Posted inଖେଳ

ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତୁ ଏହି ଯୋଡ଼ିଙ୍କ ଅନେକ ସିକ୍ରେଟ୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ ହେଁ ଆଇପିଏଲ୍‌ ମଇଦାନରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ଖବର ଶିରୋନାମା ପାଲଟିଥାଏ।  ପିତା ହୋଇଛନ୍ତି ବିରାଟ। ତେବେ ଆସନ୍ତୁ ଜାଣିବା ବିରାଟ-ଅନୁଷ୍କାଙ୍କ ସମ୍ପର୍କକୁ ନେଇ କିଛିଟା ଅଜଣା କଥା।

-ପେସାରେ ଓକିଲ ପ୍ରେମ କୋହଲୀଙ୍କ ପୁଅ ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅନୁଷ୍କାଙ୍କୁ ଡେଟ୍‌ କରିବା ପରେ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ତାଙ୍କୁ ବିବାହ କରିଥିଲେ।

-ଇଟାଲୀରେ ବେଶ୍‌ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ପରସ୍ପରକୁ ବେଶ୍‌ ଭଲପାଉଥିବା ବେଳେ କାମକୁ ନେଇ ଜଣେ ଅନ୍ୟଜଣଙ୍କୁ ପ୍ରୋତ୍ସାହିତ କରିଥାନ୍ତି।

-ବିରାଟ ସ୍ନେହରେ ଅନୁଷ୍କାଙ୍କୁ ନୁଷ୍କି ବୋଲି ଡାକିଥାନ୍ତି।

-୨୦୧୩ରେ ବିରାଟ ଏବଂ ଅନୁଷ୍କା ଏକ ବିଜ୍ଞାପନରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଉଭୟ ବନ୍ଧୁ ଏବଂ ପରେ ତାହା ବିବାହ ପର୍ଯ୍ୟନ୍ତ ଯାଇଥିଲା।

-ପ୍ରେମରେ ଥିବା ବେଳେ ବିରାଟ ଏକଦା ଦକ୍ଷିଣ ଆଫ୍ରିକା ଗସ୍ତ କରି ଅନୁଷ୍କାଙ୍କ ଘରେ ପହଞ୍ଚି ଯାଇଥିଲେ। ସେଭଳି ଅନୁଷ୍କା ମଧ୍ୟ ୨୦୧୪ରେ ନ୍ୟୁଜିଲାଣ୍ଡରେ ପହଞ୍ଚିଯାଇଥିଲେ। ଏହାପରେ ବିରାଟଙ୍କ ସହ ତାଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହୋଇଯାଇଥିଲା।

-ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକ କରିଥିଲେ। ଏହା ପରେ ଅନୁଷ୍କାଙ୍କୁ ସେ ଫ୍ଲାଇଂ କିସ୍‌ ଦେଇଥିଲେ। ଉକ୍ତ ଭିଡିଓ ଏବେ ପର୍ଯ୍ୟନ୍ତ ଭାଇରାଲ ହେଉଛି।

-ଆଇପିଏଲ୍‌ର ଓପନିଂ ଉତ୍ସବରେ ଅନୁଷ୍କା ଯୋଗଦେବାକୁ ପହଞ୍ଚିଥିଲେ। ଏହା ଦେଖି ବିରାଟ ବେଶ ଖୁସି ହୋଇଯାଇଥିଲେ। ଉକ୍ତ ସମୟର ଫଟୋ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟି-୨୦ ବିଶ୍ୱକପ୍: ପାକିସ୍ତାନକୁ ଧୂଳି ଚଟାଇ ସୁପର-୮ରେ ଭାରତ; ଧରାଶାୟୀ ପଡ଼ୋଶୀ ଦଳ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ର ଏକ ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଲଗାତାର…

ଟି-୨୦ ବିଶ୍ୱକପ୍: କଲମ୍ବୋରେ ପାକିସ୍ତାନକୁ ଧ୍ୱଂସ କରିଦେଲା ସୂର୍ଯ୍ୟକୁମାରଙ୍କ ସେନା, ଗର୍ଜିଲେ ଇଶାନ କିଷାନ

କଲମ୍ବୋ,୧୫।୨: ଶ୍ରୀଲଙ୍କାର ଆର୍. ପ୍ରେମଦାସା ଷ୍ଟାଡିୟମରେ ଅନୁଷ୍ଠିତ ହାଇଭୋଲ୍ଟେଜ୍ ଟି-୨୦ ବିଶ୍ୱକପ୍ ମୁକାବିଲାରେ ଭାରତୀୟ ଦଳ ପାକିସ୍ତାନକୁ ୬୧ ରନ୍‌ରେ ପରାସ୍ତ କରିଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ…

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଧୋନିଙ୍କ ପାଇଁ ପାକିସ୍ତାନ ଦଳରେ ସୁଯୋଗ ପାଇଛନ୍ତି ଉସମାନ ତାରିକ! ହୋଇଗଲା ଖୁଲାସା

କଲମ୍ବୋ,୧୫।୨: ଚଳିତ ଟି-୨୦ ବିଶ୍ୱକପ୍‌ରେ ପାକିସ୍ତାନର ରହସ୍ୟମୟ ସ୍ପିନର ଉସ୍ମାନ ତାରିକ୍ ନିଜର ଅଜବ ବୋଲିଂ ଆକ୍ସନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ତେବେ ତାଙ୍କ କ୍ରିକେଟ୍…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଟି-୨୦ ବିଶ୍ୱକପ୍: ପାକିସ୍ତାନ ଆଗରେ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ; ଇଶାନ କିଷାନଙ୍କ ଧୂଆଁଧାର ବ୍ୟାଟିଂ

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍ ୨୦୨୬ର ହାଇଭୋଲ୍ଟେଜ୍ ମ୍ୟାଚରେ ଭାରତ, ପାକିସ୍ତାନ ସମ୍ମୁଖରେ ୧୭୬ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ୍ ରଖିଛି। ଓପନର୍ ଇଶାନ କିଷାନଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri