ଅଗଷ୍ଟ ୧୪ର ଇତିହାସ: ଆଜିର ଦିନରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ ୧୫ରେ ଭାରତ ଏକ ପୃଥକ ରାଷ୍ଟ୍ର ଘୋଷିତ ହୋଇଥିଲା।

ଏହା କେବଳ ଦେଶର ବିଭାଜନ ଥିବା କହିବା ବାହୁଲ୍ୟ। କାରଣ ଏହା ବାସ୍ତବରେ ହୃଦୟ, ପରିବାର, ସମ୍ପର୍କ ଏବଂ ଭାବର ବିଭାଜନ ଥିଲା। ଭାରତମାତା ଛାତିରେ ଏହି ବିଭାଜନର କ୍ଷତ ଶତାବ୍ଦୀ ଧରି ରହିବ। ଦେଶ ତଥା ବିଶ୍ୱ ଇତିହାସରେ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମଗୁଡିକ କିଛି ଏଭଳି:

୧୮୬୨: ବମ୍ବେ ହାଇକୋର୍ଟର ପ୍ରତିଷ୍ଠା
୧୮୮୮: ଇଂଲଣ୍ଡର ଫୋକେଷ୍ଟୋନରେ ପ୍ରଥମ ସୁନ୍ଦରୀ ପ୍ରତିଯୋଗିତାର ଆୟୋଜନ
୧୯୧୭: ଜର୍ମାନୀ ଏବଂ ଅଷ୍ଟ୍ରିଆ ବିରୁଦ୍ଧରେ ଚାଇନା ଯୁଦ୍ଧ ଘୋଷଣା କରିଥିଲା
୧୯୨୪: ପ୍ରସିଦ୍ଧ ଲେଖକ ତଥା ସାମ୍ବାଦିକ କୁଲଦୀପ ନାୟାରଙ୍କ ଜନ୍ମ
୧୯୩୮: ଟେଲିଭିଜନରେ ବିବିସିର ପ୍ରଥମ ଫିଚର ଫିଲ୍ମ (ଷ୍ଟୁଡେଣ୍ଟ ଅଫ ପ୍ରାଗ) ପ୍ରସାରିତ ହୋଇଥିଲା
୧୯୪୭: ଭାରତ ବିଭାଜିତ ହେଲା ଏବଂ ପାକିସ୍ତାନ ଏକ ଅଲଗା ରାଷ୍ଟ୍ର ହେଇଥିଲା
୧୯୬୮: ମୋରାରଜୀ ଦେଶାଇଙ୍କୁ ପାକିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ନିଶାନ-ଇ-ପାକିସ୍ତାନ ପ୍ରଦାନ କରାଯାଇଥିଲା
୧୯୭୧: ୧୧୦ ବର୍ଷ ପରେ ବାହାରେନ୍‌ ବ୍ରିଟିଶ ଶାସନରୁ ସ୍ବାଧୀନତା ଲାଭ କରିଥିଲା
୨୦୦୩: ପୂର୍ବ ଆମେରିକା ଏବଂ କାନାଡାରେ ଦୀର୍ଘ ସମୟ ଧରି ବିଦ୍ୟୁତ୍‌ ଯୋଗାଣ ବନ୍ଦ ହୋଇଗଲା। ଏହାର ପ୍ରଭାବ ନ୍ୟୁୟର୍କ ଏବଂ ଓଟୋବା ଭଳି ବଡ଼ ସହର ଉପରେ ପଡ଼ିଥିଲା
୨୦୦୬: ମିଳିତ ଜାତିସଂଘର ଉଦ୍ୟମରେ ଇସ୍ରାଏଲ ଏବଂ ଦକ୍ଷିଣ ଲେବନାନରେ ପାଞ୍ଚ ସପ୍ତାହ ଧରି ଜାରି ରହିଥିବା ବିବାଦ ସମାପ୍ତ ହେଲା
୨୦୦୬: ଇରାକର କାହଟାନିଆରେ ବୋମା ବିସ୍ଫୋରଣରେ ୪୦୦ ଲୋକ ପ୍ରାଣ ହରାଇଲେ
୨୦୧୩: ମିସ୍ରରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ୬୩୮ ଜଣ ଲୋକ ପ୍ରାଣ ହରାଇଥିଲେ

Share