Categories: ଫୁରସତ

ଗୋଟିଏ ଅଣ୍ଡାର ଦାମ୍‌ ଜାଣିଲେ…

ଆଜିର ଦୁନିଆରେ ସମସ୍ତ ଜିନିଷ ମହଙ୍ଗା, କିନ୍ତୁ କିଛି ଜିନିଷ ଅଛି ଯାହା ଗୁଣବତ୍ତା ଅନୁଯାୟୀ ସଠିକ୍‌ ମୂଲ୍ୟରେ ବିକ୍ରି ହେଉଛି। ଏହି ଜିନିଷ ମଧ୍ୟରେ ଅଣ୍ଡା ଅନ୍ତର୍ଭୁକ୍ତ। ଯାହା ପ୍ରୋଟିନର ଉତ୍କୃଷ୍ଟ ଉତ୍ସ।  ସାଧାରଣତଃ ବଜାରରେ ଗୋଟିଏ ଅଣ୍ଡାର ମୂଲ୍ୟ ୧୦-୧୨ ଟଙ୍କାରେ ବିକ୍ରି ହୋଇଥାଏ।  ଏକ ଅଣ୍ଡାର ମୂଲ୍ୟ ଯେ ୫୦୦୦୦ ଟଙ୍କା ତାହା ଶୁଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ।

ଯୁକ୍ତରାଷ୍ଟ୍ରରେ ରହୁଥିବା ଗୋଟିଏ ପରିବାର ପାଳିଥିବା କୁକୁଡ଼ାର ଅଣ୍ଡାକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯିବ। ଏହି ଅଣ୍ଡାକୁ ଅନ୍‌ଲାଇନରେ ବିକ୍ରି ପାଇଁ ରଖାଯାଇଛି। ଯାହାର ମୂଲ୍ୟ ୫୦୦ ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୪୭ ହଜାର ଟଙ୍କା। ଏହା ୫୦୦୦୦ ଟଙ୍କାରେ ବିକ୍ରି ହୋଇପାରିବ ବୋଲି ଆଶା କରାଯାଉଛି। ବର୍ତ୍ତମାନ ଆପଣ ଭାବୁଥିବେ ଏହି ଅଣ୍ଡାର ବିଶେଷତ୍ତ୍ୱ କ’ଣ ଯେ, ଏହା ଏତେ ଦାମ୍‌ରେ ବିକ୍ରି ହେବ? ତେବେ ଜାଣନ୍ତୁ ଏହା ସମ୍ପର୍କରେ…

ଏକ ରିପୋର୍ଟ ଅନୁଯାୟୀ, ଗତ ୨୦ ବର୍ଷ ଧରି ଉଦ୍ଧାର ହୋଇଥିବା କୁକୁଡ଼ା ଆନ୍ନାବେଲ ମୁଲାଚିଙ୍କ ଘରେ ପାଳିତ ହେଉଛନ୍ତି। ଏହି କୁକୁଡ଼ାମାନଙ୍କ ମଧ୍ୟରୁ ଗୋଟିଏ ଦିନ ସକାଳେ ଏପରି ଅଣ୍ଡା ଦେଇଥିଲା, ଯାହାକୁ ଦେଖି ପରିବାର ସଦସ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପଶ୍ଚିମ ଅକ୍ସଫୋର୍ଡଶାୟାରରେ ରହୁଥିବା ପିଲାମାନଙ୍କୁ ସେ ଏହି ଅଣ୍ଡା ଦେଖାଇଲେ ଏବଂ ସେମାନେ ଏଥିରେ ଆଗ୍ରହ ଦେଖାଇବା ଆରମ୍ଭ କଲେ। ଏହି ଅଣ୍ଡା ଦେଇଥିବା କୁକୁଡ଼ାର ନାମ ହେଉଛି ଟ୍ବିନିସ୍କ। ଯେତେବେଳେ ଆନ୍ନାବେଲ ଏହି ଅଣ୍ଡା ବିଷୟରେ ଗୁଗ୍‌ଲରୁ ଖୋଜିଲେ, ଏହା ଦେଖାଗଲା ଯେ ଏହା ଏକ ବିରଳ ଅଣ୍ଡା କାରଣ ଏହାର ଆକୃତି ଅଣ୍ଡା ନୁହେଁ କିନ୍ତୁ ସମ୍ପୂର୍ଣ୍ଣ ଗୋଲାକାର।

ଏହି ଅଣ୍ଡା କୋଟିରେ ଗୋଟିଏ ଅଟେ। ଗୁଗ୍‌ଲରେ ସର୍ଚ୍ଚ କରିବା ପରେ ଆନ୍ନାବେଲ୍‌ ଜାଣିବାକୁ ପାଇଲେ ଅଣ୍ଡା ଏତେ ଗୋଲାକାର ଯେ, ଏହାକୁ ଟେବୁଲ ଉପରେ ଗଡ଼ାଯାଇପାରିବ। ସେ ଅଣ୍ଡାର ପ୍ରାରମ୍ଭିକ ମୂଲ୍ୟ ପ୍ରାୟ ୧୦୦୦୦ ହଜାର ରଖିଥିଲେ, ଯାହାଠାରୁ ନିଲାମ ମୂଲ୍ୟ ବଢ଼ିଚାଲିଥିଲା। ଏହାପୂର୍ବରୁ ୨୦୧୮ରେ ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡରେ ମଧ୍ୟ ଷ୍ଟକମ୍ୟାନ୍‌ସ ଏଗ୍‌ ନାମକ ଏକ ଫାର୍ମରେ ଏକ ଅଣ୍ଡା ମିଳିଥିଲା। ଏହାର ଓଜନ ୧୭୮ ଗ୍ରାମ ଥିଲାବେଳେ ଅଣ୍ଡା ସାଧାରଣତଃ ୫୮ ଗ୍ରାମର ହୋଇଥାଏ।

Share