ନିର୍ବାଚନବେଳେ ଜବତ ମଦ-ଟଙ୍କା କିଏ ରଖନ୍ତି, ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ,୨୮।୩: ଦେଶରେ ଲୋକ ସଭା ନିର୍ବାଚନ ପାଇଁ ବାଜିସାରିଛି ବିଗୁଲ । ଲୋକ ସଭା ନିର୍ବାଚନର ତାରିଖ ମଧ୍ୟ ନିର୍ବାଚନ ଆୟୋଗ ଘୋଷଣା କରିଛନ୍ତି। ଏହା ଏପ୍ରିଲ ୧୯ରୁ ଆରମ୍ଭ ହୋଇ ଜୁନ୍‌ ୧ ପର୍ଯ୍ୟନ୍ତ ଜାରି ରହିବ। ସମଗ୍ର ଦେଶରେ ମୋଟ ୭ ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ଦେଶରେ ମଡେଲ କୋଡ ଅଫ କଣ୍ଡକ୍ଟ ବି ଲାଗୁ ହୋଇଛି । ନିର୍ବାଚନ ସ୍ବଚ୍ଛ, ଅବାଧ ଏବଂ ନିରପେକ୍ଷ ଭାବରେ ଚାଲିଛି କି ନାହିଁ ନିଶ୍ଚିତ କରିବାକୁ ସୁରକ୍ଷା ବାହିନୀ ମଧ୍ୟ ନିରନ୍ତର ସୁରକ୍ଷା ଯାଞ୍ଚ କରୁଛନ୍ତି। ତେବେ ନିର୍ବାଚନ ବେଳେ ବେଆଇନ ଭାବେ ଅନେକ ମାଦକ ଦ୍ରବ୍ୟ ଓ ଟଙ୍କା ଜବତ କରାଯାଇଥାଏ । ଯାଞ୍ଚ ବେଳେ ଏ ସବୁ ଜବତ କରାଯାଏ । ତେବେ ନିର୍ବାଚନବେଳେ ଜବତ ଟଙ୍କା ଏବଂ ମଦ ସବୁ ପୋଲିସ ସିଜ କରିବା ପରେ ସେଗୁଡିକ କଣ କରାଯାଏ? ଏଗୁଡିକୁ ଜବତ କରି ନିର୍ବାଚନ କମିଶନର କଣ କରନ୍ତି? ଆସନ୍ତୁ ଜାଣିବା…

ନିର୍ବାଚନ ତାରିଖ ଏବଂ ଟିକେଟ ଘୋଷଣା ହେବା ପରେ ପ୍ରାର୍ଥୀମାନେ ପ୍ରଚାର ଆରମ୍ଭ କରିଦିଅନ୍ତି । ଏଥିସହ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶରେ ପୋଲିସ ବେଆଇନ ଭାବେ ବ୍ୟବହୃତ କିମ୍ବା ନିର୍ବାଚନ ସମୟରେ ନଗଦ ଟଙ୍କା, ସୁନା ଓ ମଦ ଜବତ କରିଥାନ୍ତି । କାରଣ କିଛି ଲୋକ ନିୟମ ଉଲ୍ଲଂଘନ କରନ୍ତି ଏବଂ ନିର୍ବାଚନରେ ଅଧିକାଂଶ କଳା ଟଙ୍କା ବ୍ୟବହାର କରନ୍ତି । ଏପରିକି ଧାର୍ଯ୍ୟ ଖର୍ଚ୍ଚ ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ତେଣୁ ନିର୍ବାଚନ ସମୟରେ ପୋଲିସ ପକ୍ଷରୁ ସନ୍ଦେହଜନକ ଦେଖାଯାଉଥିବା ଗାଡିଗୁଡିକୁ ଯାଞ୍ଚ କରାଯାଇଥାଏ । ଅନେକ ସମୟରେ ଗାଡିରୁ ଟଙ୍କା ଓ ମଦ ଜବତ କରାଯାଏ । ନିର୍ବାଚନ ସମୟରେ ମିଳିଥିବା ସମସ୍ତ ମଦ ପ୍ରଥମେ ଗୋଟିଏ ସ୍ଥାନରେ ଜମା ହୋଇଥାଏ। ଯାହା ପରେ ସେଗୁଡିକୁ ଏକାଠି କରି ନଷ୍ଟ କରିଦିଆଯାଏ । ସେହିଭଳି ଜବତ ନଗଦ ଟଙ୍କା ଆୟକର ବିଭାଗ ନିକଟରେ ଜମା କରିଦିଆଯାଏ । ନିର୍ବାଚନ ପରେ ଜଣେ ବ୍ୟକ୍ତି ଚାହିଁଲେ ଜବତ ଟଙ୍କାକୁ ନିଜର ବୋଲି ଦାବି କରିପାରିବେ । ଏହି ଟଙ୍କା କିପରିି ଏବଂ କେଉଁ ଉଦ୍ଦେଶ୍ୟରେ ଆୟ କରିଛନ୍ତି ସେ ସମ୍ପର୍କରେ ପ୍ରମାଣ କରିବାକୁ ପଡିଥାଏ । ପ୍ରମାଣ କରିବା ପାଇଁ ବ୍ୟକ୍ତିଙ୍କୁ ଏଟିଏମ ଟ୍ରାଞ୍ଜାକ୍ସନ, ବ୍ୟାଙ୍କ୍‌ ରସିଦ୍‌ ଓ ପାସବୁକ୍‌ ଜମା କରିବାକୁ ପଡିଥାଏ। ପ୍ରମାଣ ହେବା ପରେ ଯାଇ ଜବତ ଟଙ୍କା ଫେରିପାଇବେ । ନଚେତ ସେହି ଟଙ୍କା ଗୁଡିକ ସରକାରୀ ରାଜକୋଷରେ ଜମା ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?