ଟ୍ରେନ୍‌ ଟିକେଟ୍‌ କନ୍‌ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…

ନୂଆଦିଲ୍ଲୀ,୨୦।୨: ଆଇଆର୍‌ସିଟିସି ଆଇପେ’ ଅଟୋପେ’(IRCTC iPay Autopay) ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ନଚେତ ଆପ୍‌ରେ ଉପଲବ୍ଧ ହେଉଥିବା ଏକ ପେମେଣ୍ଟ ଅପ୍‌ଶନ ଯେଉଁଥିରେ ପେମେଣ୍ଟ ନ କରି ବି ଟିକେଟ ବୁକ୍‌ କରିହେବ। ଡିଜିଟାଲ ନେଣଦେଣକୁ ବଢ଼ାଇବା ଲାଗି IRCTC  ଭିନ୍ନ ଭିନ୍ନ କ୍ୟାଶଲେସ୍‌ ମୋଡ୍‌ ଯେଉଁଭଳି ନେଟ୍‌ ବ୍ୟାଙ୍କିଂ, କ୍ରେଡିଟ୍‌/ଡେଭିଟ୍‌ କାର୍ଡ, କ୍ୟାଶ କାର୍ଡ, ଇ-ଓ୍ବାଲେଟ୍‌ ଏବଂ ୟୁପିଆଇ ମାଧ୍ୟମରେ ଟିକେଟ କ୍ରୟ କରିବାର ଅନୁମତି ଦେଉଛି। ଯେଉଁ ଲୋକ IRCTC ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍‌ ଜରିଆରେ ଟିକେଟ ବୁକ୍‌ କରୁଛନ୍ତି ଅଥବା କ୍ୟାନ୍‌ସଲ କରୁଛନ୍ତି, ତେବେ ସେମାନଙ୍କଠାରୁ କ୍ଲାସ ଆଧାରରେ ଏକ ନିଶ୍ଚିତ ରାଶି ନିଆଯିବ।
ଯଦିଓ କୌଣସି ବ୍ୟକ୍ତି IRCTC ଆଇପେ’ ଅଟୋପେ’ ସୁବିଧା ମାଧ୍ୟମରେ ରେଳ ଟିକେଟ ବୁକ୍‌ କରୁଛନ୍ତି ତେବେ ସେ ପେମେଣ୍ଟ  ନ କରି ବି ଏହାକୁ ବୁକ୍‌ କରିପାରିବେ। ଟିକେଟ୍‌ କନ୍‌ଫର୍ମ ହେବା ପରେ ହିଁ ଟଙ୍କା ଆପଣା ଛାଏ ଆକାଉଣ୍ଟରୁ କଟିଯିବ। ଏଣୁ ତାଙ୍କୁ ଟିକେଟ ବୁକ୍‌ ହୋଇ ନ ପାରିବା ଅଥବା ରଦ୍ଦ ହେବାକୁ ନେଇ ଅତରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଯେତେବେଳେ କୌଣସି ବ୍ୟକ୍ତି IRCTC ଆଇପେ’ ଅଟୋପେ’ ସୁବିଧା ମାଧ୍ୟମରେ ଟ୍ରେନ୍‌ ଟିକେଟ ବୁକ୍‌ କରନ୍ତି ସେତେବେଳେ ଟିକେଟ ରାଶି ବ୍ୟାଙ୍କ ଆକାଉଣ୍ଟରୁ ଅସ୍ଥାୟୀ ରୂପେ ଲକ୍‌ ହୋଇଯିବ। ଟିକେଟ କନଫର୍ମ ନ ହେଲେ କିମ୍ବା ରଦ୍ଦ ହୋଇଗଲେ ତୁରନ୍ତ ଏହି ରାଶି ରିଫଣ୍ଡ ମିଳିଯିବ।
ବିଶେଷକରି IRCTC iPay Autopay  ସେବା ଓ୍ବେଟିଂ ଟିକେଟ ବୁକ୍‌ କରିବା ଲାଗି ଲାଭଦାୟକ। ଯଦି କେହି ଓ୍ବେଟିଂ ଲିଷ୍ଟରେ ଥିବା ଟିକେଟ ବୁକ୍‌ କରନ୍ତି ଏବଂ ସେ କନ୍‌ଫର୍ମ ହୋଇ ନ ଥାନ୍ତି ତେବେ ଟଙ୍କା ଫେରସ୍ତ ମିଳିଯାଇଥାଏ। ଟିକେଟ ଲାଗି ପିଏନ୍‌ଆର୍‌ ଜେନେରେଟ୍‌ ହେବା ପରେ ଆକାଉଣ୍ଟରୁ ଟଙ୍କା କଟିଥାଏ ବୋଲି IRCTC ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି।
IRCTC iPay ଜରିଆରେ କିଭଳି କରିବେ ଟିକେଟ ବୁକ୍‌?
-IRCTCର ଓ୍ବେବ୍‌ସାଇଟ୍‌ ନଚେତ ଏହାର ମୋବାଇଲ ଆପ୍‌କୁ ଯାଆନ୍ତୁ।
-ଯାତ୍ରା ସୂଚନା ପୂର୍ଣ୍ଣ କରନ୍ତୁ
-ପେମେଣ୍ଟ ମୋଡ୍‌ ଆସିବା ପରେ IRCTC iPay  ନଜର ଆସିବ
-IRCTC iPay ବିକଳ୍ପକୁ ଚୟନ କରନ୍ତୁ। ପରେ କିଭଳି ପେମେଣ୍ଟ କରିବେ ତାହା ଚୟନ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri