Categories: ଫୁରସତ

ଜାଣନ୍ତି ହୋଲିରେ କାହିଁକି ପିନ୍ଧାଯାଏ ଧଳା ପୋଷାକ

ପ୍ରତ୍ୟେକ ବର୍ଷ ଫାଲ୍‌ଗୁନ ମାସରେ ହୋଲି ବେଶ୍‌ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଥାଏ। ଚଳିତବର୍ଷ କରୋନା କଟକଣା ଯୋଗୁ ଏହି ଉତ୍ସବ ଟିକେ ଫିକା ପଡ଼ିବ। ସେ ଯାହା ହେଉନା କାହିଁକି ପୌରାଣିକ ଯୁଗରୁ ପାଳିତ ହୋଇ ଆସୁଥିବା ଏହି ପର୍ବ ଲୋକେ ଘରେ ରହି ଖୁସି ମନାଇ ପାରିବେ। ପରିବାର ଲୋକଙ୍କ ସହ ହୋଲି ଖେଳିପାରିବେ। ତେବେ ଏହିଦିନ ହୋଲି ଖେଳିବା ସମୟରେ ଅଧିକାଂଶ ଲୋକ ଧଳା ରଙ୍ଗର ପୋଷାକ ପିନ୍ଧିଥାନ୍ତି। ଏହାର କାରଣ ଜାଣନ୍ତି କି? ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ହୋଲି ହେଉଛି ଭାଇଚାରର ପର୍ବ। ଧଳା ହେଉଛି ଶାନ୍ତିର ପ୍ରତୀକ। ଲୋକେ ରାଗରୁଷା, ମାନ ଅଭିମାନ ଭୁଲି ଏହିଦିନ ପରସ୍ପରକୁ ରଙ୍ଗ ମାରିଥାନ୍ତି। ଧଳା ରଙ୍ଗର ପୋଷାକ ପିନ୍ଧିଲେ ମନରେ ଶାନ୍ତି ଆସେ। ତେଣୁ ଧଳାରଙ୍ଗର ପୋଷାକ ପରିଧାନ କରି ଲୋକେ ରଙ୍ଗ ଖେଳିଥାନ୍ତି।

Share