Categories: ଖେଳ

ପୁଣି ଏକ ନୂଆ କୀର୍ତ୍ତିମାନ ହାସଲ କଲେ କୋହଲି

ମୁମ୍ବାଇ,୧୫।୧୧: ଭାରତ ପାଇଁ ନମ୍ବର-୩ରେ ବ୍ୟାଟ୍ସମ୍ୟାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ନ୍ୟୁଜିଲାଣ୍ଡ ପାଇଁ ନମ୍ବର-୩ରେ ବ୍ୟାଟିଂ କରୁଥିବା କେନ ୱିଲିୟମସନ ଚତୁର୍ଥ ଥର ପାଇଁ ଦିନିକିଆ ବିଶ୍ୱକପ୍‌ର ସେମିଫାଇନାଲ ମ୍ୟାଚ ଖେଳୁଛନ୍ତି। ଏହି ଦୁଇ ଖେଳାଳିଙ୍କ ଦଳ ଗତ ୪ଟି ବିଶ୍ୱକପ୍‌ର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବିରାଟ କୋହଲି ଏବଂ କେନ ୱିଲିୟମସନ ମଧ୍ୟ ସେହି ସମସ୍ତ ସେମିଫାଇନାଲ ମ୍ୟାଚରେ ନିଜ ନିଜ ଦଳ ପାଇଁ ଖେଳିଛନ୍ତି। ଏହି ରେକର୍ଡ ସହିତ ବିରାଟ କୋହଲି ଏବଂ କେନ ୱିଲିୟମ୍ସନ ଚତୁର୍ଥ ଥର ପାଇଁ ବିଶ୍ୱକପ ସେମିଫାଇନାଲରେ ପହଞ୍ଚିବାରେ ଷଷ୍ଠ ଏବଂ ସପ୍ତମ ଖେଳାଳି ହୋଇଛନ୍ତ। ଏହି ବିଶ୍ୱକପରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। ଏହି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ ମ୍ୟାଚ ମୁମ୍ବାଇର ୱାନକେଡେ ଷ୍ଟାଡିୟମରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି।
ବିଶ୍ୱ କ୍ରିକେଟରେ ୪ ଥର ବିଶ୍ୱକପ୍‌ ସେମିଫାଇନାଲ ମ୍ୟାଚ ଖେଳିଥିବା ବିଶ୍ୱର ପ୍ରଥମ କ୍ରିକେଟର ହେଉଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ। ଏହା ପରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ପୂର୍ବତନ ବୋଲର ଗ୍ଲେନ ମ୍ୟାକଗ୍ରାଥ ମଧ୍ୟ ୪ ଥର ବିଶ୍ୱକପ ସେମିଫାଇନାଲ ମ୍ୟାଚ ଖେଳିଛନ୍ତି। ଏହି ତାଲିକାର ଚତୁର୍ଥ ଖେଳାଳିଙ୍କ ନାମ ହେଉଛି ଶ୍ରୀଲଙ୍କାର ପୂର୍ବତନ ସ୍ପିନ ବୋଲର ଥିବା ମୁଥିଆ ମୁରଲୀଧରନ। ଏଥି ସହିତ ପଞ୍ଚମ ଖେଳାଳିଙ୍କ ନାମ ହେଉଛି ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ ରସ ଟେଲର ଥିଲେ।

Share