ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍‌ ୧ ପର୍ଯ୍ୟନ୍ତ ଜାରି ରହିବ। ସମଗ୍ର ଦେଶରେ ମୋଟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଦେଶରେ ମଡେଲ କୋଡ ଅଫ କଣ୍ଡକ୍ଟ ବି ଲାଗୁ ହୋଇଛି । ନିର୍ବାଚନ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବରେ ଚାଲିଛି କି ନାହିଁ ନିଶ୍ଚିତ କରିବାକୁ ସୁରକ୍ଷା ବାହିନୀ ମଧ୍ୟ ନିରନ୍ତର ସୁରକ୍ଷା ଯାଞ୍ଚ କରୁଛନ୍ତି। ତେବେ ନିର୍ବାଚନ ବେଳେ ବେଆଇନ ଭାବେ ଅନେକ ମାଦକ ଦ୍ରବ୍ୟ ଓ ଟଙ୍କା ଜବତ କରାଯାଇଥାଏ । ଯାଞ୍ଚ ବେଳେ ଏ ସବୁ ଜବତ କରାଯାଏ । ତେବେ ନିର୍ବାଚନବେଳେ ଜବତ ଟଙ୍କା ଏବଂ ମଦ ସବୁ ପୋଲିସ ସିଜ କରିବା ପରେ ସେଗୁଡିକ କଣ କରାଯାଏ? ଏଗୁଡିକୁ ଜବତ କରି ନିର୍ବାଚନ କମିଶନର କଣ କରନ୍ତି? ଆସନ୍ତୁ ଜାଣିବା…

ନିର୍ବାଚନ ତାରିଖ ଏବଂ ଟିକେଟ ଘୋଷଣା ହେବା ପରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦିଅନ୍ତି । ଏଥିସହ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ପୋଲିସ ବେଆଇନ ଭାବେ ବ୍ୟବହୃତ କିମ୍ବା ନିର୍ବାଚନ ସମୟରେ ନଗଦ ଟଙ୍କା, ସୁନା ଓ ମଦ ଜବତ କରିଥାନ୍ତି । କାରଣ କିଛି ଲୋକ ନିୟମ ଉଲ୍ଲଂଘନ କରନ୍ତି ଏବଂ ନିର୍ବାଚନରେ ଅଧିକାଂଶ କଳା ଟଙ୍କା ବ୍ୟବହାର କରନ୍ତି । ଏପରିକି ଧାର୍ଯ୍ୟ ଖର୍ଚ୍ଚ ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ତେଣୁ ନିର୍ବାଚନ ସମୟରେ ପୋଲିସ ପକ୍ଷରୁ ସନ୍ଦେହଜନକ ଦେଖାଯାଉଥିବା ଗାଡିଗୁଡିକୁ ଯାଞ୍ଚ କରାଯାଇଥାଏ । ଅନେକ ସମୟରେ ଗାଡିରୁ ଟଙ୍କା ଓ ମଦ ଜବତ କରାଯାଏ । ନିର୍ବାଚନ ସମୟରେ ମିଳିଥିବା ସମସ୍ତ ମଦ ପ୍ରଥମେ ଗୋଟିଏ ସ୍ଥାନରେ ଜମା ହୋଇଥାଏ। ଯାହା ପରେ ସେଗୁଡିକୁ ଏକାଠି କରି ନଷ୍ଟ କରିଦିଆଯାଏ । ସେହିଭଳି ଜବତ ନଗଦ ଟଙ୍କା ଆୟକର ବିଭାଗ ନିକଟରେ ଜମା କରିଦିଆଯାଏ । ନିର୍ବାଚନ ପରେ ଜଣେ ବ୍ୟକ୍ତି ଚାହିଁଲେ ଜବତ ଟଙ୍କାକୁ ନିଜର ବୋଲି ଦାବି କରିପାରିବେ । ଏହି ଟଙ୍କା କିପରିି ଏବଂ କେଉଁ ଉଦ୍ଦେଶ୍ୟରେ ଆୟ କରିଛନ୍ତି ସେ ସମ୍ପର୍କରେ ପ୍ରମାଣ କରିବାକୁ ପଡିଥାଏ । ପ୍ରମାଣ କରିବା ପାଇଁ ବ୍ୟକ୍ତିଙ୍କୁ ଏଟିଏମ ଟ୍ରାଞ୍ଜାକ୍ସନ, ବ୍ୟାଙ୍କ୍‌ ରସିଦ୍‌ ଓ ପାସବୁକ୍‌ ଜମା କରିବାକୁ ପଡିଥାଏ। ପ୍ରମାଣ ହେବା ପରେ ଯାଇ ଜବତ ଟଙ୍କା ଫେରିପାଇବେ । ନଚେତ ସେହି ଟଙ୍କା ଗୁଡିକ ସରକାରୀ ରାଜକୋଷରେ ଜମା ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri