‘କଫି ୱିଥ କରନ’ ସିଜନ ୭ର ପ୍ରମୋ ରିଲିଜ୍‌, ପ୍ରଥମ ଏପିସୋଡରେ ଆସିବେ ଆଲିଆ-ରଣବୀର

ମୁମ୍ବାଇ: ହାର୍ଦ୍ଦିକ ପାଣ୍ଡୟା, ଦୀପିକା ପାଦୁକୋନ, ରଣବୀର ସିଂ, ସଲମାନ ଖାଁ ଓ ଅନ୍ୟ ବଡ ବଡ ସେଲିବ୍ରିଟିଙ୍କୁ ବିବାଦରେ ପକାଇଥିବା ଶୋ’ଏବେ ପୁଣିଥରେ ଫେରୁଛି । କରନ, କଫି ୱିଥ କରନ ସିଜନ ୭ ଆସୁଛି । ୭ ଜୁଲାଇ ୨୦୨୨ରେ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ୍ ହେବାକୁ ଯାଉଛି ଏହି ଶୋ’ । କଫି ୱିଥ କରନ ଶୋ’ର ପ୍ରଥମ ପ୍ରମୋ ରିଲିଜ୍ ହେବା ପରେ ସେଥିରେ ଆଲିଆ ଭଟ୍ଟ, ରଣବୀର ସିଂ, ଅକ୍ଷୟ କୁମାର, ବରୁଣ ଧୱନ, ଅନିଲ କପୁର ଓ ଅନ୍ୟ କେତେଜଣଙ୍କୁ ଦେଖିବାକୁ ମିଳିଥିଲା । ଏବେ କରନ ଜୋହର ସିଜନର ପ୍ରଥମ ଏପିସୋଡର ପ୍ରମୋ ଶେୟାର କରିଛନ୍ତି । ଏଥିରେ ସ୍ପଷ୍ଟ ହୋଇଛି ଯେ ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଓ ରଣବୀର ସିଂ ନଜର ଆସିବେ । ଏହି ଏକ ମିନିଟର ପ୍ରମୋରେ କରଣ ରଣବୀର ଓ ଆଲିଆଙ୍କୁ ନବବିବାହିତ କଳାକାର ଭାବେ ଉପସ୍ଥାପନ କରିଛନ୍ତି । କରନ ସେମାନଙ୍କୁ ତାଙ୍କ ବ୍ୟକ୍ତିଗତ ଓ ରୋଚକ ବିବରଣୀ ସମ୍ପର୍କରେ ପ୍ରଶ୍ନ କରୁଛନ୍ତି । ତେବେ କଫି ୱିଥ କରନ ପୁଣିଥରେ ଅନେକ ବିବାଦ ଠିଆ କରିବ ବୋଲି ଅନୁମାନ କରାଯାଉଛି ।

Share