ସାମନ୍ଥାଙ୍କ ସହ କାମ କରିବା ନେଇ ଜାଣନ୍ତୁ କ’ଣ କହିଲେ ନାଗା

ସାଉଥ୍‌ ଅଭିନେତା ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ଉଭୟଙ୍କ ୪ବର୍ଷର ସମ୍ପର୍କରେ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଥିଲେ। କିଛିଦିନ ପୂର୍ବରୁ ନାଗାଙ୍କ ଘରକୁ କିଣି ଚର୍ଚ୍ଚାକୁ ଆସିଥିବାବେଳେ ବର୍ତ୍ତମାନ ନାଗା ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ନିକଟରେ ଏକ ସାକ୍ଷାତକାରରେ ନାଗାଙ୍କୁ ପୂର୍ବତନ ସ୍ତ୍ରୀ ସାମନ୍ଥାଙ୍କ ସହିତ ଫିଲ୍ମ କରିବାକୁ ସୁଯୋଗ ମିଳିଲେ କରିବେ କି ନାହିଁ, ଯାହାର ଉତ୍ତରରେ ନାଗା କହିଛନ୍ତି ଯେ, ସାମନ୍ଥାଙ୍କ ସହିତ କାମ କରିବାକୁ ମନରେ କୌଣସି ସଙ୍କୋଚ ରଖିବେ ନାହିଁ। ଏହା ବହୁତ କ୍ରେଜି ହେବ, କିନ୍ତୁ ସାମନ୍ଥାଙ୍କଠାରୁ ଏକ ସକାରାତ୍ମକ ପ୍ରତିକ୍ରିୟା ଆସିଲେ ହିଁ ଏହା ସମ୍ଭବ ହେବ ବୋଲି ସେ କହିଛନ୍ତି । ଉଲ୍ଲେଖନୀୟ ଯେ, ନାଗା ବଲିଉଡରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ସାମନ୍ଥାଙ୍କ ପାଇଁ ବଲିଉଡରେ କାମର ଅଭାବ ନାହିଁ। ବିଳମ୍ବରେ ହେଉ ପଛେ, ନାୟିକାଙ୍କୁ ପୁଣି ଏକ ବଡ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ ।

Share