Posted inଫୁରସତ

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି ବଦଳାଇଛି। ଯେଉଁଥିପାଇଁ ଲୋକମାନେ ବର୍ତ୍ତମାନ ପଢ଼ିବାରେ କ୍ୱଚିତ୍‌ ବହି ବ୍ୟବହାର କରୁଛନ୍ତି। ତେଣୁ ପୁସ୍ତକଗୁଡ଼ିକର ମହତ୍ତ୍ୱ ବିଷୟରେ ଲୋକଙ୍କୁ ଜଣାଇବା ଲକ୍ଷ୍ୟରେ ୟୁନେସ୍କୋ ୨୩ ଏପ୍ରିଲକୁ ବିଶ୍ୱ ପୁସ୍ତକ ଦିବସ ଭାବରେ ପାଳନ କରିବାକୁ ନିଷ୍ପତ୍ତି ନେଇଛି।

ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସର ଇତିହାସ:
୧୯୨୨ରେ ସର୍ଭାଣ୍ଟେସ ପ୍ରକାଶନ ଗୃହର ନିର୍ଦ୍ଦେଶକ ଭିସେଣ୍ଟେ କ୍ଲାଭେଲଙ୍କ ଦ୍ୱାରା ବିଶ୍ୱ ପୁସ୍ତକ ଦିବସ ଆରମ୍ଭ ହୋଇଥିଲା। ମିଗୁଏଲ ଡି. ସର୍ଭାଣ୍ଟେସ୍‌ଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ସେ ଏହି ଦିନ ପାଳନ କରିବାକୁ ପଦକ୍ଷେପ ନେଇଥିଲେ। ଏହା ପରେ ୧୯୨୬ରେ ବାର୍ସିଲୋନାରେ ପ୍ରଥମ ବିଶ୍ୱ ପୁସ୍ତକ ଦିବସ ପାଳନ କରାଯାଇଥିଲା। ଅକ୍ଟୋବର ୭ରେ ମିଗୁଏଲ ଡି. ସର୍ଭାଣ୍ଟେସ୍‌ଙ୍କ ଜନ୍ମଦିନ। ଏହିଦିନ ପୁସ୍ତକ ଦିବସ ପାଳନ କରାଯାଇଥିଲା। କିନ୍ତୁ ପରେ ମିଗୁଏଲଙ୍କ ମୃତ୍ୟୁ ଅର୍ଥାତ୍‌ ଏପ୍ରିଲ ୨୩ରେ ଏହି ଦିବସ ପାଳନ କରାଯିବାକୁ ମନୋନୀତ ହୋଇଥିଲା।

ବିଶ୍ୱ ପୁସ୍ତକ ଦିବସ ପାଳନର ଲକ୍ଷ୍ୟ:
ବିଶ୍ୱ ପୁସ୍ତକ ଦିବସ ଲୋକମାନଙ୍କୁ ବହି ଏବଂ ଲେଖକମାନଙ୍କୁ ସମ୍ମାନ ଦେବା ଶିଖାଏ। ଯେଉଁମାନେ ପଢ଼ିବାକୁ ଭଲ ପାଆନ୍ତି ସେମାନଙ୍କ ପାଇଁ ଏହି ଦିନଟି ଅତ୍ୟନ୍ତ ସ୍ବତନ୍ତ୍ର।
ବିଶ୍ୱର ଲୋକମାନଙ୍କୁ ସମ୍ମାନିତ କରିବା ପାଇଁ ବିଶ୍ୱ ପୁସ୍ତକ ଦିବସ ମଧ୍ୟ ପାଳନ କରାଯାଏ। ବିଶେଷକରି ଯେଉଁମାନେ ଗଣମାଧ୍ୟମ, ଲେଖକ ଏବଂ ଏକାଡେମିକ୍‌ ପରି ପୁସ୍ତକ ଶିଳ୍ପକୁ ପ୍ରୋତ୍ସାହିତ କରିବାରେ ସହଯୋଗ କରନ୍ତି।

ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ସୁନିଶ୍ଚିତ କରେ ଯେ, ସାକ୍ଷରତାକୁ ସମସ୍ତ ରୂପରେ ପ୍ରୋତ୍ସାହନ ଦିଆଯିବା ଉଚିତ୍‌ ଏବଂ ଲୋକମାନେ ସମସ୍ତ ପ୍ରକାର ଶିକ୍ଷାଗତ ଉତ୍ସ ପାଇବା ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri