Posted inଖେଳ

୬ ବର୍ଷ ପରେ ସବୁଠୁ ଖରାପ ର଼୍ୟାଙ୍କିଙ୍ଗ୍‌ରେ ପହଞ୍ଚିଲେ କୋହଲି

ନୂଆଦିଲ୍ଲୀ,୨୮।୧୨: ବିରାଟ କୋହଲି ଟି-୨୦ କ୍ରିକେଟରେ ଦୃଢ ପ୍ରତ୍ୟାବର୍ତ୍ତନ କରିଛନ୍ତି କିନ୍ତୁ ଟେଷ୍ଟରେ ତାଙ୍କର ଖରାପ ପ୍ରଦର୍ଶନ ଜାରି ରହିଛି। ଏହାର ପ୍ରଭାବ ହେଉଛି ସର୍ବଶେଷ ଆଇସିସି ଟେଷ୍ଟ ବ୍ୟାଟିଂ ର଼୍ୟାଙ୍କିଙ୍ଗରେ ସେ ଦୁଇଟି ସ୍ଥାନ ଖସି ୧୪ତମ ସ୍ଥାନରେ ରହିଛନ୍ତି। ଗତ ୬ ବର୍ଷ ମଧ୍ୟରେ ଏହା ତାଙ୍କର ସବୁଠାରୁ ଖରାପ ଟେଷ୍ଟ ର଼୍ୟାଙ୍କିଙ୍ଗ। ଏହାପୂର୍ବରୁ ନଭେମ୍ବର ୨୦୧୬ରେ ସେ ଏହି ର଼୍ୟାଙ୍କିଙ୍ଗ ମିଳିଥିଲା।
ଶ୍ରେୟସ ଆୟର ଚଳିତ ବର୍ଷ ଟେଷ୍ଟ ଏବଂ ଦିନିକିଆ କ୍ରିକେଟରେ ଭଲ ଫର୍ମରେ ଅଚନ୍ତି। ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ମଧ୍ୟ ତାଙ୍କ ବ୍ୟାଟ ଜୋରଦାର ଚାଲିଥିଲା। ଫଳସ୍ବରୂପ, ଶ୍ରେୟସ ଟେଷ୍ଟ ର଼୍ୟାଙ୍କିଙ୍ଗରେ ୧୦ଟି ସ୍ଥାନକୁ ଡେଇଁ ୧୬ ତମ ସ୍ଥାନ ହାସଲ କରିଛନ୍ତି।
ବ୍ୟାଟ୍ସମ୍ୟାନ ର଼୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍ନୁସ ଲାବୁଶାନେ ଶୀର୍ଷରେ ରହିଛନ୍ତି। ତାଙ୍କ ପରେ ବାବର ଆଜାମ, ଷ୍ଟିଭ ସ୍ମିଥ, ଟ୍ରାଭିସ ହେଡ ଏବଂ ଜୋ ରୁଟ ଏହି ତାଲିକାରେ ଶ୍ରେଷ୍ଠ-୫ ବ୍ୟାଟ୍ସମ୍ୟାନ ଅଟନ୍ତି। ରିଷଭ ପନ୍ତ ଷଷ୍ଠ ସ୍ଥାନରେ ରହିଛନ୍ତି। ସେମାନଙ୍କ ପରେ କେନ ୱିଲିୟମ୍ସନ, ଦିମୁଥ କରୁଣାତ୍ନେ, ରୋହିତ ଶର୍ମା ଏବଂ ଉସମାନ ଖ୍ବାଜାଙ୍କ ସଂଖ୍ୟା ଆସେ।
ଟେଷ୍ଟ ବୋଲରଙ୍କ ମଧ୍ୟରେ ଟପ-୧୦ରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଠାରେ ପ୍ୟାଟ କମିନ୍ସ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କ ପରେ ଜେମ୍ସ ଆଣ୍ଡରସନ, କାଗିସୋ ରାବାଡା, ଜସପ୍ରୀତ ବୁମରା, ଆର ଅଶ୍ୱିନ, ଅଲି ରବିନ୍ସନ, ଶାହିନ ଆଫ୍ରିଡି, କାଇଲ ଜାମିସନ, ମିଚେଲ ଷ୍ଟାର୍କ ଏବଂ ନିଲ ୱାଗନର୍‌ ଅଛନ୍ତି।
ଟେଷ୍ଟ ଅଲରାଉଣ୍ଡର ପ୍ରଥମ ଦୁଇଟି ସ୍ଥାନ ଭାରତୀୟଙ୍କ ଦ୍ୱାରା ଦଖଲ କରାଯାଇଛି। ରବିନ୍ଦ୍ର ଜାଡେଜା ଏକ ନମ୍ବରରେ ଏବଂ ଆର ଅଶ୍ୱିନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଶାକିବ ଅଲ ହାସନ ତୃତୀୟ ଏବଂ ବେନ ଷ୍ଟୋକ୍ସ ଚତୁର୍ଥ ସ୍ଥାନରେ ଅଛନ୍ତି। ସେମାନଙ୍କ ପରେ ମିଚେଲ ଷ୍ଟାର୍କ, ଜେସନ ହୋଲ୍ଡର, ପ୍ୟାଟ କମିନ୍ସ, କଲିନ ଡି ଗ୍ରାଡହୋଲମ, କାଇଲ ମାୟର୍ସ ଏବଂ କାଇଲ ଜାମିସନ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ କନଭର୍ଟ ହେବାକୁ ଚାହୁଁଛି…’ କଙ୍ଗନାଙ୍କ ଗୋଟିଏ ବୟାନ ସୋସିଆଲ ମିଡିଆରେ ଲଗାଇଲା ନିଆଁ, ଜାଣନ୍ତୁ ମାମଲା

ନୂଆଦିଲ୍ଲୀ,୩।୮: ବଲିଉଡ୍‌ ଅଭିନେତ୍ରୀ BJP ସାଂସଦ କଙ୍ଗନା ରଣାୱତ ପୁଣି ଥରେ ନିଜର ସ୍ପଷ୍ଟବାଦୀ ଅନ୍ଦାଜ ପାଇଁ ଚର୍ଚ୍ଚାରେ। ଏଥର କାରଣ ହେଉଛି ତାଙ୍କର ସୋସିଆଲ୍‌ ମିଡିଆ…

ବଦଳିଲା ୟୁପିଆଇ ପେମେଣ୍ଟ ନିୟମ, ଟ୍ରାଞ୍ଜାକ୍ସନ୍ ପୂର୍ବରୁ ବ୍ୟାଙ୍କ ପଚାରିବ Yes/No ପ୍ରଶ୍ନ…

ନୂଆଦିଲ୍ଲୀ,୩।୮: ଆପଣଙ୍କର ପରବର୍ତ୍ତୀ UPI ପେମେଣ୍ଟ (Payment) ହୁଏତ ସବୁବେଳେ ଗୋଟିଏ ଟ୍ୟାପ୍‌ରେ ସମ୍ପୂର୍ଣ୍ଣ ନହୋଇପାରେ। ଦେଶରେ ବୃଦ୍ଧି ପାଉଥିବା ଡିଜିଟାଲ୍‌ ପେମେଣ୍ଟ ଠକେଇକୁ ରୋକିବା ଏବଂ…

ଭାଜପା ହାତରୁ ଛଡାଇନେଲେ ଆସନ, ବାଙ୍କିପୁରରେ କେମିତି କାମ କଲା ପ୍ରଶାନ୍ତ କିଶୋରଙ୍କ ମାଷ୍ଟରଷ୍ଟ୍ରୋକ୍‌? ଜାଣନ୍ତୁ…

ପାଟନା,୩।୮: ତିନି ଦଶନ୍ଧି ପରେ ନିଜ ଗଡ଼ରେ ଭାଜପାକୁ ବଡ଼ ପରାଜୟର ସାମ୍ନା କରିବାକୁ ପଡ଼ିଛି। ପରିବର୍ତ୍ତନର ଲହରୀରେ ବିହାରର ବାଙ୍କିପୁର ବିଧାନସଭା ଆସନ, ଯାହା ଭାଜପାର…

ଭାଜପାକୁ ଶକ୍ତ ଝଟ୍‌କା: ଶୋଚନୀୟ ଭାବେ ପରାସ୍ତ କଲା କଂଗ୍ରେସ

ଭୋପାଳ,୩।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଫଳାଫଳ ସୋମବାର ଘୋଷଣା କରାଯାଇଛି। ଏହି ଉପନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଏକ…

ଧରିତ୍ରୀର ପ୍ରଭାବ: ପିଲାସାଲୁଙ୍କି କେନାଲରେ ଛଡ଼ାଯିବ ପାଣି

ଖଜୁରୀପଡ଼ା,୩।୮(ବିଦୁର ବେହେରା): ପିଲାସାଲୁଙ୍କି ଡ୍ୟାମ କେନାଲ ପାଣିକୁ ନେଇ ଚାଷୀଙ୍କ ଅସନ୍ତୋଷ ଏବଂ ସମସ୍ୟା ସମ୍ପର୍କରେ ଗତ ଜୁଲାଇ ୩୧ ତାରିଖରେ ’ଧରିତ୍ରୀ’ରେ ଖବର ପ୍ରକାଶ ପାଇବା…

ବାଙ୍କିପୁର ଉପନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କୁ ସହଯୋଗ କଲେ ନୀତିଶ କୁମାର, ଜାଣନ୍ତୁ କ’ଣ ଥିଲା ପିକେଙ୍କ ରଣନୀତି

ପାଟନା,୩।୮: ବାଙ୍କିପୁର ବିଧାନସଭା ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଜନ ସୁରାଜର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବିଜୟ ହାସଲ କରିଛନ୍ତି। ବଡ଼ ବ୍ୟବଧାନରେ ସେ ଭାଜପା ପ୍ରାର୍ଥୀ…

ଛାତିଥରା ଘଟଣା…ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କଲେ ଦୁର୍ବୃତ୍ତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୮: ହରିୟାଣାର ଫରିଦାବାଦ ଜିଲାର ସିକରୌନା ଗାଁରେ ଥିବା ଏକ ସ୍କୁଲରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ଜଣେ ମୁଖା ପିନ୍ଧିଥିବା ଯୁବକ ସ୍କୁଲ ପରିସରକୁ…

ଜବରଦସ୍ତ ବିଜୟ ପରେ ଭାଜପାକୁ ଏମିତି ଅନୁରୋଧ କଲେ ପ୍ରଶାନ୍ତ କିଶୋର: ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ…

ପାଟନା,୩।୮: ଜନ ସୂରଜ ପାର୍ଟି (JSP)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବାଙ୍କିପୁର ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ଭାଜପା ପ୍ରାର୍ଥୀ ନୀରଜ କୁମାରଙ୍କୁ ପରାସ୍ତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri