Categories: ଖେଳ

ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତୁ ଏହି ଯୋଡ଼ିଙ୍କ ଅନେକ ସିକ୍ରେଟ୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ ହେଁ ଆଇପିଏଲ୍‌ ମଇଦାନରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ଖବର ଶିରୋନାମା ପାଲଟିଥାଏ।  ପିତା ହୋଇଛନ୍ତି ବିରାଟ। ତେବେ ଆସନ୍ତୁ ଜାଣିବା ବିରାଟ-ଅନୁଷ୍କାଙ୍କ ସମ୍ପର୍କକୁ ନେଇ କିଛିଟା ଅଜଣା କଥା।

-ପେସାରେ ଓକିଲ ପ୍ରେମ କୋହଲୀଙ୍କ ପୁଅ ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅନୁଷ୍କାଙ୍କୁ ଡେଟ୍‌ କରିବା ପରେ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ତାଙ୍କୁ ବିବାହ କରିଥିଲେ।

-ଇଟାଲୀରେ ବେଶ୍‌ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ପରସ୍ପରକୁ ବେଶ୍‌ ଭଲପାଉଥିବା ବେଳେ କାମକୁ ନେଇ ଜଣେ ଅନ୍ୟଜଣଙ୍କୁ ପ୍ରୋତ୍ସାହିତ କରିଥାନ୍ତି।

-ବିରାଟ ସ୍ନେହରେ ଅନୁଷ୍କାଙ୍କୁ ନୁଷ୍କି ବୋଲି ଡାକିଥାନ୍ତି।

-୨୦୧୩ରେ ବିରାଟ ଏବଂ ଅନୁଷ୍କା ଏକ ବିଜ୍ଞାପନରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଉଭୟ ବନ୍ଧୁ ଏବଂ ପରେ ତାହା ବିବାହ ପର୍ଯ୍ୟନ୍ତ ଯାଇଥିଲା।

-ପ୍ରେମରେ ଥିବା ବେଳେ ବିରାଟ ଏକଦା ଦକ୍ଷିଣ ଆଫ୍ରିକା ଗସ୍ତ କରି ଅନୁଷ୍କାଙ୍କ ଘରେ ପହଞ୍ଚି ଯାଇଥିଲେ। ସେଭଳି ଅନୁଷ୍କା ମଧ୍ୟ ୨୦୧୪ରେ ନ୍ୟୁଜିଲାଣ୍ଡରେ ପହଞ୍ଚିଯାଇଥିଲେ। ଏହାପରେ ବିରାଟଙ୍କ ସହ ତାଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହୋଇଯାଇଥିଲା।

-ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକ କରିଥିଲେ। ଏହା ପରେ ଅନୁଷ୍କାଙ୍କୁ ସେ ଫ୍ଲାଇଂ କିସ୍‌ ଦେଇଥିଲେ। ଉକ୍ତ ଭିଡିଓ ଏବେ ପର୍ଯ୍ୟନ୍ତ ଭାଇରାଲ ହେଉଛି।

-ଆଇପିଏଲ୍‌ର ଓପନିଂ ଉତ୍ସବରେ ଅନୁଷ୍କା ଯୋଗଦେବାକୁ ପହଞ୍ଚିଥିଲେ। ଏହା ଦେଖି ବିରାଟ ବେଶ ଖୁସି ହୋଇଯାଇଥିଲେ। ଉକ୍ତ ସମୟର ଫଟୋ ଭାଇରାଲ ହୋଇଥିଲା।

Share