ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀ ଶିକାର

ନୟାଗଡ଼,୧୬।୫(ଲୋକନାଥ ମିଶ୍ର)ନୟାଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଅବାଧରେ ଚାଲିଛି କୋଚିଲାଖାଇ ପକ୍ଷୀଙ୍କ ଶିକାର। ନୟାଗଡ଼ ଜିଲାର ଗଁାଗହଳିର କୋଚିଲା ଗଛରେ ରହୁଥିବା ଏହି ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି। ପୁଣି ସାତକୋଶିଆ ଓ ଶିମିଳିପାଳ ଅଭୟାରଣ୍ୟରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇବା ପରିବେଶବିତ୍‌ମାନଙ୍କୁ ଚିନ୍ତାରେ ପକାଇଛି। ଶ୍ୱାସ ଓ ବାତରୋଗର ଉପଶମ ପାଇଁ ଏହି ପକ୍ଷୀଙ୍କୁ ଶିକାର କରାଯାଉଥିବାରୁ ଏମାନଙ୍କ ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ହୋଇଛି। ପୁଣି ପ୍ରାକୃତିକ ପରିବେଶ ଧ୍ୱଂସ, ଜଳବାୟୁ ପରିବର୍ତ୍ତନ କୋଚିଲାଖାଇ ପକ୍ଷୀଙ୍କ ସଂଖ୍ୟା ହ୍ରାସର ଅନ୍ୟତମ କାରଣ ହୋଇଛି। ସେହିପରି ଅଣ୍ଡିରା କୋଚିଲାଖାଇଙ୍କ ଶିକାର ହେଲେ ଏହି ପକ୍ଷୀଙ୍କ ବଂଶ ଲୋପ ପାଇବ ବୋଲି ପକ୍ଷୀପ୍ରେମୀମାନେ କହିଛନ୍ତି। କାରଣ ଅଣ୍ଡା ଫୁଟି ଛୁଆ ବଡ଼ ହେବା ପର୍ଯ୍ୟନ୍ତ ମା’ଓ ଶାବକମାନଙ୍କ ପ୍ରତି ବିପଦ ରହିଥାଏ। ସେମାନଙ୍କୁ ସୁରକ୍ଷା ଦେଇଥାଏ ଅଣ୍ଡିରା ପକ୍ଷୀ। ଏହି ପକ୍ଷୀମାନଙ୍କ ବଂଶ ବୃଦ୍ଧି ପାଇଁ ଚେଷ୍ଟା କରାଯିବା ନିହାତି ଦରକାର। ନଚେତ୍‌ ସମୟ ଆସିବ ଏହି ପକ୍ଷୀମାନେ କେବଳ ବହି ଓ କମ୍ପ୍ୟୁଟରର ଛବି ହୋଇ ରହିଯିବେ ବୋଲି ପରିବେଶବିତ୍‌ମାନେ କହିଛନ୍ତି।
କୋଚିଲାଖାଇ(ହର୍ନବିଲ) ସାଧାରଣତଃ ୩ ପ୍ରଜାତିର। ସେହି ପ୍ରଜାତିଗୁଡ଼ିକ ହେଲା ମାଲବାର ପାଏଡ୍‌ ହର୍ନବିଲ, ଇଣ୍ଡିଆନ ଗ୍ରେ ହର୍ନବିଲ ଏବଂ ଓରିଏଫାଲ ପାଏଡ୍‌ ହର୍ନବିଲ। ଏମାନଙ୍କ ମଧ୍ୟରୁ ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର ମାରଡା, କୁତୁରୀ ଓ ବଡ଼ମୂଳର ମହାନଦୀ ଅବବାହିକା ଅଞ୍ଚଳରେ ମାଲବାର ପାଏଡ୍‌ ହର୍ନବିଲ ଓ ଇଣ୍ଡିଆନ ଗ୍ରେ ହର୍ନବିଲ ପ୍ରଜାତିର ପକ୍ଷୀ ବହୁସଂଖ୍ୟାରେ ଦେଖା ଯାଉଥିଲେ। ମାଲବାର ପାଏଡ୍‌ ହର୍ନବିଲ ପକ୍ଷୀଟି ଦେଖିବାକୁ ବହୁ ସୁନ୍ଦର। ଏହାର ଶରୀର କଳା ଓ ଧଳା ରଙ୍ଗର ମିଶ୍ରିତ ହୋଇଥିବାବେଳେ ବେକ ତଳେ ଧଳା ରଙ୍ଗର ଦାଗ ରହିଥାଏ। ଥଣ୍ଟଟି ଶରୀର ତୁଳନାରେ ଯଥେଷ୍ଟ ଲମ୍ବା ଓ ବକ୍ର ହୋଇଥାଏ। ତେବେ ହଳଦିଆ ରଙ୍ଗର ଲମ୍ବାଳିଆ ଥଣ୍ଟ ଉପରେ ମୁକୁଟ ଶୋଭା ପାଉଥିବାରୁ ଏହା ପକ୍ଷୀକୁ ଅଧିକ ସୁନ୍ଦର କରିଥାଏ। ମାଲବାର ପାଏଡ୍‌ ହର୍ନବିଲର ଶରୀର ଧୂସରିଆ କଳା ଓ ଧଳା ରଙ୍ଗ ମିଶ୍ରିତ ହୋଇଥାଏ। ଏହାର ମୁକୁଟର ରଙ୍ଗ କଳା। ଏହି ପକ୍ଷୀ କୋଚିଲା ଫଳ ଖାଇବାକୁ ଭଲ ପାଏ। କୋଚିଲା ଫଳ ବ୍ୟତୀତ ଅନ୍ୟ ଫଳ ଅଳ୍ପ ଖାଇଥାଏ। କୋଚିଲା,ବରଗଛ ଓ ଫାସି ଗଛର ବହୁ ଉଚ୍ଚରେ ଏମାନେ ବସିଥାନ୍ତି। ସାଧାରଣତଃ ଗୋଟିଏ ଗଛରେ ୧୦ରୁ ୧୫ ପକ୍ଷୀଙ୍କୁ ଦେଖିବାକୁ ମିଳିଥାଏ। ଗୋଟିଏ ମାଈ କୋଚିଲାଖାଇ ପକ୍ଷୀ ୨ରୁ ୩ଟି ଅଣ୍ଡା ଦେଇଥାଏ। ଏହି ପକ୍ଷୀ ଗଛ କୋରଡ଼କୁ ସୁରକ୍ଷିତ ସ୍ଥାନ ଭାବି ଅଣ୍ଡା ସାଇତି ରଖିଥାଆନ୍ତି। ଅଣ୍ଡା ଦେବା ପରଠାରୁ ଛୁଆ ବଡ଼ ହେବା ପର୍ଯ୍ୟନ୍ତ ମାଈ କୋଚିଲାଖାଇ କେବେ ବି ବାହାରକୁ ଯାଏନି। ଅଣ୍ଡା ଓ ମାଈ କୋଚିଲାଖାଇର ସୁରକ୍ଷା ପାଇଁ ଅଣ୍ଡିରା କୋଚିଲାଖାଇ ପକ୍ଷୀ ଥଣ୍ଟରେ ଚିକିଟା ମାଟି ଆଣି କୋରଡର ମୁହଁ ବନ୍ଦ କରିଦିଏ। ତେବେ ମାଈ କୋଚିଲାଖାଇ ପାଇଁ ଖାଦ୍ୟ ଦେବା ପରି ବାଟଟିଏ ରଖିଥାଏ। ଛୁଆ ବଡ଼ ହେବା ପର୍ଯ୍ୟନ୍ତ ଅଣ୍ଡିରା କୋଚିଲାଖାଇ କୋରଡ଼ର କଣା ଦେଇ ମା ଓ ଛୁଆଙ୍କୁ ଖାଦ୍ୟ ଯୋଗାଏ। ଛୁଆ ବଡ଼ ହୋଇ ଉଡିବା ପାଇଁ ସକ୍ଷମ ହେଲେ ବସାମୁହଁର ମାଟିକୁ ଅଣ୍ଡିରା କୋଚିଲାଖାଇ କାଢ଼ିଥାଏ। ପରେ ମା’ ଓ ଛୁଆକୁ ଅଣ୍ଡିରା କୋଚିଲାଖାଇ ବସାରୁ କାଢ଼େ। ତେବେ କୋରଡ଼ରେ ଥିବା ସମୟରେ ଅଣ୍ଡିରା ପକ୍ଷୀ ଶିକାର ଅଥବା ଅନ୍ୟ କୌଣସି କାରଣରୁ ପ୍ରାଣ ହରାଇଲେ ଏହାର ପୂରା ବଂଶ ବୁଡ଼ିଯାଏ। କାରଣ ମା’ କୋଚିଲାଖାଇ ଓ ଛୁଆ ବସା ଭିତରୁ ବାହାରିପାରି ନ ଥାନ୍ତି। ଭୋକ ଉପାସରେ ପ୍ରାଣ ହରାଇଥାନ୍ତି।
ଏନେଇ ପରିବେଶବିତ୍‌ ସଞ୍ଜୟ ସାହୁ ଓ ବିଭୂତି ଭୂଷଣ ଦାଶ କୁହନ୍ତି ନୟାଗଡ଼ ଜିଲା କାହିଁକି ରାଜ୍ୟରେ କୋଚିଲାଖାଇ ପକ୍ଷୀ ସଙ୍କଟରେ ରହିଛନ୍ତି। ଗଁା ଗହଳିରୁ କୋଚିଲାଗଛ ଲୋପ ପାଇଯିବା ପରେ ଏମାନଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି। ପୁଣି ଏମାନଙ୍କୁ ଅବାଧରେ ଶିକାର କରାଯାଉଛି। ସରକାରୀସ୍ତରରେ କୌଣସି କଟକଣା ନ ଥିବାରୁ କୋଚିଲାଖାଇ ପକ୍ଷୀ ଆଉ ଦେଖିବାକୁ ମିଳୁନାହାନ୍ତି ବୋଲି ଉଭୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri