ଉର୍ଫିଙ୍କଠାରୁ କମ୍‌ ସୁନ୍ଦର ନୁହନ୍ତି ତାଙ୍କ ମା’

ବମ୍ବେ: ବିଗ୍‌ବସ୍‌ ଓଟିଟି ଫେମ୍‌ ଉର୍ଫି ଜାଭେଦ ସର୍ବଦା ନିଜର ଅଜବ ଫ୍ୟାଶନକୁ ନେଇ ରହିଥାନ୍ତି ଚର୍ଚ୍ଚାରେ। ବେଳେବେଳେ ନିଜର ପୋଷାକ ଚୟନକୁ ନେଇ ତାଙ୍କୁ ଟ୍ରୋଲ ମଧ୍ୟ କରାଯାଇଥାଏ। ହେଲେ ଉର୍ଫିଙ୍କ ଭଳି ତାଙ୍କ ମା’ ମଧ୍ୟ ବେଶ ସୁନ୍ଦର। ଜାକିୟା ସୁଲ୍‌ତାନାଙ୍କୁ ଦେଖିଲେ ଯେ କେହି ଘଡ଼ିଏ ଚାହିଁବ। ଏପରିକି ସେ ପାଞ୍ଚ ସନ୍ତାନଙ୍କ ମା’ଙ୍କ ଭଳି ଦେଖାଯାଉ ନ ଥିବା ପ୍ରତିକ୍ରିୟା ଦେବ।

ଜାକିୟା ନିଜେ ନିଜର ସମସ୍ତ ସନ୍ତାନଙ୍କ ଲାଳନପାଳନ କରିଛନ୍ତି। ପିଲାମାନେ ଛୋଟ ହୋଇଥିବା ବେଳେ ହିଁ ସେ ନିଜର ସ୍ବାମୀଙ୍କଠାରୁ ଅଲଗା ହୋଇଯାଇଥିଲେ।

ଝିଅ ଉର୍ଫିଙ୍କ ଭଳି ଜାକିୟା ମଧ୍ୟ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍‌। ସେ ସର୍ବଦା ନିଜ ପିଲାମାନଙ୍କ ସହ ଫଟୋ ଶେୟାର କରିଥାନ୍ତି। ତାଙ୍କର ଚାରି ଝିଅ ଆଉ ଗୋଟିଏ ପୁଅ ଅଛନ୍ତି। ଏ ବୟସରେ ବି ତାଙ୍କୁ ଦେଖିଲେ ସେ ଉର୍ଫିଙ୍କଠାରୁ ବି ଅଧିକ ସୁନ୍ଦର ଦେଖାଯାଉଥିବା ଅନେକ ପ୍ରତିକ୍ରିୟା ଦେଇଥାନ୍ତି।

Share