ହ୍ବାଟ୍ସଆପ୍‌ରେ ଥିବା ହାର୍ଟ ଇମୋଜିର ଅର୍ଥ କ’ଣ ଜାଣନ୍ତି? ଯେତେ ରଙ୍ଗ ସେତେ ଭାବ…

ଆଜିକାଲି ସମସ୍ତେ ନିଜ ମନର ଭାବକୁ ତୁରନ୍ତ ନିଜ ପ୍ରିୟ ଲୋକ ପାଖକୁ ହ୍ବାଟ୍ସଆପ ଜରିଆରେ ମେସେଜ୍‌ ଓ ସୁନ୍ଦର ଇମୋଜିଟିଏ ଦେଇ ଶେୟାର କରିପାରୁଛନ୍ତି। ସେଥିମଧ୍ୟରେ ବେଶି ବ୍ୟବହାର ହେଉଥିବା ଇମୋଜି ହେଉଛି ହାର୍ଟ ଇମୋଜି। ତେବେ ହ୍ବାଟ୍ସଆପ୍‌ରେ ଲାଲ ରଙ୍ଗର ହାର୍ଟ ଇମୋଜି ବ୍ୟତିତ ନୀଳ, ବାଇଗଣୀ, ଧଳା,କଳା ସହ ଆହୁରି ଅନେକ ପ୍ରକାରର ଇମୋଜି ଥାଏ। ଆଉ ପ୍ରତ୍ୟେକ ହାର୍ଟ ଇମୋଜିର କିଛି ଭିନ୍ନ ଅର୍ଥ ବି ଥାଏ,ଯାହା ସମ୍ପର୍କରେ ଅନେକେ ଜାଣି ନ ଥାନ୍ତି। ଜାଣିବା ସେ ସମ୍ପର୍କରେ ଓ ଦେବା ଉପଯୁକ୍ତ ହାର୍ଟ ଇମୋଜି ଉପଯୁକ୍ତ ମଣିଷଙ୍କୁ …

ରେଡ଼ ହାର୍ଟ: ଏହା ଲଭ୍‌ ହାର୍ଟ ଭାବେ ବେଶ୍‌ ପରିଚିତ। ଯୁବତୀ ଯୁବକ ନିଜ ପ୍ରେମର ଭାବ ପ୍ରକାଶ କରିବା ଲାଗି ଏହାକୁ ପଠାନ୍ତି। ସବୁଠୁ ଭଲ ବନ୍ଧୁ ଓ ପରିବାରର ସଦସ୍ୟଙ୍କୁ ବି ଏହି ଇମୋଜି ପଠାଯାଏ।

କମଳା ରଙ୍ଗର ହାର୍ଟ: ଫ୍ରେଣ୍ଡଶିପ୍‌, କେୟାର ଓ ସପୋର୍ଟର ଭାବ ଦର୍ଶାଇବା ଲାଗି କମଳା ରଙ୍ଗର ହାର୍ଟ ପଠାଯାଏ।

ହଳଦିଆ ହାର୍ଟ: ହଳଦିଆ ହାର୍ଟ ଖୁସିର ପ୍ରତୀକ ହେବାସହ ଏହା ବନ୍ଧୁତାର ପବିତ୍ରତାକୁ ବି ଦର୍ଶାଏ। ବନ୍ଧୁ ଓ ସମ୍ପର୍କୀୟମାନେ ପରସ୍ପରକୁ ଖୁସି କରିବା ଲାଗି ଅବା ନିଜର ଖୁସି ଜାହିର କରିବା ପାଇଁ ଏହି ଇମୋଜି ପଠାଇପାରିବେ। ଏହାବାଦ ଜଣେ ଯୁବକ ଯୁବତୀଙ୍କୁ ଓ ଯୁବତୀ ଯୁବକଙ୍କୁ ବି ଉକ୍ତ ଇମୋଜି ପଠାଇପାରିବେ। କାରଣ ଏହା ବନ୍ଧୁତାର ସମ୍ପର୍କକୁ ଦର୍ଶାଏ। ଅର୍ଥାତ୍‌ ଏହି ସମ୍ପର୍କରେ ଭଲ ପାଇବା ତ ଥାଏ କିନ୍ତୁ ଏହା ରୋମାଣ୍ଟିକ ସମ୍ପର୍କ ନୁହେଁ।

ସବୁଜ ହାର୍ଟ: ସୋସିଆଲ ମିଡ଼ିଆରେ ଏହି ହାର୍ଟକୁ ପଠାଇବାର ଅର୍ଥ ହେଉଛି ଆପଣ କାହାରି ଭଲ ସ୍ବାସ୍ଥ୍ୟ ଓ ସମୃଦ୍ଧିର କାମନା କରୁଚନ୍ତି।

ନୀଳ ହାର୍ଟ: ଏହା ଭରସା, ସୁରକ୍ଷା, ପ୍ରଶଂସା ଓ ସମର୍ଥନକୁ ଦର୍ଶାଏ।

ବାଇଗଣୀ ହାର୍ଟ: ଏହି ହାର୍ଟକୁ ସୋସିଆଲ ମିଡ଼ିଆରେ ନିଷିଦ୍ଧ ପ୍ରେମ ସହ ଯୋଡ଼ାଯାଏ। ଅର୍ଥାତ୍‌ ଏହାକୁ ସେହି ପ୍ରେମ ସହ ଯୋଡ଼ାଯାଏ ଯାହାକୁ ଲୋକେ ଖରାପ ନଜରରେ ଦେଖନ୍ତି। ସେନ୍ସିଟିଭ ଲଭ୍‌ ପାଇଁ ବି ଏହାକୁ ବ୍ୟବହାର କରାଯାଏ।

ବାଦାମୀ ହାର୍ଟ:ଏହାକୁ ଚକୋଲେଟରେ କଭର୍‌ ହାର୍ଟ ଭାବେ ଗଣନା କରାଯାଏ। ଯେଉଁ ପ୍ରେମ ସମୟ ସହିତ ସବୁ ପ୍ରତିବନ୍ଧକକୁ ଏଡାଇପାରେ ଏହା ତାହାକୁ ଦର୍ଶାଏ।

ଧଳା ହାର୍ଟ: ଏହା ହେଉଛି ସେହି ପ୍ରେମର ପ୍ରତୀକ ଯାହା କେବେ ଶେଷ ହୁଏ ନାହିଁ। ଏହାକୁ ପିଲାଙ୍କୁ ଅବା ମା’ବାପାଙ୍କୁ ପଠାଯାଏ। ସମ୍ବେଦନା ବ୍ୟକ୍ତ କରିବା ଲାଗି ବି ଏହାକୁ ବ୍ୟବହାର କରାଯାଏ।

କଳା ହାର୍ଟ: ଏହା ହେଉଛି ଦୁଃଖ, ଶୋକ, ଉଦାସୀର ପ୍ରତୀକ। କୌଣସି ପ୍ରକାରର ଦୁଃଖକୁ ପ୍ରକାଶ କରିବା ଲାଗି ଏହି ହାର୍ଟକୁ ବ୍ୟବହାର କରାଯାଏ। ଅନେକ କ୍ଷେତ୍ରରେ କଳାରଙ୍ଗକୁ ନଜର ନ ଲାଗିବା ପାଇଁ ବ୍ୟବହାର କରଯାଇଥାଏ। ତେଣୁ କାହାରି ସୌନ୍ଦର୍ଯ୍ୟକୁ ପ୍ରଶଂସା କଲାବେଳେ ଲୋକେ କଳା ହାର୍ଟକୁ ବ୍ୟବହାର କରନ୍ତି।

ସ୍ପାର୍କଲ ହାର୍ଟ: ଏକ ଗୋଲାପୀ ହାର୍ଟ ଯେଉଁଥିରେ ଚିକମିକ୍‌ କରୁଥିବା ଷ୍ଟାର୍‌ ବା ତାରା ଥାଏ, ତାହା ପ୍ରଶଂସା ଓ ଉତ୍ସୁକ ଭାବକୁ ଦର୍ଶାଏ।

ତୀର ଥିବା ହାର୍ଟ: ଏହା ନିବିଡ଼ ପ୍ରେମକୁ ଦର୍ଶାଏ। ପ୍ରେମ, ପ୍ରଣୟର ଭାବକୁ ଜଣାଇବା ଲାଗି ସାଧାରଣତଃ ଏହାକୁ ପଠାଯାଏ।

ରିବନବନ୍ଧା ହାର୍ଟ: ଗୋଲାପୀ ଅବା ଲାଲରଙ୍ଗର ହାର୍ଟରେ ହଳଦିଆ ରିବନ ବନ୍ଧା ଏହି ଇମୋଜି ଯଦି ଆପଣ କାହାକୁ ଦେଉଛନ୍ତି ତା’ର ଅର୍ଥ ହେଉଛି ଆପଣ ନିଜ ହୃଦୟକୁ ଉପହାରଭାବେ ପ୍ୟାକ କରି ପଠାଉଛନ୍ତି। ଅବା ହାର୍ଟ ଶେପ୍‌ର କ୍ୟାଣ୍ଡି ବକ୍ସ ଉପହାର ସ୍ବରୂପ ପଠାଉଛନ୍ତି।

ବ୍ରୋକେନ୍‌ ହାର୍ଟ: ଏହାକୁ ଦେଖି ହିଁ ବୁଝିପାରୁଥିବେ ଏହାକୁ ହୃଦୟ ଅବା ବିଶ୍ୱାସ ଭାଙ୍ଗିବା କ୍ଷେତ୍ରରେ ବ୍ୟବହାର କରାଯାଏ।

ଟୁ ହାର୍ଟ: ହ୍ବାଟ୍ସଆପ୍‌ରେ ଏମିତି ବି ଏକ ଇମୋଜି ଅଛି ଯେଉଁଥିରେ ଦୁଇଟି ହାର୍ଟ ଥାଏ। ଅର୍ଥାତ୍‌ ଗୋଟିଏ ଛୋଟ ଓ ଆଉ ଏକ ବଡ଼ ହାର୍ଟ ଥାଏ। ଏହାର ଅର୍ଥ ହେଉଛି ‘ଲଭ୍‌ ଇଜ୍‌ଇନ୍‌ ଦ ଏୟାର୍‌’। ଏହା ରୋମାଣ୍ଟିକ ଲଭ୍‌ର ପ୍ରତୀକ। ଏହାକୁ ଅନ୍ୟ କ୍ଲୋଜ୍‌ ରିଲେସନଶିପ ଯେମିତିକି ପରିବାର, ବନ୍ଧୁଙ୍କ ପାଇଁ ବି ବ୍ୟବହାର କରିହେବ।

ଗ୍ରୋଇଂ ହାର୍ଟ: ଗୋଟିଏ ଛୋଟ ହାର୍ଟ ଚାରିପଟେ ଧୀରେ ଧୀରେ ବଡ଼ ହେଉଥିବା ହାର୍ଟରଏହି ଇମୋଜି କୌଣସି ବ୍ୟକ୍ତି, ଜିନିଷ ପ୍ରତି ବଢୁଥିବା ଇଣ୍ଟରେଷ୍ଟ ଓ ଭଲ ପାଇବାକୁ ଦର୍ଶାଏ। ତେଣୁ ନିଜର ପ୍ରିୟ ମଣିଷକୁ ପଠାଇପାରିବେ।

ଆଶ୍ଚର୍ଯ୍ୟ ଭାବର ହାର୍ଟ: ଏକ ହାର୍ଟଶେପ୍‌ ତଳେ ବିନ୍ଦି ଭଳି ଡ଼ଟ୍‌ ଥିବା ଇମୋଜୀ ହେଉଛି ଏକ୍ସକ୍ଲାମେଟୋରୀ ସାଇନ୍‌ ହାର୍ଟ। ଏହାକୁ ପ୍ରେମର ଭାବ ଦର୍ଶାଇବା ଲାଗି ବ୍ୟବହାର କରିବା ସହ ଏକ୍ସାଇଟମେଣ୍ଟ ଓ ଆଶ୍ଚର୍ଯ୍ୟ ଭାବ ଦର୍ଶାଇବା ଲାଗି ବି ବ୍ୟବହାର କରିହେବ।

ଫାୟାର ହାର୍ଟ: ଏହା ପାସନେଟ୍‌ ଲଭ୍‌କୁ ଦର୍ଶାଏ। ଏହାବାଦ ପୁରୁଣା ସମ୍ପର୍କକୁ ଜାଳି ନୂଆ ସମ୍ପର୍କରେ ଆଗେଇବାକୁ ବି ଏହା ଦର୍ଶାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

ଘରେ କେବେ ବି ରଖନ୍ତୁ ନି ଏପରି ଗଛ, ବଢ଼ିବ ଦୁର୍ଭାଗ୍ୟ

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ସାଙ୍ଗକୁ ପରିବେଶକୁ ଶୁଦ୍ଧି କରିବାରେ ଗଛର ଥାଏ ଅନେକ ଭୂମିକା। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି ବି କିଛି ଗଛ ରହିଛି; ଯାହାକୁ…

ଆଲୋଭେରା ଗଛ ଲଗାଇବାରେ କରନ୍ତୁନି ଏପରି ଭୁଲ, ନ ହେଲେ ଘରକୁ ମାଡ଼ିଆସିବ…

ଆଲୋଭେରାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଯଥେଷ୍ଟ ରହିଥିବା ହେତୁ ଅନେକେ ଏହାକୁ ଘରେ ଲଗାଇଥାନ୍ତି। ହେଲେ ଜାଣନ୍ତି କି ବାସ୍ତୁ ଅନୁଯାୟୀ, ଯଦି ଏହି ଗଛକୁ ଠିକ୍‌ ଦିଗରେ…

ବିଶ୍ୱର ସବଠୁ ଖୁସି ଦେଶ କିଏ ଜାଣନ୍ତି: ଏହି ସ୍ଥାନରେ ଅଛି ଭାରତ

ଲଣ୍ଡନ,୨୦ା୩:ଫିନ୍‌ଲାଣ୍ଡ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ନିଜର ମାନ୍ୟତା ବଜାୟ ରଖିଛି। କ୍ରମାଗତ ଭାବେ ୯ମ ଥର ପାଇଁ ବିଶ୍ୱର ସବୁଠୁ ସୁଖୀ ରାଷ୍ଟ୍ର ସୂଚୀ…

ଶରୀର ପାଇଁ ଉପକାରୀ ପଖାଳ: ମିଳିବ ଏସବୁ ଫାଇଦା

‘ପଖାଳ’ କେବଳ ଏକ ଖାଦ୍ୟ ନୁହେଁ, ବରଂ ଓଡ଼ିଆଙ୍କ ସହ ଜଡ଼ିତ ଏକ ଭାବପ୍ରବଣତା। ସାରା ବିଶ୍ୱରେ ଓଡ଼ିଆମାନେ ଯେଉଁଠି ଥାଆନ୍ତୁ ନା କାହିଁକି ପଖାଳ ପ୍ରତି…

ଅଧିକ ଚା’ ପିଉଛନ୍ତି କି, ହୋଇପାରେ…

ଚା’ ଓ କଫି ଅମ୍ଳୀୟ। ତେଣୁ ଖାଲି ପେଟରେ ଏହାକୁ ପିଇଲେ ଅମ୍ଳ ବୃଦ୍ଧି ପାଇଥାଏ। ସକାଳେ ପାକସ୍ଥଳୀ ଭିତରେ କୌଣସି ଖାଦ୍ୟ ନ ଥାଏ। ବିଶେଷକରି…

କୁମ୍ଭ ରାଶିରେ ସୃଷ୍ଟି ହେବ ଚତୁର୍ଗ୍ରହୀ ଯୋଗ, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ପ୍ରଚୁର ଟଙ୍କା!

୧୬ ମାର୍ଚ୍ଚ ସନ୍ଧ୍ୟାରେ କୁମ୍ଭ ରାଶିରେ ଚତୁର୍ଗ୍ରହୀ ଯୋଗ ସୃଷ୍ଟି ହେବ । ରାହୁ, ମଙ୍ଗଳ ଏବଂ ବୁଧ ଗ୍ରହ କୁମ୍ଭ ରାଶିରେ ପୂର୍ବରୁ ଅବସ୍ଥିତ ରହିଛନ୍ତି…

ନବରାତ୍ରୀ ପୂର୍ବରୁ ସୃଷ୍ଟି ହେଉଛି ରାଜଯୋଗ, ମେଷ-ମିଥୁନ ସମେତ ଏହି ରାଶିର ବ୍ୟକ୍ତି ହେବେ ମାଲାମାଲ୍!

ରାଜଯୋଗ ଏବଂ ଧନ ଯୋଗର ଗ୍ରହ ସୂର୍ଯ୍ୟ, ଏହି ମାସର ୧୫ ତାରିଖରେ ନିଜର ରାଶି ପରିବର୍ତ୍ତନ କରିବେ। ପ୍ରାୟ ୧ଟା୦୮ ସମୟରେ, ସୂର୍ଯ୍ୟ କୁମ୍ଭ ରାଶିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri