ଖାଦ୍ୟ ପ୍ରିୟ ଥିଲେ ଲତା ଦିଦି

ମୁମ୍ବାଇ: ‘ମେରି ଆୱାଜ ହି ପେହେଚାନ ହୈ ମେରି..’ ବାସ୍ ଏଇ ଗୋଟିଏ ଧାଡି ହିଁ ତାଙ୍କର ପରିଚୟ । ଭାରତ ରତ୍ନ, ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ପୁଣି ମନେ ପଡିଛନ୍ତି କୋକିଳ କଣ୍ଠି ଗାୟିକା ଲତା ମଙ୍ଗେସକର । ୬ ଫେବୃୟାରୀ ୨୦୨୨ରେ ସବୁଦିନ ପାଇଁ ଆଖିବୁଜି ଦେଇଥିଲେ ଲତା ଦିଦି । ଆଉ ତାଙ୍କର ଅନୁପସ୍ଥିତି ବଲିଉଡ ଦୁନିଆରେ ସୃଷ୍ଟି କରିଥିଲା ଏକ ଅପୂରଣୀୟ କ୍ଷତି । ଯାହାକୁ ହୁଏତ କେବେ ଭରଣା କରାଯାଇ ନ ପାରେ ।ଲତା ଦିଦିଙ୍କ ଜୀବନି ଏକ ଖୋଲା ବହି ବୋଲି କୁହାଯାଏ । ହେଲେ ଏମିତି ଆହୁରି କିଛି କଥା ରହିଛି ଯାହା ଅନେକଙ୍କୁ ଆଜି ବି ଅଜଣା ।
ଲତା ମଙ୍ଗେସକର ପ୍ରଥମେ ଏକ ମରାଠି ଗୀତ ଗାଇଥିବା ବେଳେ ଏହା କିନ୍ତୁ କେବେ ରିଲିଜ୍ ହୋଇ ନ ଥିଲା । ପରେ ତାଙ୍କୁ ଆକ୍ଟିଂ ଡେବ୍ୟୁ ମିଳିଥିଲା । ସରସ୍ୱତୀ ଲତା ଦିଦିଙ୍କ କଣ୍ଠରେ ବସିଥିଲେ ବି ସେ ଖେଳ ପ୍ରିୟ ଥିଲେ । କ୍ରିକେଟ ସହ ଟେନିସ ଓ ଫୁଟବଲ ଦେଖିବାକୁ ସେ ବେଶ ପସନ୍ଦ କରୁଥିଲେ । ଅନେକଙ୍କୁ ଏହା ଅଜଣା ଥିଲା ଯେ ଲତା ମଙ୍ଗେସକର ନନଭେଜ ଖାଇବାକୁ ପସନ୍ଦ କରୁଥିଲେ । ତେବେ ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ସେ ତାଙ୍କ ମନ ପସନ୍ଦ ଖାଦ୍ୟ ବି ଛାଡି ଦେଇଥିଲେ । ହେଲେ ଯେତେବେଳେ ସେ ମୁମ୍ବାଇରେ ରହି ସଙ୍ଗିତ ଶିକ୍ଷା କରୁଥିଲେ ସେତେବେଳେ ତାଙ୍କ ଗୁରୁ ନିଜ ହାତରେ ନନଭେଜ ପ୍ରସ୍ତୁତ କରି ଖୁଆଉଥିଲେ ।
ଲତା ଦିଦି ମାତ୍ର ଗୋଟିଏ ଦିନ ପାଇଁ ସ୍କୁଲ ଯାଇଥିଲେ । କାରଣ ତାଙ୍କ ପରିବାରର ଆର୍ଥିକ ସମସ୍ୟା କାରଣରୁ ସେ ପାଠ ନ ପଢି ବରଂ ଭଉଣୀ ଆଶା ଭୋସଲେ ପାଠ ପଢନ୍ତୁ ବୋଲି ଚାହିଁଥିଲେ । ହେଲେ ମ୍ୟୁଜିକ ପାଇଁ ତାଙ୍କୁ ୬ଟି ଭିନ୍ନ ଭନ୍ନ ବିଶ୍ୱବିଦ୍ୟାଳୟରୁ ମିଳିଛି ଡକ୍ଟରେଟ ଡିଗ୍ରୀ ।
କୋଳିକ କଣ୍ଠି ଗାୟିକା ଲତା ମଙ୍ଗେସକର ଆଜି ଆମ ଗହଣରେ ନାହାନ୍ତି ସତ ହେଲେ ଆଜିବି ତାଙ୍କ ସଙ୍ଗିତ ପ୍ରତିଟି ଭାରତୀୟଙ୍କ ମନ ପ୍ରାଣରେ ଭରି ହୋଇ ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri