‘ଟାୱାର ଅଫ ଲଣ୍ଡନ’ରେ ପ୍ରଦର୍ଶନ ପାଇଁ ରଖାଯିବ ଭାରତର କୋହିନୂର ହୀରା

ନୂଆଦିଲ୍ଲୀ,୧୭ ।୩: ବ୍ରିଟେନ ମହାରାଣୀଙ୍କ ମୁକୁଟରେ ଲାଗିଥିବା କୋହିନୂର ହୀରା ପୁଣିଥରେ ଆସିଛି ଚର୍ଚ୍ଚାକୁ । ଗତବର୍ଷ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ପରେ କୋହିନୂର ହୀରା ସହ ଜଡିତ ମୁକୁଟ କିଙ୍ଗ ଚାର୍ଲସ ତୃତୀୟଙ୍କ ପତ୍ନୀ କୁଇନ କଂସୋର୍ଟ କ୍ୟାମିଲାଙ୍କୁ ଦିଆଯାଇଛି । ହେଲେ କୁଇନ କ୍ୟାମିଲା ଏହି ବିବାଦୀୟ ମୁକୁଟକୁ ପିନ୍ଧିବାକୁ ମନା କରି ଦେଇଛନ୍ତି । ଏବେ ଖବର ଆସିଛି କି ଏହି କୋହିନୂର ହୀରାକୁ ମେ’ରେ ସାର୍ବଜନିକ ଭାବେ ପ୍ରଦର୍ଶନ କରାଯିବ । ଏବେ ଏହା ରାଜ ପରିବାରର ସମ୍ପତ୍ତି ମଧ୍ୟରେ ରଖାଯାଇଛି ।

ମିଡିଆ ରିପୋର୍ଟ ଅନୁଯାୟୀ, ଏବେ କୋହିନୂର ଲାଗିଥିବା ମୁକୁଟ, ଆଉ କିଛି ରାଜ ପରିବାରର ଆଭୁଷଣ ଓ ପ୍ରତିକ ଚିହ୍ନକୁ ‘ଟାୱାର ଅଫ ଲଣ୍ଡନ’ରେ ସାର୍ବଜନିକ ପ୍ରଦର୍ଶନ ପାଇଁ ରଖାଯିବ । ଏହାକୁ ‘ବିଜୟର ପ୍ରତିକ’ ଭାବେ ପ୍ରଦର୍ଶିତ କରାଯିବ । ଭିଜୁଆଲ ପାଇଁ ଏହାର ଇତିହାସକୁ ବି କୁହାଯିବ । ଏହି ପ୍ରଦର୍ଶନୀ ମେ’ରେ ସାଧାରଣ ନାଗରିକଙ୍କ ପାଇଁ ଖୋଲି ଦିଆଯିବ ।

Share