ଖାଦ୍ୟ ପ୍ରିୟ ଥିଲେ ଲତା ଦିଦି

ମୁମ୍ବାଇ: ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା ଲତା ମଙ୍ଗେସକର । ୬ ଫେବୃୟାରୀ ୨୦୨୨ରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ଲତା ଦିଦି । ଆଉ ତାଙ୍କର ଅନୁପସ୍ଥିତି ବଲିଉଡ ଦୁନିଆରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ଯାହାକୁ ହୁଏତ କେବେ ଭରଣା କରାଯାଇ ନ ପାରେ ।ଲତା ଦିଦିଙ୍କ ଜୀବନି ଏକ ଖୋଲା ବହି ବୋଲି କୁହାଯାଏ । ହେଲେ ଏମିତି ଆହୁରି କିଛି କଥା ରହିଛି ଯାହା ଅନେକଙ୍କୁ ଆଜି ବି ଅଜଣା ।
ଲତା ମଙ୍ଗେସକର ପ୍ରଥମେ ଏକ ମରାଠି ଗୀତ ଗାଇଥିବା ବେଳେ ଏହା କିନ୍ତୁ କେବେ ରିଲିଜ୍ ହୋଇ ନ ଥିଲା । ପରେ ତାଙ୍କୁ ଆକ୍ଟିଂ ଡେବ୍ୟୁ ମିଳିଥିଲା । ସରସ୍ୱତୀ ଲତା ଦିଦିଙ୍କ କଣ୍ଠରେ ବସିଥିଲେ ବି ସେ ଖେଳ ପ୍ରିୟ ଥିଲେ । କ୍ରିକେଟ ସହ ଟେନିସ ଓ ଫୁଟବଲ ଦେଖିବାକୁ ସେ ବେଶ ପସନ୍ଦ କରୁଥିଲେ । ଅନେକଙ୍କୁ ଏହା ଅଜଣା ଥିଲା ଯେ ଲତା ମଙ୍ଗେସକର ନନଭେଜ ଖାଇବାକୁ ପସନ୍ଦ କରୁଥିଲେ । ତେବେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କ ମନ ପସନ୍ଦ ଖାଦ୍ୟ ବି ଛାଡି ଦେଇଥିଲେ । ହେଲେ ଯେତେବେଳେ ସେ ମୁମ୍ବାଇରେ ରହି ସଙ୍ଗିତ ଶିକ୍ଷା କରୁଥିଲେ ସେତେବେଳେ ତାଙ୍କ ଗୁରୁ ନିଜ ହାତରେ ନନଭେଜ ପ୍ରସ୍ତୁତ କରି ଖୁଆଉଥିଲେ ।
ଲତା ଦିଦି ମାତ୍ର ଗୋଟିଏ ଦିନ ପାଇଁ ସ୍କୁଲ ଯାଇଥିଲେ । କାରଣ ତାଙ୍କ ପରିବାରର ଆର୍ଥିକ ସମସ୍ୟା କାରଣରୁ ସେ ପାଠ ନ ପଢି ବରଂ ଭଉଣୀ ଆଶା ଭୋସଲେ ପାଠ ପଢନ୍ତୁ ବୋଲି ଚାହିଁଥିଲେ । ହେଲେ ମ୍ୟୁଜିକ ପାଇଁ ତାଙ୍କୁ ୬ଟି ଭିନ୍ନ ଭନ୍ନ ବିଶ୍ୱବିଦ୍ୟାଳୟରୁ ମିଳିଛି ଡକ୍ଟରେଟ ଡିଗ୍ରୀ ।
କୋଳିକ କଣ୍ଠି ଗାୟିକା ଲତା ମଙ୍ଗେସକର ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ଆଜିବି ତାଙ୍କ ସଙ୍ଗିତ ପ୍ରତିଟି ଭାରତୀୟଙ୍କ ମନ ପ୍ରାଣରେ ଭରି ହୋଇ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri