ସିନେମା ପାଇଁ ଘର ବନ୍ଧା ପକାଇଥିଲେ ନିର୍ଦ୍ଦେଶକ!

ଫିଲ୍ମ‘ ଦ କଶ୍ମୀର ଫାଇଲ୍ସ’ ଏବେ ସମସ୍ତ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି। ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିଲା। ଯାହାକୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳୁଛି। ଏହି ଫିଲ୍ମ ମୁକ୍ତିଲାଭ କରିବାର ମାତ୍ର କିଛି ଦିନ ଭିତରେ ୨୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। କିନ୍ତୁ ଏହି ସଫଳତା ପାଇବା ତାଙ୍କ ପାଇଁ ଏତେ ସହଜ ନଥିଲା। ଏହି ସିନେମାର ନିର୍ମାଣ ସମୟରେ ଓ ପରେ ବିବେକଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଛି। ଏହାରି ମଧ୍ୟରେ ନିର୍ଦ୍ଦେଶକ ଖୁଲାସା କରିଛନ୍ତି ଯେ, ସାରା ଦୁନିଆର ଲୋକ ଏହି ଫିଲ୍ମକୁ ଧୌଯ୍ୟର ସହ ଦେଖିଛନ୍ତି। ୩ ଘଣ୍ଟା ୫୦ ମିନିଟ କୌଣସି ମଜା କରିବାର କଥା ନୁହେଁ। ସାରା ଦୁନିଆରେ ଥିବା କଶ୍ମୀର ପଣ୍ଡିତ ଲୋକମାନଙ୍କ ପାଖରେ ପହଞ୍ଚି ପାରିଛନ୍ତି । ଏହି ଫିଲ୍ମକୁ ତିଆରି କରିବା ପାଇଁ ପଇସା ଖର୍ଚ୍ଚ କରିଛି। ଘରକୁ ବନ୍ଧା ପକାଇଛି । ସିନେମା ପାଇଁ ବିଭିନ୍ନ ଜାଗାକୁ ଯାଇ ଗବେଷଣା କରିଛି। ଏହି ସବୁ ଖର୍ଚ୍ଚ ପରେ ମୋତେ ଜଣା ନଥିଲା କଣ ପାଇବି ବୋଲି ସେ କହିଛନ୍ତି।

Share