Categories: ଖେଳ

କୋହଲି, ଧୋନୀଙ୍କ ବେତନ କମିଲା: ଜାଣନ୍ତୁ ଆଇପିଏଲ୍‌ କାହାକୁ ମିଳିବ କେତେ ଟଙ୍କା

ନୂଆଦିଲ୍ଲୀ,୧।୧୨: ସମସ୍ତ ୮ଟି ଫ୍ରାଞ୍ଚାଇଜ ଦ୍ୱାରା ରଖାଯାଇଥିବା ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏବେ ଖେଳାଳିଙ୍କ ବେତନକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଯେଉଁ ଖେଳାଳିମାନଙ୍କ ଉପରେ ଫ୍ରାଞ୍ଚାଇଜ ସେମାନଙ୍କ ବିଶ୍ୱାସକୁ ପୁନଃ ପ୍ରକାଶ କରିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ନାମ ମଧ୍ୟ ଆଶ୍ଚର୍ଯ୍ୟଜନକ ଥିଲା।
ଚେନ୍ନାଇ ସୁପର କିଙ୍ଗ୍ସ ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ପ୍ରଥମ ସ୍ଥାନରେ ରଖିଛି। ପ୍ରଥମ ସିଜିନରୁ ଦଳର ଅଧିନାୟକ ଥିବା ଏମଏସ ଧୋନୀଙ୍କୁ ୧୨ କୋଟିରେ ଟଙ୍କା ବେତନ ଦେଇ ୨ ନମ୍ବରରେ ରଖିଛି। ଅବସର ଗ୍ରହଣକୁ ବିଚାର କରି ଧୋନୀ ନିଜେ ଦଳ ପରିଚାଳନାକୁ ଏହି ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି। ଏହା ବ୍ୟତୀତ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିଜର ସୁପରଷ୍ଟାର ଖୋଳାଳି ବିରାଟ କୋହଲିଙ୍କୁ ୧୫ କୋଟି ଟଙ୍କା ରଖିଛି, ଯାହା ଗତ କିଛି ବର୍ଷ ମଧ୍ୟରେ ପାଇଥିବା ଦରମାଠାରୁ କମ ଅଟେ। କୋହଲି ଗତ ସିଜନରେ ନିଜେ ଆରସିବି ଅଧିନାୟକତ୍ୱ ଛାଡିବାକୁ ଘୋଷଣା କରିଥିଲେ, ଯାହା ଏହାର କାରଣ ବୋଲି କୁହାଯାଉଛି। ଏଥି ସହିତ ଓପନର୍‌ ତଥା ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ୧୬ କୋଟି ଟଙ୍କା ମୁମ୍ବାଇ ଇଣ୍ଡିଆନ୍ସ ରଖିଛନ୍ତି।

ସର୍ବାଧିକ ମୂଲ୍ୟରେ ରଖାଯାଇଥିବା ଖେଳାଳିଙ୍କ ତାଲିକା –
ରବିନ୍ଦ୍ର ଜାଡେଜା – ୧୬ କୋଟି
ରୋହିତ ଶର୍ମା -୧୬ କୋଟି
ରିଷଭ ପନ୍ତ – ୧୬ କୋଟି
ବିରାଟ କୋହଲି – ୧୫ କୋଟି
କେନ ୱିଲିୟମ୍ସନ – ୧୪ କୋଟି
ସଞ୍ଜୁ ସାମସନ – ୧୪ କୋଟି
ମୟଙ୍କ ଅଗ୍ରୱାଲ – ୧୨ କୋଟି
ଜସପ୍ରୀତ ବୁମ୍ରା – ୧୨ କୋଟି
ଆନ୍ଦ୍ରେ ରସେଲ – ୧୨ କୋଟି
ଏମଏସ ଧୋନୀ – ୧୨ କୋଟି
ଗ୍ଲେନ ମ୍ୟାକ୍ସୱେଲ -୧୧ କୋଟି
ଜୋସ ବଟଲର୍‌ – ୧୦ କୋଟି

Share