ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ ଖେଳାଳିମାନଙ୍କଠାରୁ ଯଥେଷ୍ଟ ଅଧିକ। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ମୋଟ ଆୟ ପ୍ରାୟ ୨୩୦କୋଟି ଟଙ୍କା। ଫ୍ରାନାଟିକ୍ ସ୍ପୋଟର୍ସ ଆଣ୍ଡ୍ ହୁରୁନ ନାମକ ଏକ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ, ଆଇପିଏଲ୍ର ସମସ୍ତ ୧୦ ଫ୍ରାଞ୍ଚାଇଜର ମୋଟ ମୂଲ୍ୟ ୧.୬୩ଲକ୍ଷ କୋଟି। ମୂଲ୍ୟାୟନରେ ଶାହାରୁଖ ଖାନ୍ଙ୍କ ମାଲିକାନରେ ରହିଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର)ମୂଲ୍ୟ ୧୯,୦୦୦ କୋଟି ଟଙ୍କା ଏହା ପଛକୁ ରହିଛନ୍ତି ଅମ୍ବାନୀ ପରିବାର ମାଲିକାନାରେ ଥିବା ମୁମ୍ବାଇ ଇଣ୍ଡିଆନ୍ସ (୧୮,୪୦୦ କୋଟି ଟଙ୍କା) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (୧୮,୪୦୦ କୋଟି ଟଙ୍କା)। କୌତୂହଳର କଥା ଏହିକି ଯେ, ଏକ ଆଇପିଏଲ୍ ଟିମ୍ର ହାରାହାରି ମୂଲ୍ୟାୟନ ବର୍ତ୍ତମାନ ୧.୮ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୩୨ ବେଳକୁ ଏହାର ପରିମାଣ ୧୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚତ୍ୟାଇଥିବ। ସର୍ବକାଳୀନ ଆଇପିଏଲ୍ ଆୟରେ କୋହଲିଙ୍କ ପଛକୁ ରୋହିତ ଶର୍ମା (୨୨୭.୨ କୋଟି ଟଙ୍କା ) ଏବଂ ଏମ୍ଏସ୍ ଧୋନି (୨୦୦କୋଟି ଟଙ୍କା) ବୋଲି ରିପୋର୍ଟରେ କୁହାଯାଇଛି। ସେ ତୁଳନାରେ ମହିଳା କ୍ରିକେଟରମାନଙ୍କ ମଧ୍ୟରେ ଓମେନ୍ସ ପ୍ରିମିୟର ଲିଗ୍ (ଡବ୍ଲ୍ୟୁପିଏଲ୍)ରେ ଏପର୍ଯ୍ୟନ୍ତ ସୁଦ୍ଧା ସବୁଠାରୁ ଅଧିକ ଆୟ ୧୩.୭ କୋଟି ଟଙ୍କା ସ୍ମୃତି ମନ୍ଧାନା କରିଛନ୍ତି। ଶ୍ରେଷ୍ଠ ୧୦ ମହିଳା ଖେଳାଳି ଏପର୍ଯ୍ୟନ୍ତ ସୁଦ୍ଧା ମାତ୍ର ୧୦ କୋଟି ଟଙ୍କା ଆୟ କରିଛନ୍ତି। ହକି କଥା ଯଦି କୁହାଯାଏ ତେବେ ଡିଫେଣ୍ଡର ହରମନପ୍ରୀତ୍ ସିଂ (୭୮ଲକ୍ଷ ଟଙ୍କା) ହେଉଛନ୍ତି ସର୍ବାଧିକ ଆୟ କରୁଥିବା ଖେଳାଳି। ତାଙ୍କ ପଛକୁ ରହିଛନ୍ତି ଫରଓ୍ବାର୍ଡ ଅଭିଷେକ ନାଇନ୍ (୭୦ ଲକ୍ଷ ଟଙ୍କା) ଏବଂ ହାର୍ଦ୍ଦିକ ସିଂ (୭୦ ଲକ୍ଷ ଟଙ୍କା)। ହକିରେ ୧୪ ବର୍ଷୀୟ କେତନ କୁଶ୍ୱାହା ଏବଂ ଦୁଇ ୧୫ବର୍ଷୀୟ ପୂର୍ତ୍ତି ଆଶିଷ ତାନି ଓ ରାହୁଲ ଯାଦବଙ୍କ ଭଳି ଯୁବ ପ୍ରତିଭା ସୃଷ୍ଟି ହୋଇଛନ୍ତି। ଭୌଗଳିକ ଦୃଷ୍ଟିକୋଣରୁ ଦେଖିଲେ ଯେଉଁ ଖେଳ ଭାରତକୁ ଅଲିମ୍ପିକ୍ସରେ ବଡ଼ ଗୌରବ ଆଣି ଦେଇଛି।