ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ଶ୍ରୀଦେବୀ, ଐଶ୍ୱର୍ଯ୍ୟା

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରେ ଅନ୍ୟତମ ସନି ଦେଓଲ। ସନ୍ନିଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ଏବଂ ହିଟ୍‌ ହିରୋଙ୍କ ତାଲିକାରେ ଗଣନା କରାଯାଏ। ସେ ଅନେକ ସୁପରହିଟ୍‌ ଫିଲ୍ମ ଯେପରି, ଘାୟଲ, ଖାତକ, ଦାମିନୀ ଏବଂ ଗଦ୍ଦର ଆଦିରେ କାମ କରିଛନ୍ତି। ଦେଖିବାକୁ ଗଲେ ସନ୍ନିଙ୍କ ଫିଲ୍ମ କ୍ୟାରିୟର ସବୁଠାରୁ ଚମତ୍କାର ରହିଛି। ଅଭିନୟ କ୍ୟାରିୟରରେ ସେ ଅନେକ ବଡ଼ ବଡ଼ ଅଭିନେତ୍ରୀଙ୍କ ସହ କାମ କରି ହିଟ୍‌ ଫିଲ୍ମ ଦେଇଛନ୍ତି। କିନ୍ତୁ ବଳିଉଡ୍‌ର ଏଭଳି ୨ ଅଭିନେତ୍ରୀ ଯିଏକି ତାଙ୍କ ସହ କାମ କରିବାକୁ ମନା କରିଦେଇଥିଲେ। ସେମାନେ ହେଲେ ଶ୍ରୀଦେବୀ ଏବଂ ଐଶ୍ୱର୍ଯ୍ୟା ରାୟ। ଏ କଥା ନିଜେ ସନ୍ନି ଏକ ସାକ୍ଷାତକାରରେ କହିଥିଲେ।
ସେ କହିଥିଲେ ଯେ, ଏକ ଫିଲ୍ମରେ ଶ୍ରୀଦେବର ଏବଂ ଐଶ୍ୱର୍ଯ୍ୟା ରାୟଙ୍କୁ କାମ କରିବାକୁ ଅଫର ମିଳିଥିଲା। କିନ୍ତୁ ସେମାନେ ମୋ ସହ କାମ କରିବାକୁ ସିଧା ମନା କରିଦେଇଥିଲେ ବୋଲି ସନ୍ନି କହିଥିଲେ।
ଏହାର କାରଣ ହେଉଛି, ଉକ୍ତ ସମୟରେ ଲୋକପ୍ରିୟ ଅଭିନେତ୍ରୀମାନେ ଫିଲ୍ମରେ ହିରୋଙ୍କ ଭୂମିକାଠାରୁ କମ୍‌ ଶକ୍ତିଶାଳୀ ଥିବା ଫିଲ୍ମରେ କାମ କରିବାକୁ ଚାହୁଁ ନ ଥିଲେ। ଏବଂ ସେହି ସମୟରେ ସନ୍ନିଙ୍କ ଫିଲ୍ମ ସେହିପରି ଥିଲା ଯେଉଁଥିଲେ ହିରୋଙ୍କ ଭୂମିକା ଅଧିକ ଶକ୍ତିଶାଳୀ ଥିଲା।

Share