ଜ୍ଞାନ ଓ ଆତ୍ମବିଜ୍ଞାନ

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍‌ଏସ୍‌ଏସ୍‌) ଏହାର ଶତବାର୍ଷିକୀ ପାଳନ କରୁଛି। ସାଂସ୍କୃତିକ ବିଶେଷକରି ରାଜନୈତିକ କ୍ଷେତ୍ରରେ ଏହାର ଲମ୍ବା ସଫଳତାର ଇତିହାସ ବଖାଣୁଛି। ହିନ୍ଦୁତ୍ୱ ବିଚାରଧାରାର ସ୍ରୋତ ଭାବେ ଜଣାଶୁଣା ଏହି ସଂସ୍ଥା ବିଷୟରେ ଯେଉଁ ପାଠକେ ଜାଣନ୍ତି ସେମାନେ ଏହି ସ୍ତମ୍ଭରୁ ଜାଣିପାରିବେ ଏହାର ବିଶେଷ ଅର୍ଥ କ’ଣ ବା ଏହା କେଉଁ ସିଦ୍ଧାନ୍ତକୁ ପ୍ରତିପାଦତ କରେ। ଆର୍‌ଏସ୍‌ଏସ୍‌ରେ ସବୁଠୁ ଅଧିକ ଦିନ( ୩୩ ବର୍ଷ- ୧୯୪୦-୧୯୭୩) ସେବା ଯୋଗାଇଛନ୍ତି ଏମ୍‌ଏସ୍‌ ଗୋଲଓ୍ବାଲକର। ତାଙ୍କ ବହି ‘ବଞ୍ଚ ଅଫ୍‌ ଥଟ୍ସ’ ଏଠାରେ ଆଲୋଚନାର ବିଷୟ ଏବଂ ଦେଖିବା ଏହା କ’ଣ କହେ। ଏହା ହେଉଛି ଗୋଲ୍‌ଓ୍ବାଲକରଙ୍କ ଅଭିଭାଷଣ ଓ ସାକ୍ଷାତ୍‌କାରର ଏକ ସଙ୍କଳନ। ଏଥିରେ ଗୋଲ୍‌ଓ୍ବାଲକର କହିଛନ୍ତି, ଆର୍‌ଏସ୍‌ଏସ୍‌ ନିଜକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ବୋଲି କହେ, କିନ୍ତୁ ହିନ୍ଦୁ ସ୍ବୟଂସେବକ ନୁହେଁ; କାରଣ ବାସ୍ତବରେ ରାଷ୍ଟ୍ରୀୟ ଅର୍ଥ ହେଉଛି ହିନ୍ଦୁ। ଏଣୁ ହିନ୍ଦୁ ଶବ୍ଦ ବ୍ୟବହାର କରାଯିବାର ଆବଶ୍ୟକତା ନାହିଁ। ଆର୍‌ଏସ୍‌ଏସ୍‌ର ପ୍ରଥମ ମୁଖ୍ୟ କେଶବ ହେଡଗଓ୍ବୋର କହିଥିଲେ, ଯଦି ଆମେ ହିନ୍ଦୁ ଶବ୍ଦ ବ୍ୟବହାର କରିବା, ତେବେ ଏଥିରୁ ବୁଝାପଡ଼ିବ ଯେ, ଆମେ ଏହି ଦେଶର ଅସଂଖ୍ୟ ସମୁଦାୟରୁ ଆମକୁ କେବଳ ଗୋଟିଏ ବୋଲି ମାନୁଛୁ ଏବଂ ଦେଶର ନାଗରିକ ଭାବେ ଆମର ବାସ୍ତବ ସ୍ଥିତିକୁ ଅନୁଭବ କରୁନାହଁୁ।
ସଂଘୀୟବାଦ ଏକ ସମସ୍ୟା ଥିଲା ଏବଂ ସାହସର ସହ ସମ୍ବିଧାନ ସଂଶୋଧନ କରି ଏକକ ସରକାର ଘୋଷଣା କରିବା ଏକମାତ୍ର ବାଟ ଥିଲା ବୋଲି ପୁସ୍ତକରେ କୁହାଯାଇଛି। ଦେଶ ଏକ ଓ ଲୋକେ ଏକ ଥିବାରୁ ଭାରତରେ କେବଳ ଗୋଟିଏ ସରକାର ଏବଂ ଗୋଟିଏ ବ୍ୟବସ୍ଥାପିକା ସଭା ହେବା ଦରକାର। କାର୍ଯ୍ୟପାଳିକା କ୍ଷମତା ବଣ୍ଟନ ହୋଇପାରିବ, କିନ୍ତୁ ବୈଧାନିକ ବ୍ୟବସ୍ଥାପିକା କ୍ଷମତା ଗୋଟିଏ ହେବା ଉଚିତ ଏବଂ ତାହାକୁ ରାଜ୍ୟଗୁଡ଼ିକୁ ହସ୍ତାନ୍ତର କରାଯାଇପାରିବ ନାହିଁ। ସାରା ଦେଶ ପାଇଁ ଗୋଟିଏ କେନ୍ଦ୍ରୀୟ ବ୍ୟବସ୍ଥାପିକା ସଭା ଗଣତନ୍ତ୍ରର ଚାହିଦାକୁ ପୂରଣ କରିବା ଉଚିତ। ଭାରତ ବିଶ୍ୱରେ ସ୍ବତନ୍ତ୍ର କାରଣ ଏହା ଯାହା ଦେଇଛି ଆଉ କେହି ଦେଇପାରିନାହାନ୍ତି ଏବଂ ତାହା ହେଉଛି ହିନ୍ଦୁ ବିଚାରଧାରା। ହିନ୍ଦୁ ବିଚାରର ଉତ୍କୃଷ୍ଟତା ହେଉଛି ଏହା କେବଳ ଆତ୍ମାର ସ୍ବରୂପ ସମ୍ପର୍କରେ ଜାଣିଛି। ଗୋଲ୍‌ଓ୍ବାଲକର କହିଛନ୍ତି, ଯିଶୁ ସୈତାନଙ୍କୁ ଦେଖିଥିଲେ, ପ୍ରଫେଟ ଗାବ୍ରିଏଲଙ୍କୁ ସାକ୍ଷାତ କରିଥିଲେ। ହେଲେ କେବଳ ଭାରତରେ ଋଷିମୁନୀମାନେ ଈଶ୍ୱରଙ୍କୁ ଦେଖିଥିଲେ। ପାଶ୍ଚାତ୍ୟବାସୀ ଯେତେ ବିଜ୍ଞାନକୁ ବୁଝିଥାଆନ୍ତୁ ନା କାହିଁକି, ସେମାନେ ଆତ୍ମ ବିଜ୍ଞାନ ସମ୍ବନ୍ଧରେ ଅଜ୍ଞ। ତେବେ ଭାରତ ପ୍ରଦାନ କରିଥିବା ଏହି ଭିନ୍ନ ସିଦ୍ଧାନ୍ତ ଏବେ ସଙ୍କଟରେ, କାରଣ ହିନ୍ଦୁମାନେ ସେମାନଙ୍କ ପୁରାତନ ଜ୍ଞାନଠାରୁ ଦୂରେଇ ଯାଉଛନ୍ତି। ଭାରତରେ ଆର୍‌ଏସ୍‌ଏସ୍‌ ତାହାର ପୁନରୁଦ୍ଧାର କରିବା ସହ ହିନ୍ଦୁ ସମାଜକୁ ସଙ୍ଗଠିତ କରିବା ଉଚିତ। ବ୍ୟକ୍ତି ନିଜକୁ ବୃହତ୍‌ ରାଷ୍ଟ୍ରରେ ସାମିଲ କରିବା ଉଚିତ, ନଚେତ୍‌ ସାମାଜିକ ସମ୍ବନ୍ଧ ବା ଏକତା ନଷ୍ଟ ହୋଇଯିବ, ଯାହାକୁ ହିନ୍ଦୁ ଦର୍ଶନ ପ୍ରୋତ୍ସାହିତ କରିଥିଲା ଏବଂ ହିନ୍ଦୁମାନଙ୍କୁ ସୁଖୀ କରିଥିଲା। ସମସ୍ତ ହିନ୍ଦୁଙ୍କର ଏହି ବିଶେଷ ହିନ୍ଦୁ ଜ୍ଞାନ ନ ଥିଲା, କେବଳ କେତେଜଣଙ୍କର ଏହା ଥିଲା। ସାଧାରଣ ଲୋକଙ୍କୁ ଠିକ୍‌ ଭାବେ ଶିକ୍ଷିତ ଓ ଜ୍ଞାନୀ କରାଯିବା ଦରକାର। ସେମାନଙ୍କୁ କେବଳ ସାକ୍ଷର କଲେ ଲକ୍ଷ୍ୟ ହାସଲ ହେବ ନାହିଁ, କାରଣ ଏବେ ମଧ୍ୟ ଏହି ସ୍ବତନ୍ତ୍ର ଜ୍ଞାନର ଅଭାବ ରହିଛି। ସେ କହିଥିଲେ ଲୋକମାନଙ୍କ ଭିତରେ ମଧ୍ୟ ଅସମାନତା ଅଛି ଏବଂ ବିଶେଷଜ୍ଞ ଓ ଯୋଗ୍ୟ ରାଜନେତାଙ୍କୁ ଅଣଦେଖା କରାଯାଉଥିବାରୁ ଗଣତନ୍ତ୍ର ତ୍ରୁଟିପୂର୍ଣ୍ଣ। ସାମଗ୍ରିକ ଭାବେ ପଞ୍ଚାୟତଗୁଡ଼ିକ ଯେତେବେଳେ ଜାତି ଧାରାରେ ଚାଲୁଥିଲା ସେତେବେଳେ ସବୁଠୁ ଭଲ କାମ କରୁଥିଲା। ଏଣୁ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତାମୂଳକ ନ ହୋଇ ସର୍ବସମ୍ମତ ଆଧାରିତ ହେବା ଉଚିତ।
ଭାରତ ମହାସାଗରରୁ ହିମାଳୟ ପର୍ଯ୍ୟନ୍ତ ପରିବ୍ୟାପ୍ତ। ସେଥିପାଇଁ କେବଳ ପର୍ବତର ପାଦଦେଶ ଯାଏ ନୁହେଁ, ବରଂ ତା’ ପରେ ଉତ୍ତର ପାର୍ଶ୍ୱରେ ମଧ୍ୟ ପୂର୍ବଜଙ୍କର ତୀର୍ଥସ୍ଥଳ(କୈଳାସ ମାନସରୋବର) ରହିଥିଲା। ତିବ୍ଦତ ଥିଲା ଦେବତାଙ୍କ ନିବାସ। ହିନ୍ଦୁମାନେ ଆଫଗାନିସ୍ତାନ, ବର୍ମା, ଇରାନ ଏବଂ ଲଙ୍କା ଦଖଲ କରିଥିବା ବିଷୟ ହିନ୍ଦୁ ପୁରାଣଗୁଡ଼ିରେ ବର୍ଣ୍ଣନା ରହିଛି। ଅନେକ ହଜାର ବର୍ଷ ଧରି ଭାରତ ମାତା ତାଙ୍କ ଦୁଇ ହାତ ଇରାନରୁ ସିଙ୍ଗାପୁର ଯାଏ ଦୁଇ ସାଗରରେ ବୁଡ଼ାଇ ରଖିବା ସହ ଶ୍ରୀଲଙ୍କାକୁ ଏକ ପଦ୍ମ ପାଖୁଡ଼ା ଭାବେ ତାଙ୍କ ପବିତ୍ର ପାଦରେ ଅର୍ପଣ କରାଯାଇଥିଲା। ଭୂମି ପୂଜନ କରାଯାଉଥିଲା, କାରଣ ସାରା ପୃଥିବୀ ଥିଲା ପବିତ୍ର, କିନ୍ତୁ ଭାରତମାତା ଥିଲେ ସବୁଠୁ ପବିତ୍ର। ଜ୍ଞାନ ମାଧ୍ୟମରେ ତାଙ୍କ ସହ ଜଡ଼ିତ ହେବାପାଇଁ ସେ ଚାହଁି ନ ଥିଲେ, ବରଂ ତାଙ୍କର ଦରକାର ଥିଲା ସମ୍ପୂର୍ଣ୍ଣ ସମର୍ପଣ। ବିଭାଜନ ଗ୍ରହଣୀୟ ନ ଥିଲା, କାରଣ ଏହା ଦୁଇ ଭାଇ ମଧ୍ୟରେ ସମ୍ପତ୍ତି ଭାଗ ନ ଥିଲା। ବୁଝାମଣା ଭାବେ ମା’କୁ କେହି ଭାଗ କରେ ନାହିଁ। ହିନ୍ଦୁ ରାଷ୍ଟ୍ରର ଧାରଣା କେବଳ ରାଜନୈତିକ ଓ ଆର୍ଥିକ ଅଧିକାରଗୁଡ଼ିକର ସମଷ୍ଟି ନ ଥିଲା। ରାଜନୈତିକ କିମ୍ବା ନ୍ୟାୟିକ ନୁହେଁ, ବରଂ ଏହା ଥିଲା ମୁଖ୍ୟତଃ ସାଂସ୍କୃତିକ। ଏହା ଈଶ୍ୱର ଅନୁଭବର ଇଚ୍ଛା ମାଧ୍ୟମରେ ନିଜକୁ ପରିପ୍ରକାଶ କରିଥିଲା। ଏହା ଥିଲା ଜୀବନ୍ତ ଦେବତା, କୌଣସି ମୂର୍ତ୍ତି କିମ୍ବା ଅଭୌତିକ ରୂପ ନୁହେଁ। ଆମ ଲୋକେ ହେଉଛନ୍ତି ଆମ ଦେବତା, ଯାହା ଆମ ପୂର୍ବଜ କହିଥିଲେ। କିନ୍ତୁ ସେମାନେ ଆମ ସମସ୍ତଙ୍କ କଥା ଭାବି ନ ଥିଲେ। ରାମକୃଷ୍ଣ ପରମହଂସ ଓ ବିବେକାନନ୍ଦ କହିଥିଲେ- ଲୋକଙ୍କ ସେବା କର। କିନ୍ତୁ ମାନବତା ଦୃଷ୍ଟିରୁ ମଣିଷ ଖୁବ୍‌ ବ୍ୟାପକ ଥିଲା। ନିର୍ଦ୍ଦିଷ୍ଟ ସୀମା ଭିତରେ ଏହା ସର୍ବଶକ୍ତିମାନ ହେବା ଉଚିତ। ଏଠି ମଣିଷ କହିଲେ କେବଳ ହିନ୍ଦୁ ଲୋକଙ୍କୁ ବୁଝାଏ। ପୂର୍ବଜମାନେ ହିନ୍ଦୁ ଶବ୍ଦ ବ୍ୟବହାର କରି ନ ଥିଲେ। କିନ୍ତୁ ଋଗ୍‌ବେଦରେ ସେମାନେ କହିଥିଲେ ଯେ, ସୂର୍ଯ୍ୟ ଓ ଚନ୍ଦ୍ର ହେଉଛନ୍ତି ତାଙ୍କ ଆଖି, ଆକାଶ ଓ ନକ୍ଷତ୍ର ତାଙ୍କ ନାଭିରୁ ସୃଷ୍ଟି। ବ୍ରାହ୍ମଣ ହେଉଛି ମୁଣ୍ଡ, ରାଜା ହେଉଛି ହାତ, ବୈଶ୍ୟ ହେଉଛି ଜଙ୍ଘ ଏବଂ ଶୁଦ୍ର ହେଉଛି ପାଦ। ଯେଉଁ ଲୋକଙ୍କର ଏହି ଚାରିସ୍ତର ବ୍ୟବସ୍ଥା ଥିଲା ସେମାନେ ଥିଲେ ଦେବତା। ଏଭଳି ଜାତିର ସେବା ଓ ପୂଜାକୁ ସେତେବେଳେ ସମାଜ ଈଶ୍ୱରଙ୍କ ସେବା ବୋଲି କହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜଳ ନୋବେଲ ବିଜେତା

ବର୍ତ୍ତମାନର ଭୂରାଜନୈତିକ ଓ ଅର୍ଥନୈତିକ ସ୍ଥିତି ଇରାନ୍‌ ଓ ଆମେରିକା-ଇସ୍ରାଏଲ ଯୁଦ୍ଧ ଯୋଗୁ ଘୋର ପ୍ରଭାବିତ। ଏହାକୁ ନେଇ ପୃଥିବୀ ସନ୍ତ୍ରସ୍ତ। ଏଭଳି ସ୍ଥଳେ ୨୨ ମାର୍ଚ୍ଚରେ…

ପ୍ରକୃତ ଖଳନାୟକ

ଚାହେଁ ଇରାନ ବିଜୟୀ ହେଉ। ବିଜୟର ଅର୍ଥକୁ ଇରାନ ଏହିପରି ପରିଭାଷିତ କରେ: ଇରାନ ଉପରେ ଅନେକ ଦଶନ୍ଧି ଧରି ଆମେରିକା ଲାଗୁକରିଥିବା କଟକଣାକୁ ହଟାଇବା ଦରକାର;…

ପରୀକ୍ଷା ଋତୁ ଓ କୁତୁକୁତୁ

ମଣିଷ ଜୀବନଟା ଗୋଟେ ପରୀକ୍ଷା। ସେ ପରୀକ୍ଷାରେ କିଏ ବହୁତ ପଢିଲା ପରେ ବାରମ୍ବାର ଫେଲ୍‌ ହେଉଥାଏ ତ ଆଉ କିଏ ଆଦୌ ନ ପଢି କପିକୁପା…

ଆକାଶ ଛାତ

ଘର ତିଆରି କରିବାବେଳେ ଆମେ ଖରା, ବର୍ଷା, ଶୀତ ଓ ଅନ୍ୟାନ୍ୟ ଆପଦ ବିପଦରୁ ରକ୍ଷା ପାଇବା ପାଇଁ ଛାତଟିଏ ନିର୍ମାଣ କରୁ। ଘର ପାଇଁ ଛାତ…

ପ୍ରସ୍ତାବ ପ୍ରତ୍ୟାହାର

ବେଳେବେଳେ ସରକାରୀ ନୀତିର ରହସ୍ୟମୟ ତଥା ବାଧାସୃଷ୍ଟିକାରୀ ନିଷ୍ପତ୍ତି ସମ୍ପର୍କିତ ଖବର ଦେଖିବାକୁ ମିଳେ। ତିନି ମାସ ମଧ୍ୟରେ ଭାରତର ସଂଶୋଧିତ ଭୂମିକମ୍ପ ଅଞ୍ଚଳ ନିର୍ଦ୍ଧାରଣ ବ୍ୟବସ୍ଥା…

ସରଳ ଓ ଜଟିଳତାର ଭାଗମାପ

ସାଧାରଣତଃ ଆମେ ଲୋକଙ୍କଠାରୁ ଏପରି ଶୁଣିବାକୁ ପାଉ ଯଥା ”ଆମ ସାଇର ରାମବାବୁ ଖୁବ୍‌ ସରଳ, ସିଧାସାଦା ଲୋକ। ତାଙ୍କ ପୁଅ ରମେଶ ମଧ୍ୟ ଠିକ୍‌ ତାଙ୍କ…

ବିଷ ବଳୟର ଧାରା

ବ୍ରିଟିଶ ଜୀବବିଜ୍ଞାନୀ ତଥା ରିଭର ମନଷ୍ଟର୍ସ ଉପସ୍ଥାପକ ଜେରେମି ୱେଡ୍‌ ରହସ୍ୟମୟ ମିଠାପାଣି ପ୍ରାଣୀଙ୍କୁ ଖୋଜିବାରେ ପ୍ରସିଦ୍ଧ। ତାଙ୍କର ଯାତ୍ରା କେବଳ ମାଛ ଧରିବା ନୁହେଁ, ପ୍ରକୃତି…

ସମ୍ଭାବ୍ୟ ଖାଦ୍ୟ ସଙ୍କଟ

ଇରାନ୍‌ ବିରୋଧରେ ଆମେରିକା-ଇସ୍ରାଏଲ୍‌ ଯୁଦ୍ଧ ଆରମ୍ଭ କରିବା ପରଠାରୁ ହର୍ମୁଜ ଷ୍ଟ୍ରେଟ୍‌ରେ ସଙ୍କଟ ଦେଖାଯାଇଛି। ସେହି ସମୁଦ୍ର ପଥ ଦେଇ ପ୍ରତିଦିନ ପାଖାପାଖି ୧୦୦ ଜାହାଜ ଯାଉଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri