ବିଜୟ ଦେବରକୋଣ୍ଡାଙ୍କୁ ଡେଟ କରିବାକୁ ଚାହୁଁଛନ୍ତି ସାରା

ମୁମ୍ବାଇ: ବଲିଉଡ ନାୟିକା ସାରା ଅଲି ଖାଁ ତାଙ୍କ ମନ କଥା ଖୋଲି କହିଛନ୍ତି । ନିକଟରେ କରନ ଜୋହରଙ୍କ ଶୋ କଫି ୱିଥ କରନ ସିଜନ ୭ରେ ସାରା ଓ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିବ । ଏହାର ପ୍ରଥମ ଏପିସୋଡରେ ଆଲିଆ ଭଟ୍ଟ ଓ ରଣବୀର ସିଂ ଆସିଥିବା ବେଳେ ଏହା ସବୁ ସିଜନର ରେକର୍ଡ ଭାଙ୍ଗିଥିଲା । ଏବେ ବଲିଉଡର ବେଷ୍ଟ ଫ୍ରେଣ୍ଡ ସାରା-ଜାହ୍ନବୀ ଦର୍ଶକଙ୍କୁ ଆକର୍ଷିତ କରିବେ ବୋଲି କୁହାଯାଉଛି । ଏପିସୋଡର ଟ୍ରେଲର କରନ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯେଉଁଥିରେ କରନ ସାରା ଓ ଜାହ୍ନବିଙ୍କ ସହ ମସ୍ତି କରୁଥିବା ଦେଖାଯାଇଛି ।
ଏଥିରେ ଉଭୟ ଷ୍ଟାରକିଡ ବହୁତ କଥା କଥା ହୋଇଥିବା ବେଳେ କରନଙ୍କ ଏକ ପ୍ରଶ୍ନରେ ସାରା ଯେଉଁ ଉତ୍ତର ଦେଇଛନ୍ତି ତାହା ସମସ୍ତଙ୍କୁ ଚମକାଇ ଦେଇଛି । କରନ କହିଛନ୍ତି ସାରା ଏବେ କାହାକୁ ଡେଟ କରିବାକୁ ପସନ୍ଦ କରିବେ । ଏହି ପ୍ରଶ୍ନର ଉତ୍ତର ଦେବାକୁ ପ୍ରଥମେ ସାରା ଅରାଜି ହୋଇଥିବା ବେଳେ ପରେ ବିଜୟ ଦେବରକୋଣ୍ଡାଙ୍କ ନାମ ନେଇଛନ୍ତି ।
ସୂଚନାଯୋଗ୍ୟ, କିଛିଦିନ ତଳେ ଶୁଣିବାକୁ ମିଳିଥିଲା କି ସାରା ଅଲ୍ଲି ଖାଁ ଓ କାର୍ତ୍ତିକ ଆର୍ଯ୍ୟନ ପରସ୍ପରକୁ ଡେଟ କରିସାରିଛନ୍ତି ବୋଲି କରନ ଜୋହର କହିବା ପରେ ସାରା ସାମାନ୍ୟ ରାଗି ଯାଇଥିଲେ । କାହିଁକିନା ସେ ତାଙ୍କ ରିଲେସନଶିପକୁ ଅଫିସିଆଲ କରିବାକୁ ଚାହୁଁ ନ ଥିଲେ । ଏହା ତାଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇବ ବୋଲି ସେ କହିଥିଲେ ।
ଏଥର ଜାହ୍ନବୀ ଓ ସାରାଙ୍କ ସହ କଫି ୱିଥ କରନ ଜୁଲାଇ ୧୪ରେ ଡିଜନି ପ୍ଲସ ହଟଷ୍ଟାରରେ ପ୍ରସାରିତ ହେବାକୁ ଯାଉଛି । ଏହି ଏପିସୋଡରେ ବହୁ କଥା ଖୋଲି କଥା ହୋଇଛନ୍ତି ସାରା-ଜାହ୍ନବୀ ।


Enter your email to get our daily news in your inbox.

All Right Reserved By Dharitri.Com

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ପାର୍କରେ ଦୁର୍ବୃତ୍ତଙ୍କ ଉନ୍ମକ୍ତ କାଣ୍ଡ: ୪୨ଟି ଗଛ ଭାଙ୍ଗି ଛାରଖାର କଲେ ପାର୍କ

ବଲାଙ୍ଗୀର, ୧୧।୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରାଜେନ୍ଦ୍ର ପାର୍କ ଭିତରେ ସୌନ୍ଦର୍ଯ୍ୟ ବୃଦ୍ଧି ସକାଶେ ଲଗାଯାଇଥିବା ୪୨ଟି ଗଛକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେବା ସହ କାଟି…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ମ୍ୟାଚ ସମୟରେ ହ୍ୟାଣ୍ଡସେକ୍‌ କରିବେ ଭାରତ-ପାକିସ୍ତାନ? ICC-PCB ବୈଠକରେ କ’ଣ ହେଲା ନିଷ୍ପତ୍ତି, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୨: ୨୦୨୬ ଟି-୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନ ପରସ୍ପରର ସାମ୍ନା କରିବେ ବୋଲି ନିଶ୍ଚିତ ହୋଇଛି। ପାକିସ୍ତାନ ପ୍ରଥମେ ଭାରତ ବିପକ୍ଷ ମ୍ୟାଚ ବର୍ଜନ କରିବାକୁ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri