ଟ୍ରେନ୍‌ ଟିକେଟ୍‌ କନ୍‌ଫର୍ମ ନହେବା ଯାଏ ଆକାଉଣ୍ଟରୁ କଟିବନି ଗୋଟିଏ ବି ଟଙ୍କା,ଏଭଳି ଉପାୟରେ କରନ୍ତୁ ବୁକିଂ…

ନୂଆଦିଲ୍ଲୀ,୨୦।୨: ଆଇଆର୍‌ସିଟିସି ଆଇପେ’ ଅଟୋପେ’(IRCTC iPay Autopay) ଆଇଆର୍‌ସିଟିସି ଓ୍ବେବ୍‌ସାଇଟ୍‌ ନଚେତ ଆପ୍‌ରେ ଉପଲବ୍ଧ ହେଉଥିବା ଏକ ପେମେଣ୍ଟ ଅପ୍‌ଶନ ଯେଉଁଥିରେ ପେମେଣ୍ଟ ନ କରି ବି ଟିକେଟ ବୁକ୍‌ କରିହେବ। ଡିଜିଟାଲ ନେଣଦେଣକୁ ବଢ଼ାଇବା ଲାଗି IRCTC  ଭିନ୍ନ ଭିନ୍ନ କ୍ୟାଶଲେସ୍‌ ମୋଡ୍‌ ଯେଉଁଭଳି ନେଟ୍‌ ବ୍ୟାଙ୍କିଂ, କ୍ରେଡିଟ୍‌/ଡେଭିଟ୍‌ କାର୍ଡ, କ୍ୟାଶ କାର୍ଡ, ଇ-ଓ୍ବାଲେଟ୍‌ ଏବଂ ୟୁପିଆଇ ମାଧ୍ୟମରେ ଟିକେଟ କ୍ରୟ କରିବାର ଅନୁମତି ଦେଉଛି। ଯେଉଁ ଲୋକ IRCTC ଓ୍ବେବ୍‌ସାଇଟ୍‌ କିମ୍ବା ଆପ୍‌ ଜରିଆରେ ଟିକେଟ ବୁକ୍‌ କରୁଛନ୍ତି ଅଥବା କ୍ୟାନ୍‌ସଲ କରୁଛନ୍ତି, ତେବେ ସେମାନଙ୍କଠାରୁ କ୍ଲାସ ଆଧାରରେ ଏକ ନିଶ୍ଚିତ ରାଶି ନିଆଯିବ।
ଯଦିଓ କୌଣସି ବ୍ୟକ୍ତି IRCTC ଆଇପେ’ ଅଟୋପେ’ ସୁବିଧା ମାଧ୍ୟମରେ ରେଳ ଟିକେଟ ବୁକ୍‌ କରୁଛନ୍ତି ତେବେ ସେ ପେମେଣ୍ଟ  ନ କରି ବି ଏହାକୁ ବୁକ୍‌ କରିପାରିବେ। ଟିକେଟ୍‌ କନ୍‌ଫର୍ମ ହେବା ପରେ ହିଁ ଟଙ୍କା ଆପଣା ଛାଏ ଆକାଉଣ୍ଟରୁ କଟିଯିବ। ଏଣୁ ତାଙ୍କୁ ଟିକେଟ ବୁକ୍‌ ହୋଇ ନ ପାରିବା ଅଥବା ରଦ୍ଦ ହେବାକୁ ନେଇ ଅତରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ। ଯେତେବେଳେ କୌଣସି ବ୍ୟକ୍ତି IRCTC ଆଇପେ’ ଅଟୋପେ’ ସୁବିଧା ମାଧ୍ୟମରେ ଟ୍ରେନ୍‌ ଟିକେଟ ବୁକ୍‌ କରନ୍ତି ସେତେବେଳେ ଟିକେଟ ରାଶି ବ୍ୟାଙ୍କ ଆକାଉଣ୍ଟରୁ ଅସ୍ଥାୟୀ ରୂପେ ଲକ୍‌ ହୋଇଯିବ। ଟିକେଟ କନଫର୍ମ ନ ହେଲେ କିମ୍ବା ରଦ୍ଦ ହୋଇଗଲେ ତୁରନ୍ତ ଏହି ରାଶି ରିଫଣ୍ଡ ମିଳିଯିବ।
ବିଶେଷକରି IRCTC iPay Autopay  ସେବା ଓ୍ବେଟିଂ ଟିକେଟ ବୁକ୍‌ କରିବା ଲାଗି ଲାଭଦାୟକ। ଯଦି କେହି ଓ୍ବେଟିଂ ଲିଷ୍ଟରେ ଥିବା ଟିକେଟ ବୁକ୍‌ କରନ୍ତି ଏବଂ ସେ କନ୍‌ଫର୍ମ ହୋଇ ନ ଥାନ୍ତି ତେବେ ଟଙ୍କା ଫେରସ୍ତ ମିଳିଯାଇଥାଏ। ଟିକେଟ ଲାଗି ପିଏନ୍‌ଆର୍‌ ଜେନେରେଟ୍‌ ହେବା ପରେ ଆକାଉଣ୍ଟରୁ ଟଙ୍କା କଟିଥାଏ ବୋଲି IRCTC ଓ୍ବେବ୍‌ସାଇଟ୍‌ରେ କୁହାଯାଇଛି।
IRCTC iPay ଜରିଆରେ କିଭଳି କରିବେ ଟିକେଟ ବୁକ୍‌?
-IRCTCର ଓ୍ବେବ୍‌ସାଇଟ୍‌ ନଚେତ ଏହାର ମୋବାଇଲ ଆପ୍‌କୁ ଯାଆନ୍ତୁ।
-ଯାତ୍ରା ସୂଚନା ପୂର୍ଣ୍ଣ କରନ୍ତୁ
-ପେମେଣ୍ଟ ମୋଡ୍‌ ଆସିବା ପରେ IRCTC iPay  ନଜର ଆସିବ
-IRCTC iPay ବିକଳ୍ପକୁ ଚୟନ କରନ୍ତୁ। ପରେ କିଭଳି ପେମେଣ୍ଟ କରିବେ ତାହା ଚୟନ କରନ୍ତୁ।

Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri