ସାମନ୍ଥାଙ୍କ ପ୍ରଥମ ରୋଜଗାର କେତେ ଥିଲା ଜାଣନ୍ତି

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ଏବେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ସାମନ୍ଥା ୱେବ ସିରିଜ୍‌ ‘ଦି ଫ୍ୟାମିଲି ମ୍ୟାନ-୨’ରେ ରାଜି ଚରିତ୍ରରେ ବେଶ ଲୋକପ୍ରିୟ ହୋଇଥିଲେ। ଏହା ପରେ ବ୍ଲକବଷ୍ଟର ଫିଲ୍ମ ପୁଷ୍ପାର ଗୀତ ‘ଓ ଅଣ୍ଟାଭା’ରେ ତାଙ୍କ ଆଇଟମ୍‌ ନମ୍ବର ଅଧିକ ଲୋକପ୍ରିୟତା ହାସଲ କରିଥିଲା।
ନିକଟରେ ସାମନ୍ଥା ଇନଷ୍ଟାଗ୍ରାମରେ ପ୍ରଶଂସକଙ୍କ ସହ ଏକ ପ୍ରଶ୍ନ ଏବଂ ଉତ୍ତର ଅଧିବେଶନ କରିଥିଲେ। ଏହି ସମୟରେ ସେ ତାଙ୍କର ପ୍ରଥମ ରୋଜଗାର ବିଷୟରେ ଖୁଲାସା କରିଥିଲେ। ପ୍ରଥମେ ତାଙ୍କୁ ଏକ ହୋଟେଲ୍‌ କାର୍ଯ୍ୟକ୍ରମରେ ଉପସ୍ଥାପିକା ଭାବେ କାର୍ଯ୍ୟ କରିବା ପାଇଁ ମାତ୍ର ୫୦୦ ଟଙ୍କା ଥିଲା। ସେତେବେଳେ ସାମନ୍ଥା ଦଶମ କିମ୍ବା ଏକାଦଶ ଶ୍ରେଣୀରେ ପଢୁଥିଲେ। ଆଠ ଘଣ୍ଟା କାମ କରିବା ପରେ ତାଙ୍କୁ ଏହି ୫୦୦ ଟଙ୍କା ପାଇଥିଲେ। ଏବେ ସେ କୋଟି କୋଟିର ମାଲିକ ଅଟନ୍ତି। ସେ ଗୋଟିଏ ଫିଲ୍ମ ପାଇଁ ସେ ଏବେ ୨-୩ କୋଟି ଚାର୍ଜ କରନ୍ତି।
ସାମନ୍ଥା ତାଙ୍କ କ୍ୟାରିୟରରେ ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛନ୍ତି । ସେ ୨୦୧୦ରେ ରିଲିଜ ହୋଇଥିବା ଫିଲ୍ମ ୟେ ମାୟା ଚେସାଭ ସହିତ ଅଭିନୟ କ୍ୟାରିୟର୍‌ ଆରମ୍ଭ କରିଥିଲେ। ଏହି ଫିଲ୍ମର ସଫଳତା ପରେ ସାମନ୍ଥା କେବେ ପଛକୁ ଚାହିଁ ନ ଥିଲେ। ସାମନ୍ଥା ଆଗାମୀ ଫିଲ୍ମ ହେଉଛି ଯଶୋଦା। ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟ ୧୨ରେ ମୁକ୍ତିଲାଭ କରିବ। ଏହା ପରେ ସାମନ୍ଥାଙ୍କୁ ଶକୁନ୍ତଲମ ନାମକ ଏକ ଫିଲ୍ମରେ ମଧ୍ୟ ଦେଖିବାକୁ ମିଳିବ। ଗତ ବର୍ଷ ସାମନ୍ତ ତାଙ୍କ ବ୍ୟକ୍ତିଗତ ଜୀବନ ହେତୁ ଚର୍ଚ୍ଚାରେ ମଧ୍ୟ ରହିଥିଲେ।
ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କଠାରୁ ଛାଡପତ୍ର ଘୋଷଣା କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ। ଉଭୟ ୨୦୧୭ରେ ବିବାହ କରିଥିଲେ ଏବଂ ଚାରି ବର୍ଷ ମଧ୍ୟରେ ସେମାନଙ୍କର ବିବାହ ଭାଙ୍ଗିଯାଇଥିଲା । ଉଭୟ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ।

Share