ତ୍ରିରଙ୍ଗା କିଏ ପ୍ରସ୍ତୁତ କରିଥିଲେ ଜାଣନ୍ତି

ନୂଆଦିଲ୍ଲୀ,୨୬।୧: ଭାରତ ଏହାର ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି। ଏହି ଅବସରରେ ଲାଲକିଲ୍ଲାଠାରୁ ଆରମ୍ଭ କରି ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନରେ ଲୋକମାନେ ଜାତୀୟ ପତାକା ଉତ୍ତୋଳନ କରି ଭାରତ ମାତାକୁ ସମ୍ମାନ ଦିଅନ୍ତି। ଆମର ତ୍ରିରଙ୍ଗା ହେଉଛି ବିଶ୍ୱରେ ଭାରତର ପରିଚୟର ପ୍ରତୀକ। ଭାରତୀୟ ଜାତୀୟ ପତାକା ତିନୋଟି ରଙ୍ଗରେ ଗଠିତ। ସେଥିପାଇଁ ଏହାକୁ ତ୍ରିରଙ୍ଗା ମଧ୍ୟ କୁହାଯାଏ। ଏହି ତ୍ରିରଙ୍ଗାର ମଝିରେ ଏକ ଗୋଲାକାର ବୃତ୍ତ ଅଛି। ତ୍ରିରଙ୍ଗାର ପ୍ରତ୍ୟେକ ରଙ୍ଗ ଠାରୁ ଆରମ୍ଭ କରି ଚକ୍ରରେ ଥିବା ବାଡି ସଂଖ୍ୟା ପର୍ଯ୍ୟନ୍ତ ସବୁକିଛି ଦେଶ ପାଇଁ ଏକ ପ୍ରତୀକ ପରି। କିନ୍ତୁ ଭାରତୀୟ ତ୍ରିରଙ୍ଗା କିଏ ତିଆରି ପଛରେ ରୋଚକ ତଥ୍ୟ ରହିଛି।
ତ୍ରିରଙ୍ଗା ପ୍ରସ୍ତୁତ କରିଥିବା ବ୍ୟକ୍ତିଙ୍କ ନାମ ହେଉଛି ପିଙ୍ଗାଲି ଭେଙ୍କେୟା। ୧୯୨୧ ମସିହାରେ ପିଙ୍ଗାଲିଙ୍କ ଦ୍ୱାରା ଏହି ପତାକା ପରିକଳ୍ପନା କରାଯାଇଥିଲା। ଭାରତ ପାଇଁ ଏକ ଭଲ ପତାକା ତିଆରି କରିବା ଏତେ ସହଜ ନ ଥିଲା। ୧୯୧୬ ରୁ ୧୯୨୧ ପର୍ଯ୍ୟନ୍ତ ପିଙ୍ଗାଲି ପ୍ରାୟ ୩୦ଟି ଦେଶର ଜାତୀୟ ପତାକା ଅଧ୍ୟୟନ କରିଥିଲେ, ଯାହା ପରେ ସେ ତ୍ରିରଙ୍ଗାର ପରିକଳ୍ପନା କରିଥିଲେ।
ଭାରତର ସମ୍ମାନ ବଢାଇଥିବା ତ୍ରିରଙ୍ଗାର ପରିକଳ୍ପନା କରିଥିବା ପିଙ୍ଗାଲି ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ। ଭେଙ୍କେୟା ଆନ୍ଧ୍ରର ମାସିଲିପାଟନମ ନିକଟ ଏକ ଗ୍ରାମରେ ରହୁଥିଲେ। ୧୯ ବର୍ଷ ବୟସରେ, ଭେଙ୍କେୟା ବ୍ରିଟିଶ ସେନାର ଜଣେ ସୈନିକ ହୋଇଥିଲେ। ପରେ, ଦକ୍ଷିଣ ଆଫ୍ରିକାରେ ଆଙ୍ଗ୍ଲୋ-ବୋଇର୍‌ ଯୁଦ୍ଧ ସମୟରେ ପିଙ୍ଗାଲି ମହାତ୍ମା ଗାନ୍ଧୀଙ୍କୁ ଭେଟିଥିଲେ। ଏହି ସାକ୍ଷାତ ପରେ ତାଙ୍କ ଭିତରେ ଏକ ପରିବର୍ତ୍ତନ ଆସିଥିଲା, ସେ ଘରକୁ ଫେରିଗଲେ। ସେ ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରି ବ୍ରିଟିଶମାନଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ତ୍ରିରଙ୍ଗାକୁ ଭାରତୀୟ ପତାକା ଭାବରେ ମାନ୍ୟତା ଦେବା ପାଇଁ ପ୍ରାୟ ୪୫ ବର୍ଷ ସମୟ ଲାଗିଥିଲା।

Share