ଜାଣନ୍ତୁ ଆମିରଙ୍କ ଭାବିଜ୍ୱାଇଁ ନୁପୁର କିଏ?ଆୟରାଙ୍କୁ ବିବାହ କରିବାକୁ କରିଛନ୍ତି ପ୍ରପୋଜ…

ବମ୍ବେ: ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ସହମତି ପ୍ରକାଶ କରିଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଆୟରା। ଖୁବ୍‌ଶୀଘ୍ର ନୁପୁର ଶିଖରଙ୍କର ସହ ତାଙ୍କର ବିବାହ ହୋଇପାରେ। ଫିଲ୍ମ ଷ୍ଟାଇଲରେ ଇଟାଲୀରେ ସେ ଆୟରାଙ୍କୁ ପ୍ରପୋଜ କରିଛନ୍ତି। ଏଥିରେ ହଁ ଭରିଛନ୍ତି ମଧ୍ୟ ଆୟରା। ଏଣୁ ନୁପୁର ଆମିରଙ୍କ ଜ୍ୱାଇଁ ହେବା ସ୍ପଷ୍ଟ ହୋଇଛି। ତେବେ ଆସନ୍ତୁ ଜାଣିବା କ’ଣ କରନ୍ତି ନୁପୁର।

ନୁପୁର ପେସାରେ ଜଣେ ଫିଟ୍‌ନେସ୍‌ ଟ୍ରେନର୍‌। ତାଙ୍କୁ ଫିଟନେସ୍‌ ଏକ୍ସପର୍ଟ ଏବଂ କନ୍ସଲଟାଣ୍ଟ ଭାବେ ମଧ୍ୟ ସମସ୍ତେ ଜାଣନ୍ତି। ନୁପୁର ସୁଷ୍ମିତା ସେନଙ୍କଠାରୁ ନେଇ ଆମିରଙ୍କୁ ଫିଟ୍‌ନେସ୍‌ ଏକ୍ସପର୍ଟ ଥିଲେ। ଏହାଛଡ଼ା ସେ ଜଣେ ଭଲ ନୃତ୍ୟଶିଳ୍ପୀ ମଧ୍ୟ।

୨୦୨୦ ଲକ୍‌ଡାଉନ୍‌ ସମୟରେ ନୁପୁର ଆୟରାଙ୍କୁ ଭେଟିଥିଲେ। ସେ ତାଙ୍କ ଫିଟ୍‌ନେସ ଟ୍ରେନର ଭାବେ କାର୍ଯ୍ୟ କରୁଥିଲେ। ସେବେଠାରୁ ଉଭୟ ପରସ୍ପରକୁ ପସନ୍ଦ କରୁଥିଲେ। ୨୦୨୧ରେ ସେମାନେ ସମ୍ପର୍କକୁ ଅଫିସିଆଲ କରିଥିଲେ। ଏବେ ସେମାନେ ବିବାହ କରିବାକୁ ଯାଉଥିବାରୁ ଉଭୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share