Categories: ଫୁରସତ

କଖାରୁର ଓଜନ ଜାଣିଲେ ଉଡ଼ିଯିବ ହୋସ୍‌

ସୋସିଆଲ ମିଡିଆରେ ଏପରି ଅନେକ ଜିନିଷ ଭାଇରାଲ ହୋଇଥାଏ। ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ବେଳେବେଳେ ଅନେକ ଜିନିଷର ରଙ୍ଗ, ରୂପ ଏବଂ ଆକୃତିକୁ ନେଇ ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ କଖାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାର ଓଜନ ଜାଣିଲେ ହୋସ୍‌ ଉଡ଼ିଯିବ।

ଆମେରିକାର ନ୍ୟୁୟର୍କରେ ଜଣେ କୃଷକ ୧୧୫୮ କିଲୋଗ୍ରାମ ଅର୍ଥାତ୍‌ ୧୧ କ୍ୱିଣ୍ଟାଲ ୫୮ କେଜିର ଏକ କଖାରୁ ବଢ଼ାଇ ରେକର୍ଡ ସୃଷ୍ଟି କରିଛନ୍ତି। ଚାଷୀଙ୍କ ନାମ ସ୍କଟ ଆଣ୍ଡ୍ର୍ୟୁସ। ନ୍ୟୁୟର୍କରେ ଆୟୋଜିତ ‘ଦି ଗ୍ରେଟ୍‌ ପମ୍ପ୍‌କିନ ଫାର୍ମ’ରେ’ ବାର୍ଷିକ ବିଶ୍ୱ କଖାରୁ ଓଜନ ପ୍ରତିଯୋଗିତା ହୋଇଥିଲା। ଏଥିରେ ସ୍କଟ୍‌ ବିଜେତା ହୋଇଥିଲେ।

ଅନେକ ଥର ଏହା ଦେଖାଯାଇଛି କିଛି ପନିପରିବା କିମ୍ବା ଫଳ ସେମାନଙ୍କ ଆକୃତିରୁ ଏକ ଭିନ୍ନ ରୂପ ନେଇଥାଏ ଯାହା ଅତ୍ୟନ୍ତ ଅସ୍ବାଭାବିକ ଏବଂ ଅସାଧାରଣ ଦେଖାଯାଏ। ବେଳେବେଳେ ଏହା ପଛରେ ପ୍ରକୃତିର ଚରିତ୍ର ଏବଂ ବେଳେବେଳେ କଠିନ ପରିଶ୍ରମ ରହିଥାଏ ବୋଲି ସ୍କଟ୍‌ ଏକ ସାକ୍ଷାତକାରରେ କହିଛନ୍ତି।

Share