ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଟିମ ଇଣ୍ଡିଆକୁ ୩୫୩ ରନ୍ର ବିଶାଳ ଲକ୍ଷ୍ୟ ଦେଇଛି। ଅଷ୍ଟ୍ରେଲିଆର ଇନିଂସ ସମୟରେ ଏକ ଖୁସିର ମୂହୁର୍ତ୍ତ ଦେଖିବାକୁ ମିଳିଥିଲା। ବିରାଟ କୋହଲି ମ୍ୟାଚର ବିରତି ସମୟରେ ଡ୍ୟାନ୍ସ ସହିତ ସହିତ ଷ୍ଟାଡିୟମରେ ବସିଥିବା ସମସ୍ତ ଦର୍ଶକଙ୍କ ହୃଦୟ ଜିତିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।
କୋହଲି ଅଷ୍ଟ୍ରେଲୀୟ ଦଳର ବ୍ୟାଟ୍ସମ୍ୟାନ ମାର୍ନସ ଲାବୁସେନଙ୍କ ସହ ମଜା କରୁଥିବା ଦେଖିବାକୁ ମିଳିଥିଲା। ବିରତି ସମୟରେ କୋହଲି ମାର୍ନସଙ୍କ ନିକଟକୁ ଯାଇ ନାଚିବା ଆରମ୍ଭ କରିଥିଲେ। କୋହଲି ଏହା କରୁଥିବା ବେଳେ ସେ କିଛି ସମୟ ଆଶ୍ଚର୍ଯ୍ୟ ହୋଇ ରହିଯାଇଥିଲେ। ପରେ କିଛି କହିଥିଲେ।
When GOATs take a break 🕺🫶#IndiaCricketKaNayaGhar #TeamIndia #IDFCFirstBankODITrophy #ViratKohli pic.twitter.com/yQ8V0jvrj2
— JioHotstar Reality (@HotstarReality) September 27, 2023

