Posted inଖେଳ

ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଦୌଡ଼ରେ କୋହଲି, ଅଶ୍ୱିନ

ଦୁବାଇ,୨୫।୧୧(ପି.ଟି.): ସୁପରଷ୍ଟାର ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ପ୍ଲେୟର ଅଫ୍‌ ଦି ଡିକେଡ୍‌ ଅର୍ଥାତ୍‌ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ ଦୌଡ଼ରେ ସାମିଲ ହୋଇଛନ୍ତି। ଗତ ଏକ ଦଶନ୍ଧିରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ କରିଥିବାରୁ ଆଇସିସି ଏହି ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କୁ ପୁରସ୍କାର ଦୌଡ଼ରେ ସାମିଲ କରିଛି। ଗତ ୧୦ ବର୍ଷରେ କୋହଲି ବହୁ ସଂଖ୍ୟାରେ ରନ୍‌ ସଂଗ୍ରହ କରି ୫ଟି ବର୍ଗରେ ପୁରସ୍କାର ପାଇଁ ନାମିତ ହୋଇଛନ୍ତି।
ଏହି ସମ୍ମାନଜନକ ପୁରସ୍କାର ପାଇଁ କୋହଲି ଓ ଅଶ୍ୱିନଙ୍କ ସମେତ ମୋଟ ୭ ଜଣ ଖେଳାଳି ଦୌଡ଼ରେ ସାମିଲ ହୋଇଛନ୍ତି। ଏହି ଦୁଇ ଖେଳାଳିଙ୍କୁ ବାଦ୍‌ ଦେଲେ ଇଂଲଣ୍ଡ ଜୋ ରୁଟ୍‌, ନ୍ୟୁଜିଲାଣ୍ଡର କେନ୍‌ ଓ୍ବିଲିୟମସନ, ଅଷ୍ଟ୍ରେଲିଆର ଷ୍ଟିଭ୍‌ ସ୍ମିଥ୍‌, ଦକ୍ଷିଣ ଆଫ୍ରିକାର ଏବି ଡି’ଭିଲର୍ସ ଓ ଶ୍ରୀଲଙ୍କାର କୁମାର ସଙ୍ଗକାରା ମଧ୍ୟ ଏହି ପୁରସ୍କାର ଦୌଡ଼ରେ ରହିଛନ୍ତି।
ସେହିପରି ଦଶନ୍ଧିର ପୁରୁଷ ଦିନିକିଆ ଖେଳାଳି ପୁରସ୍କାର ବର୍ଗରେ ଭାରତୀୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ ରନ୍‌ ମେଶିନ ରୋହିତ ଶର୍ମା କୋହଲି, ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଏବି ଡି’ଭିଲର୍ସ ଓ ସଙ୍ଗକାରା ସ୍ଥାନ ପାଇଛନ୍ତି।
କୋହଲି ଓ ରୋହିତ ପୁରୁଷ ଟି୨୦ ପ୍ଲେୟର ଅଫ୍‌ ଦି ଡେକାଡ ବର୍ଗରେ ସାମିଲ ହୋଇଛନ୍ତି। ଏହି ବର୍ଗରେ ସାମିଲ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ଆଫଗାନିସ୍ତାନର ରସିଦ ଖାଁ, ଦକ୍ଷିଣ ଆଫ୍ରିକାର ଇମ୍ରାନ ତାହିର, ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ୍‌, ଶ୍ରୀଲଙ୍କାର ଲାସିଥ୍‌ ମାଲିଙ୍ଗା ଓ ଓ୍ବେଷ୍ଟଇଣ୍ଡିଜର କ୍ରିସ୍‌ ଗେଲ।
ସେହିପରି କୋହଲି ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଡିକେଡ୍‌ ଓ ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆଓ୍ବାର୍ଡ ଅଫ୍‌ ଦି ଡେକାଡ୍‌ ବର୍ଗ ଦୌଡ଼ରେ ସାମିଲ ହୋଇଛନ୍ତି। କୋହଲିଙ୍କ ସମେତ ଧୋନୀ ମଧ୍ୟ ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆଓ୍ବାର୍ଡ ଅଫ୍‌ ଦି ଡିକେଡ୍‌ ବର୍ଗରେ ସାମିଲ ହୋଇଛନ୍ତି।
୩ଟି ଯାକ ଫର୍ମାଟ୍‌କୁ ବିଚାର କଲେ କୋହଲି ୫୦ରୁ ଊର୍ଦ୍ଧ୍ୱ ହାରରେ ରନ୍‌ ସଂଗ୍ରହ କରିଛନ୍ତି। ସେ ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ଅର୍ଜନ କରିସାରିଛନ୍ତି। ଅଷ୍ଟ୍ରେଲିଆର ରିକି ପଣ୍ଟିଂ ୭୧ ଓ କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ୧୦୦ଟି ଶତକ ହାସଲ କରି କୋହଲିଙ୍କ ଆଗରେ ରହିଛନ୍ତି। ସେହିପରି ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ କୋହଲି ୨୧,୪୪୪ ରନ ସଂଗ୍ରହ କରି ତୃତୀୟ ସ୍ଥାନରେ ରହିଛନ୍ତି। ପଣ୍ଟିଂ ୨୭,୪୮୩ ଓ ତେନ୍ଦୁଲକର ୩୪,୩୫୭ ରନ ସଂଗ୍ରହ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ଗତ ଏକ ଦଶନ୍ଧିରେ କୋହଲି ୭,୦୦୦ ରନ କେବଳ ଟେଷ୍ଟରେ ସଂଗ୍ରହ କରିଛନ୍ତି। ସେହିପରି ସେ ଦିନିକିଆରେ ୧୧,୦୦୦ରୁ ଊର୍ଦ୍ଧ୍ୱ ଓ ଟି୨୦ରେ ୨୬,୦୦ରୁ ଊର୍ଦ୍ଧ୍ୱ ରନ ସଂଗ୍ରହ କରିଛନ୍ତି। ଏକ ମତଦାନ ମାଧ୍ୟମରେ ସବୁ ପୁରସ୍କାର ବର୍ଗର ଅନ୍ତିମ ବିଜେତାଙ୍କ ନାମ ଘୋଷଣା କରାଯିବ।
ପୁରୁସ୍କାର ଦୌଡ଼ରେ ସାମିଲଥିବା ଖେଳାଳି ତାଲିକା
ପୁରୁଷ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି (ଭାରତ), ରବିଚନ୍ଦ୍ରନ ଅଶ୍ୱିନ (ଭାରତ), ଜୋ ରୁଟ୍‌ (ଇଂଲଣ୍ଡ), କେନ୍‌ ଓ୍ବିଲିୟମଶନ (ନ୍ୟୁଜିଲାଣ୍ଡ), ଷ୍ଟିଭ ସ୍ମିଥ୍‌ (ଅଷ୍ଟ୍ରେଲିଆ), ଏବି ଡି’ଭିଲର୍ସ (ଦକ୍ଷିଣ ଆଫ୍ରିକା) ଓ କୁମାର ସଙ୍ଗକାରା (ଶ୍ରୀଲଙ୍କା)।
ପୁରୁଷ ଓଡିଆଇ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି , ଲାସିଥ ମାଲିଙ୍ଗା, ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଡି’ଭିଲର୍ସ, ରୋହିତ ଶର୍ମା (ଭାରତ), ମହେନ୍ଦ୍ର ସିଂ ଧୋନୀ (ଭାରତ) ଓ କୁମାର ସଙ୍ଗକାରା।
ପୁରୁଷ ଟେଷ୍ଟ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି, କେନ୍‌ ଓ୍ବିଲିୟମସନ, ଷ୍ଟିଭ୍‌ ସ୍ମିଥ୍‌, ଜେମ୍ସ ଆଣ୍ଡରସନ (ଇଂଲଣ୍ଡ), ରଙ୍ଗନା ହେରାଥ (ଶ୍ରୀଲଙ୍କା) ଓ ୟାସିର ଶାହା (ପାକିସ୍ତାନ)।
ପୁରୁଷ ଟି୨୦ ପ୍ଲେୟର ଅଫ୍‌ ଦି ଡିକେଡ୍‌:
ରସିଦ ଖାଁ (ଆଫ୍‌ଗାନିସ୍ତାନ), ବିରାଟ କୋହଲି (ଭାରତ), ଇମ୍ରାନ ତାହିର (ଦକ୍ଷିଣ ଆଫ୍ରିକା), ଆରୋନ ଫିଞ୍ଚ୍‌ (ଅଷ୍ଟ୍ରେଲିଆ), ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), କ୍ରିସ୍‌ ଗେଲ (ଓ୍ବେଷ୍ଟଇଣ୍ଡିଜ୍‌) ଓ ରୋହିତ ଶର୍ମା।
ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ଆଓ୍ବାର୍ଡ ଅଫ୍‌ ଦି ଡିକେଡ୍‌:
ବିରାଟ କୋହଲି, କେନ୍‌ ଓ୍ବିଲିୟମସନ, ବ୍ରେଣ୍ଡନ ମ୍ୟାକୁଲମ (ନ୍ୟୁଜିଲାଣ୍ଡ), ମିସବା-ଉଲ- ହକ୍‌ (ପାକିସ୍ତାନ), ମହେନ୍ଦ୍ର ସିଂ ଧୋନୀ (ଭାରତ), ଅନ୍ୟା ଶ୍ରୁବୋସ୍‌ଲେ (ଇଂଲଣ୍ଡ), କାଥେରାଇନ୍‌ ବ୍ରଣ୍ଟ (ଇଂଲଣ୍ଡ), ମାହେଲା ଜୟବର୍ଦ୍ଧନେ (ଶ୍ରୀଲଙ୍କା) ଓ ଡାନିଏଲ ଭିଟୋରୀ (ନ୍ୟୁଜିଲାଣ୍ଡ)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri