ନୂଆ ବର୍ଷ ଦିନ କ’ଣ କିଣିବା ଶୁଭ, ଜାଣନ୍ତୁ…

ନୂଆ ବର୍ଷଟି ସୁଖମୟ ହେବା ପାଇଁ ଏହିଦିନ କିଏ ଘରେ ପୂଜାପାଠର ଆୟୋଜନ କରିଥାନ୍ତି ତ କିଏ ମନ୍ଦିରକୁ ଯାଇ ଦେବୀଦେବଙ୍କ ଦର୍ଶନ କରିଥାନ୍ତି। ତେବେ ବାସ୍ତୁଶାସ୍ତ୍ର କହେ ଏମିତି କିଛି ଖାସ୍‌ ଜିନିଷ ଅଛି, ଯାହାକୁ ନୂଆ ବର୍ଷ ଦିନ ଘରକୁ ଆଣିଲେ ଶୁଭଫଳ ମିଳିଥାଏ। ଜାଣନ୍ତୁ ସେ ସମ୍ପର୍କରେ..

* ବିଘ୍ନନାଶନ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ଯେଉଁଠି ଥାଏ, ସେଠାରେ ବିପଦ ସହଜରେ ଆସେନାହିଁ। ତେଣୁ ନୂଆବର୍ଷର ପ୍ରଥମ ଦିନ ଘରକୁ ପ୍ରଭୁ ଶ୍ରୀଗଣେଶଙ୍କ ମୂର୍ତ୍ତି ହେଉ ଅବା ଫଟୋ ଆଣିବା ସବୁଠୁ ଶୁଭଦାୟକ।

* ଯେହେତୁ ମୟୂର ପୁଚ୍ଛର ସମ୍ବନ୍ଧ ପ୍ରଭୁ ଶ୍ରୀକୃଷ୍ଣଙ୍କ ସହ ରହିଛି; ତେଣୁ ନୂଆବର୍ଷ ଦିନ ଘରକୁ ମୟୂରପୁଚ୍ଛ କିଣି ଆଣିଲେ ଘରର ଅଭାବ ଦୂରହେବା ସହ ବାତାବରଣ ସକାରାତ୍ମକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ।

* ନୂଆବର୍ଷର ପ୍ରଥମ ଦିନ ଘରକୁ ଲାଫିଙ୍ଗ୍‌ ବୁଦ୍ଧଙ୍କ ମୂର୍ତ୍ତି ଆଣିଲେ ପରିବାର ଲୋକଙ୍କ ମଧ୍ୟରେ ସ୍ନେହ, ପ୍ରେମ ବଢ଼ିବା ସହ ନୂତନ ସୁଯୋଗର ପଥ ଖୋଲିଥାଏ ବୋଲି ବିଶ୍ୱାସ ରହିଛି।

* ନୂଆବର୍ଷ ଦିନ ଘରକୁ ଆକ୍ୱାରିୟମ ଆଣି ଉତ୍ତର ଦିଗରେ ରଖିଲେ ପରିବାର ଲୋକଙ୍କ ଉପରେ କାହାରି କୁଦୃଷ୍ଟି ଲାଗି ନ ଥାଏ। ସେମାନଙ୍କ ସ୍ବାସ୍ଥ୍ୟ ମଧ୍ୟ ଭଲ ରହିଥାଏ ବୋଲି ବିଶ୍ୱାସ ରହିଛି।

* ଯଦି ଘରେ ଛୋଟମୋଟ କଥାକୁ ନେଇ ସବୁବେଳେ ଝଗଡ଼ା ଲାଗୁଥାଏ, ତା’ହେଲେ ନୂଆବର୍ଷ ଦିନ ଘରକୁ କଇଁଛର ପ୍ରତିମା ଆଣି ରଖିଲେ କ୍ରମେ ଏହି ସମସ୍ୟାରେ ସୁଧାର ଆସିଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।