ଜାଣନ୍ତୁ ଏଥର ବଜେଟ୍‌ରେ ଯୁବକ, ମହିଳା, କୃଷକଙ୍କ ପାଇଁ କଣ ରହିଛି

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ସକାଳ ୧୧ଟାରେ ବଜେଟ୍‌ ଉପସ୍ଥାପନ କରିଛନ୍ତି। ସରକାରଙ୍କ ସଫଳତାକୁ ଅର୍ଥମନ୍ତ୍ରୀ ବଜେଟରେ ଗଣନା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସରକାର ଯୁବକ, କୃଷକ ଏବଂ ମହିଳା ଏବଂ ସାଧାରଣ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି। ୨୦୪୭ ସୁଦ୍ଧା ଆମେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବୁ। ସରକାରଙ୍କ ଦ୍ୱାରା ୨୫ କୋଟି ଲୋକଙ୍କୁ ଦାରିଦ୍ର୍ୟରୁ ବାହାର କରାଯାଇଛି। ସରକାରୀ ପାଣ୍ଠି ଲିକ ରୋକିବାରେ ସରକାରଙ୍କ ଡିବିଏଲ ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇଛି। ଏହା ମାଧ୍ୟମରେ ପ୍ରାୟ ୩୪ ଲକ୍ଷ କୋଟି ଟଙ୍କା ସିଧାସଳଖ ସାଧାରଣ ଜନତାଙ୍କ ନିକଟକୁ ପଠାଯାଇଛି।

ବଜେଟ୍‌ର ପ୍ରମୁଖ ଅଂଶ
-୧୮ ଲକ୍ଷ ବିକ୍ରେତାଙ୍କୁ PM Swanidhi ମାଧ୍ୟମରେ ସାହାଯ୍ୟ କରାଯାଇଛି

-କିସାନ ସମ୍ମାନ ନିଧି ଏବଂ ପ୍ରଧାନମନ୍ତ୍ରୀ ଫସଲ ଯୋଜନା ମାଧ୍ୟମରେ ଅନ୍ନାଦାତା ଆର୍ଥିକ ଦୃଷ୍ଟିରୁ ଶକ୍ତିଶାଳୀ ହୋଇଛନ୍ତି। ୧୧.୮ କୋଟି କୃଷକ କିସାନ ସମ୍ମାନ ନିଧି ସୁବିଧା ପାଇଛନ୍ତି।

-ଦେଶରେ ୩ ହଜାର ନୂତନ ITII ଖୋଲାଯାଇଛି

-୧.୪୦ କୋଟି ଯୁବକଙ୍କୁ ସ୍କିଲ ଇଣ୍ଡିଆ ତାଲିମ ଦିଆଯାଇଛି।

-୧୫ଟି ନୂତନ ଏମ୍ସ ଏବଂ ୩୯୦ଟି ନୂତନ ବିଶ୍ୱବିଦ୍ୟାଳୟ ସୃଷ୍ଟି କରାଯାଇଛି

-ସାଧାରଣ ଲୋକଙ୍କ ଆୟ ୫୦ ପ୍ରତିଶତ ବୃଦ୍ଧି ପାଇଛି।

-ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଯୋଗୁ ୭୦% ଘର ମାଲିକ ମହିଳା ହୋଇଛନ୍ତି।

-ସରକାର ଏପର୍ଯ୍ୟନ୍ତ ୩ କୋଟି ଘର ନିର୍ମାଣ ଲକ୍ଷ୍ୟ ହାସଲ କରିଛନ୍ତି। ଏହି ଯୋଜନା ଅଧୀନରେ ଆସନ୍ତା ୫ ବର୍ଷରେ ୨ କୋଟି ଅଧିକ ଘର ନିର୍ମାଣ ହେବ।

-ଉଚ୍ଚଶିକ୍ଷାରେ ମହିଳାଙ୍କ ଅଂଶଗ୍ରହଣ ୨୮ ପ୍ରତିଶତ ବୃଦ୍ଧି ପାଇଛି।
୧୩୬୧ ନୂତନ ବଜାର ଯୋଗ କରାଯାଇଛି।

-ଦେଶରେ ବିମାନବନ୍ଦର ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି। ଟିୟର୍‌ ୨ ଏବଂ ଟିୟର୍‌ ୩ ଉପରେ ଏକ ବିଶେଷ ଧ୍ୟାନ ଦିଆଯାଇଛି।

-ନମୋ ଭାରତ ଏବଂ ମେଟ୍ରୋ ଟ୍ରେନ ଉପରେ ଧ୍ୟାନ ଦିଆଯିବ।
-ଦେଶରେ ନୂତନ ମେଡିକାଲ ସ୍କୁଲ ଖୋଲାଯିବ।

-ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ଏକ କୋଟି ଘରେ ସୋରେଲ ଲଗାଯିବ।

-ଶକ୍ତି, ଖଣିଜ ପଦାର୍ଥ ଏବଂ ସିମେଣ୍ଟ ପାଇଁ ତିନୋଟି ନୂତନ କରିଡର ଆରମ୍ଭ ହେବ।

-କୋଇଲା ଗ୍ୟାସିଫିକେସନ ମାଧ୍ୟମରେ ପ୍ରାକୃତିକ ଗ୍ୟାସର ଆମଦାନୀ ହ୍ରାସ ପାଇବ।

 

Share