Categories: ଖେଳ

ଅହମ୍ମଦାବାଦ ଟେଷ୍ଟରେ ବ୍ୟାଟ୍‌ ନ ଧରିବି ସ୍ବତନ୍ତ୍ର ତ୍ରିଶତକ ପୂରଣ କଲେ କୋହଲି

ଅହମ୍ମଦାବାଦ,୧୦।୩: ଟେଷ୍ଟ କ୍ରିକେଟରେ ଫର୍ମ ସହ ସଂଘର୍ଷ କରୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଠାରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟ ନ ଧରି ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଛନ୍ତି। କୋହଲି ଅଶ୍ୱିନଙ୍କ ବଲ୍‌ରେ ନାଥମ ଲିଅନ୍‌ଙ୍କ କ୍ୟାଚ୍‌ ଧରିବା ମାତ୍ରେ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ କିମ୍ବା ତା’ଠାରୁ ଅଧିକ କ୍ୟାଚ୍‌ ନେଇଥିବା ଦ୍ୱିତୀୟ ଭାରତୀୟ ପାଲଟିଛନ୍ତି।

କୋହଲି କ୍ୟାରିୟରର ୧୦୮ ତମ ଟେଷ୍ଟ ଖେଳିବାବେଳେ ଟେଷ୍ଟ କ୍ରିକେଟରେ ୧୦୯ ତମ କ୍ୟାଚ ଧରିଛନ୍ତି। ଏହା ବ୍ୟତୀତ ବିରାଟ ଦିନିକିଆରେ ୧୪୧ ଏବଂ ଟି -୨୦ରେ ୫୦ କ୍ୟାଚ୍‌ ଧରିଛନ୍ତି। ଏହିପରି, ତାଙ୍କ ନାମରେ ମୋଟ ୩୦୦ କ୍ୟାଚ୍‌ର ରେକର୍ଡ ହୋଇଛି। କୋହଲିଙ୍କୁ ସାଧାରଣତଃ ବହୁତ ଭଲ ଫିଲ୍ଡର ଭାବେ ବିବେଚନା କରାଯାଏ ନାହିଁ। ଏହା ସତ୍ତ୍ୱେ ଅନ୍ତର୍ଜାତୀୟ କ୍ରିକେଟରେ ୩୦୦ କ୍ୟାଚ୍‌ ଧରିବା ଜଣେ ଫିଲ୍ଡର ଭାବରେ ତାଙ୍କ ପାଇଁ ଏକ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।

Share