Posted inଖେଳ

ଫାଇନାଲରେ ଏହିସବୁ ‘ବିରାଟ’ ରେକର୍ଡ ଭାଙ୍ଗିପାରନ୍ତି କୋହଲି

ଲଣ୍ଡନ,୧୮।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି) ଫାଇନାଲରେ ଭାରତୀୟ ଅଧିନାୟକ ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିବାର ସମ୍ଭାବନା ରହିଛି। ଶୁକ୍ରବାର ଲଣ୍ଡନରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ଖେଳିବା ମାତ୍ରେ ସର୍ବାଧିକ ଟେଷ୍ଟ ମ୍ୟାଚରେ ଭାରତର ନେତୃତ୍ୱ ନେଇଥିବା ଅଧିନାୟକ ହୋଇଯିବେ। ଯଦି ଏହି ମ୍ୟାଚରେ ସେ ଭାରତକୁ ବିଜୟୀ କରାନ୍ତି ତେବେ ସେ ଦୁନିଆର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଚାରି ନମ୍ବର ସ୍ଥାନ ଅଧିକାର କରିବେ। କୋହଲି ଏପର୍ଯ୍ୟନ୍ତ ୬୦ଟି ଟେଷ୍ଟରେ ଭାରତର ନେତୃତ୍ୱ ନେଇଛନ୍ତି ଏବଂ ସେ ଏବେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମାନରେ ଅଛନ୍ତି।
୨୦୧୪ରେ ପ୍ରଥମ ଥର ପାଇଁ ଟେଷ୍ଟ ଦଳର ଅଧିନାୟକ ହୋଇଥିବା କୋହଲି ୬୦ଟି ମ୍ୟାଚ ମଧ୍ୟରୁ ୩୬ଟି ଜିତିଛନ୍ତି। ଯାହାକି ଏକ ଭାରତୀୟ ରେକର୍ଡ। ୬୦ଟି ମ୍ୟାଚରୁ ୨୭ ଟି ବିଜୟ ସହ ଧୋନୀ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହି ସମୟ ମଧ୍ୟରେ ଏକ ବିଜୟ କୋହଲିଙ୍କୁ ୱେଷ୍ଟଇଣ୍ଡିଜ କିମ୍ବଦନ୍ତୀ କ୍ଲାଇବ୍‌ ଲଏଡଙ୍କୁ ସର୍ବାଧିକ ମ୍ୟାଚ ଜିତିଥିବା ଅଧିନାୟକ ତାଲିକାରେ ମଧ୍ୟ ପଛରେ ପକାଇବାର ସମ୍ଭାବନା ରହିଛି।
କ୍ଲାଇବ୍‌ ଲଏଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍‌ ୭୪ଟି ମ୍ୟାଚ ଖେଳି ସେଥିମଧ୍ୟରୁ ୩୬ଟି ଜିତିଥିଲା। ଅଧିନାୟକ ଭାବରେ ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ଗ୍ରାମ ସ୍ମିଥଙ୍କ ନାମରେ ନାମିତ ହୋଇଛି (୧୦୯ ମ୍ୟାଚରେ ୫୩ଟି ବିଜୟ) । ଏହାପରେ ଅଷ୍ଟ୍ରେଲିଆର ରିକି ପଣ୍ଟିଙ୍ଗ (୭୭ ମ୍ୟାଚରୁ ୪୮ଟି ବିଜୟ) ଏବଂ ଷ୍ଟିଭ ୱ (୫୭ ଟି ମ୍ୟାଚରୁ ୪୧ଟି ବିଜୟ) ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri