ଅନେକଙ୍କୁ ଜଣାନାହିଁ ପ୍ରଭାସଙ୍କ ପୂରା ନାମ

ଚେନ୍ନାଇ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ୨୩ ଅକ୍ଟୋବରକୁ ତାଙ୍କର ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି । ଏସ୍ ଏସ୍ ରାଜାମୌଳିଙ୍କ ଫିଲ୍ମ ‘ବାହୁବଳି’ ଜରିଆରେ ଫେମଶ ହୋଇଥିବା ପ୍ରଭାସ ସୋସିଆଲ ମିଡିଆରେ ଏତେ ଆକ୍ଟିଭ ନୁହେଁ । ହେଲେ ତାଙ୍କ ପ୍ରଶଂସକ ନିକଟରେ ଅଭିନେତାଙ୍କ ହାସଟ୍ୟାଗ ଟ୍ରେଣ୍ଡ କରିଚାଲିଛନ୍ତି । ୨୦୦୨ରେ ତେଲଗୁ ଫିଲ୍ମ ‘ଈଶ୍ୱର’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ପ୍ରଭାସ । ବଲିଉଡ ମୁଭି ଆକ୍ସନ ଜ୍ୟାକ୍ସନରେ ସେ ପ୍ରଥମେ ସ୍ପେଶାଲ ଆପିୟରାନ୍ସରେ ନଜର ଆସିଥିଲେ । ହେଲେ ଏବେ ସେ ସବୁଠାରୁ ଅଧିକ ପେଡ ଆର୍ଟିଷ୍ଟ ଭାବେ ବେଶ ଜଣାଶୁଣା ।
ଆଜିବି ଅନେକଙ୍କୁ ଜଣାନାହିଁ ପ୍ରଭାସଙ୍କ ପୂରା ନାଁ କ’ଣ । ତାଙ୍କର ପୁରା ନାଁ ହେଲା ଉପ୍ପଳପତି ଭେଙ୍କଟ ସତ୍ୟନାରାୟଣ ପ୍ରଭାସ ରାଜୁ । କିନ୍ତୁ ସ୍କ୍ରିନ ପାଇଁ ସେ କେବଳ ପ୍ରଭାସ ନାଁ ହିଁ ବାଛିଥିଲେ । ଏବେ ସେ ଜଣେ ଆଗଧାଡିର ନାୟକ ଭାବେ ବେଶ୍ ପରିଚିତ ।
ବଟର ଚିକେନ ଓ ବିରିୟାନି ଖାଇବାକୁ ରୁଚି ରଖୁଥିବା ପ୍ରଭାସ ଥରେ ଏକ ସାକ୍ଷାତ୍‌କାରରେ କହିଥିଲେ ଯଦି ସେ ଅଭିନୟ ନ କରି ଥାଆନ୍ତେ ତେବେ ସେ ହୋଟେଲ ବିଜନେସ କରିଥାଆନ୍ତେ । ରାଜକୁମାର ହିରାନିଙ୍କ ବଡ ପ୍ରଶଂସକ ପ୍ରଭାସ ଥ୍ରି ଇଡିଅଟ୍ସ ଓ ମୁନ୍ନା ଭାଇ ଏମ୍‌ବିବିଏସ୍‌କୁ ଅତିକମରେ ୨୦ ଥର ଦେଖିଥିବା କୁହନ୍ତି । ହଲିଉଡ ଆକ୍ଟର ରର୍ବଟ ଡି ନୋରାଙ୍କ ବଡ ପ୍ରଶଂସକ ହେଉଛନ୍ତି ପ୍ରଭାସ ।

Share