସ ଏବଂ ଶ୍ରେୟାସ ଆୟାର। ୨୦୨୦ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ଏହି କ୍ରିକେଟରମାନଙ୍କୁ ପ୍ରଶଂସକମାନେ ଯଥାକ୍ରମେ ହାରାହାରି ୯.୭, ୯.୪, ୯.୧, ୭.୧, ୬.୭, ୫.୪, ୪.୧ ଓ ୩.୪ ଲକ୍ଷ ଥର ସର୍ଚ୍ଚ କରିଛନ୍ତି।
ଟିମ୍‌ ତାଲିକାରେ ଭାରତ ଶୀର୍ଷରେ ଥିବାବେଳେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଓ୍ବେଷ୍ଟଇଣ୍ଡିଜ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ବାଂଲାଦେଶ, ନ୍ୟୁଜିଲାଣ୍ଡ, ଶ୍ରୀଲଙ୍କା, ଆୟର୍ଲାଣ୍ଡ, ଆଫଗାନିସ୍ତାନ ଓ ଜିମ୍ବାଓ୍ବେ ଦଳକୁ ଯଥାକ୍ରମେ ୦.୬୬, ୦.୩୩, ୦.୨୯, ୦.୨୩, ୦.୧୬, ୦.୧୨, ୦.୧୨, ୦.୦୯, ୦.୦୫, ୦.୦୪ ଓ ୦.୦୩ ଲକ୍ଷ ହାରରେ ସର୍ଚ୍ଚ କରାଯାଇଛି। କୌଣସି ମହିଳା କ୍ରିକେଟର ଟପ୍‌-୧୦ରେ ରହିପାରି ନ ଥିଲେ ହେଁ ସ୍ମୃତି ମନ୍ଧାନା ଓ ଏଲିଶ ପେରି ଯଥାକ୍ରମେ ୧୨ ଓ ୨୦ତମ ସ୍ଥାନରେ ଅଛନ୍ତି। ଏମାନେ ଯୁବରାଜ ସିଂ ଓ ଶିଖର ଧାଓ୍ବନଙ୍କ ପରି ନାମୀ ଖେଳାଳିଙ୍କୁ ପଛରେ ପକାଇ ଦେଇଛନ୍ତି। ” ବିଶ୍ୱର ସର୍ବାଧିକ ଲୋକ ବିରାଟ କୋହଲି ଏବଂ ଭାରତୀୟ କ୍ରିକେଟ ଦଳକୁ ସର୍ଚ୍ଚ କରୁଥିବାରୁ ଆମେ ବିସ୍ମିତ ନୁହେଁ। ମହିଳା ଖେଳାଳିମାନେ ଅନେକ ନାମୀ ପୁରୁଷ କ୍ରିକେଟରଙ୍କୁ ପଛରେ ପକାଇଦେବାରେ ଆମେ ବିସ୍ମିତ“ ବୋଲି ସେମ୍‌ରଶର ଯୋଗାଯୋଗ ମୁଖ୍ୟ ଫର୍ନାଣ୍ଡୋ ଅନ୍‌ଗୁଲୋ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ଉତ୍ତରଦାୟୀ ରୁହନ୍ତୁ ଡିଜିଟାଲ ପ୍ଲାଟ୍‌ଫର୍ମ: ଅଶ୍ୱିନୀ

ନୂଆଦିଲ୍ଲୀ,୨୭ା୨(ପି.ଟି.): ଡିଜିଟାଲ ପ୍ଲାଟ୍‌ଫର୍ମଗୁଡ଼ିକରେ ପ୍ରକାଶ ପାଉଥିବା ଅନ୍‌ଲାଇନ କଣ୍ଟେଣ୍ଟ ପାଇଁ ସେମାନଙ୍କୁ ଉତ୍ତରଦାୟିତ୍ୱ ନେବାକୁ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। କଣ୍ଟେଣ୍ଟ ବା ବିଷୟବସ୍ତୁର…

୬,୬,୬,୬,୬….ମାତ୍ର ୧୪ ବଲ୍‌ରେ କମାଲ୍‌ କରିଦେଲେ ବୈଭବ ସୂର୍ଯ୍ୟବଂଶ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୨୬।୨: IPL 2026 ପୂର୍ବରୁ ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ଚମତ୍କାର ଫର୍ମରେ ଅଛନ୍ତି। ସେ ଚଳିତ DY ପାଟିଲ T20 ଟୁର୍ନାମେଣ୍ଟରେ ଏହି ସଫଳତା ହାସଲ…

କ୍ରିକେଟର ରିଙ୍କୁ ସିଂଙ୍କ ବାପାଙ୍କ ଦେହାନ୍ତ, ଲିଭର କ୍ୟାନସରରେ ପୀଡ଼ିତ….

ନୂଆଦିଲ୍ଲୀ,୨୭ା୨: ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ପିତାଙ୍କ ଦେହାନ୍ତ ହୋଇଛି । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ରିଙ୍କୁ…

‘ଦି କେରଳ ଷ୍ଟୋରି ୨’ ଉପରେ ହାଇକୋର୍ଟଙ୍କ ସ୍ଥଗିତାଦେଶ

କୋଚି,୨୭ା୨(ପି.ଟି.): ‘ଦି କେରଳ ଷ୍ଟୋରି ୨- ଗୋଜ୍‌ ବିୟଣ୍ଡ’ ଚଳଚ୍ଚିତ୍ରର ମୁକ୍ତିଲାଭ ଉପରେ କେରଳ ହାଇକୋର୍ଟ ଗୁରୁବାର ଅନ୍ତରୀଣ ସ୍ଥଗିତାଦେଶ ଲଗାଇଛନ୍ତି । ଉକ୍ତ ଚଳଚ୍ଚିତ୍ରକୁ ସେନ୍‌ସର…

୧୪ ମାସ ପରେ ପରିବାର ଲୋକଙ୍କୁ ଫେରିପାଇଲେ ସୋନମତୀ

ଝାରସୁଗୁଡ଼ା,୨୭ା୨(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଉଦ୍ୟମରେ ପ୍ରଶାସନର ‘ସ୍ନେହ ସେତୁ’ ଅଭିଯାନ ମାଧ୍ୟମରେ ଗୁରୁବାର ଅପରାହ୍ନରେ ଜଣେ ଅସହାୟ ମହିଳା ତାଙ୍କ ପରିବାର…

ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ଉଲଗ୍ନ କରିଦେଲେ ୫ ଯୁବକ: ଲହୁଲୁହାଣ…

ଭୁବନେଶ୍ୱର,୨୭।୨(ତ୍ରିନାଥ ମହାନ୍ତି):ଧଉଳି ଘଟଣାଠୁ ବଳି ଗଲା ଶହୀଦନଗର ଥାନା ୟୁନିଟ୍‌-୯ ଆଦିବାସୀ ହଷ୍ଟେଲ ସମ୍ମୁଖ ଘଟଣା। ପୁରୁଷ ବନ୍ଧୁଙ୍କ ଆଗରେ ଯୁବତୀଙ୍କୁ ୫ଜଣ ଅଭିଯୁକ୍ତ ଅସଦାଚରଣ କରିବା…

୧୦ଟିକିଆ ହାତୀପଲ ସହ ଯିବାବେଳେ କୂଅରେ ପଡ଼ିଗଲା ଛୁଆ ହାତୀ, ତାପରେ…

କେନ୍ଦୁଝର,୨୭।୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ଅଘଟଣ । କୂଅରେ ପଡ଼ି ଚାଲିଗଲା ହାତୀ ଛୁଆର ଜୀବନ । ଗୁରୁବାର ବିଳମ୍ବିତ ରାତିରେ…

ବିବାହ ବାର୍ଷିକୀରେ ଦମ୍ପତି ନେଲେ ବଡ଼ ନିଷ୍ପତ୍ତି: ଅଞ୍ଚଳରେ ଚର୍ଚ୍ଚା

ଭବାନୀପାଟଣା, ୨୭ା୨(ଉତ୍ତମ କୁମାର ଦାଶ):ଜନ୍ମଦିନ, ବିବାହ ବାର୍ଷିକୀ ଭଳି ଜୀବନର ସ୍ବତନ୍ତ୍ର ଦିନକୁ ସ୍ମରଣୀୟ କରିବାକୁ ଲୋକେ ବିଭିନ୍ନ ପଦକ୍ଷେପ ନିଅନ୍ତି ଲୋକେ। ଏଭଳି ଏକ ଘଟଣାକ୍ରମେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri