Categories: ଖେଳ

ମାଷ୍ଟରବ୍ଲାଷ୍ଟରଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ମୁମ୍ବାଇ,୧୫।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲ୍‌ରେ ବିରାଟ କୋହଲି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଛନ୍ତି। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ୬୭୩ ରନ ସଂଗ୍ରହ କରିଥିଲେ। ଏଥି ସହିତ ନ୍ୟୁଜିଲାଣ୍ଡ ବିପକ୍ଷରେ ବିରାଟ କୋହଲି ୮୧ତମ ରନ ସ୍କୋର କରିବା ମାତ୍ରେ ମାଷ୍ଟରବ୍ଲାଷ୍ଟରଙ୍କୁ ପଛରେ ପକାଇଛନ୍ତି।
ଏହାପୂର୍ବରୁ ବିଶ୍ୱକପରେ ସର୍ବାଧିକ ରନ ସଂଗ୍ରହ କରିଥିବା ବ୍ୟାଟ୍ସମ୍ୟାନ ହେଉଛନ୍ତି ସଚିନ ତେନ୍ଦୁଲକର। ସଚିନ ତେନ୍ଦୁଲକର ବିଶ୍ୱକପ ୨୦୦୩ରେ ଏହି ସଫଳତା ହାସଲ କରିଥିଲେ। ଏଥି ସହିତ ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକରଙ୍କ ପରେ ଅଷ୍ଟ୍ରେଲିଆର ମାଥ୍ୟୁ ହେଡେନ ଏହି ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି। ଅଷ୍ଟ୍ରେଲିଆର ହେଡେନ ବିଶ୍ୱକପ ୨୦୦୭ରେ ୬୫୯ ରନ ସ୍କୋର କରିଥିଲେ। ରୋହିତ ଶର୍ମା ଚତୁର୍ଥ ସ୍ଥାନରେ ଅଛନ୍ତି। ବିଶ୍ୱକପ ୨୦୧୯ରେ ରୋହିତ ଶର୍ମା ୬୪୮ ରନ ସ୍କୋର କରିଥିଲେ। ବିଶ୍ୱକପ ୨୦୧୯ରେ ଅଷ୍ଟ୍ରେଲିଆର ଡେଭିଡ ୱାର୍ନର ୬୪୭ ରନ ସ୍କୋର କରିଥିଲେ।

Share